ହେଡଲାଇନସ୍:

ଛାତ୍ର ଓ ଯୁବ ଗୋଷ୍ଠୀଙ୍କ ଗହଣରେ "ଗାନ୍ଧୀକଥା"

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 କେନ୍ଦୁଝର,ତା୧୩/୫- ଓଡ଼ିଶା ଗାନ୍ଧୀ ବିଚାର ପରିଷଦ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ମିଳିତ ସହଯୋଗ "ଗାନ୍ଧୀକଥା" କେନ୍ଦୁଝରଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି। ଓଡିଶା ଗାନ୍ଧୀ ବିଚାର ପରିଷଦର ଅଧକ୍ଷ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି କହିଲେ ବିଶ୍ୱରେ ଭାରତବର୍ଷରେ ଓ ଓଡିଶାରେ ଶାନ୍ତି, ମୈତ୍ରୀ, ସଦ୍‌ଭାବନା,ସଂହତି ଓ ଭାତୃଭାବ ପ୍ରତିଷ୍ଠା କରିବା ପାଇଁ ଗାନ୍ଧୀକଥାର ଚର୍ଚ୍ଚା କରାଯାଉଛି। ଯୁବଗୋଷ୍ଠୀ ମାନଙ୍କୁ ଅହିଂସା ମାର୍ଗରେ ଯାଇ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟ ଅତିଥି ଭାବେ ଧରଣୀଧର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୋଗ୍ରାମ ଅଫିସର ଶ୍ରୀ ଦିନେଶ କୁମାର ମହାରଣା, ମୁଖ୍ୟବକ୍ତାଭାବେ କେଡ଼ି ଟ୍ରଷ୍ଟର ଡକ୍ଟର ବିମ୍ବାଧର ବେହେରା,ସମ୍ମାନୀୟ ଅତିଥି ଭାବେ ଓଡିଶା ଗାନ୍ଧୀ ବିଚାର ପରିଷଦ ଉପାଧ୍ୟକ୍ଷ ଶ୍ରୀ କର୍ଣ୍ଣାଟ କିଶୋର ଜେନା ପ୍ରମୁଖ କହିଲେ ବର୍ତ୍ତମାନର ଯୁବ ଗୋଷ୍ଠୀ ବେଳେ ବେଳେ ଅତି ନିଷ୍ଠୁର,ବର୍ବରତା ରାସ୍ତା ଯିବାରୁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି। ହିଂସା ଯୋଗୁଁ ଅକାଳରେ ରାଷ୍ଟ୍ରର ଭବିଷ୍ୟତ ଯୁବକ ମାନଙ୍କର ଜୀବନ ଦୀପ ଲିଭି ଯାଉଛି। ବର୍ତ୍ତମାନ ଓଡିଶାରେ ବିଭିନ୍ନ ସ୍ଥାନରେ ନିର୍ଦ୍ଦିଷ୍ଟ ଯୁବଗୋଷ୍ଠୀ ମାନେ ହିଂସା ସୃଷ୍ଟି କରୁଛନ୍ତି। ଯୁବ ଗୋଷ୍ଠୀ ଓ ଛାତ୍ର ସମାଜକୁ ଅହିଂସା ମାର୍ଗରେ ଯିବା ପାଇଁ ଅତିଥିମାନେ ବିନମ୍ର ନିବେଦନ କରିଛନ୍ତି। ଓଡିଶାରେ ଶାନ୍ତି, ସଂହତି,ମୈତ୍ରୀ,ସଦ୍‌ଭାବନା ଓ ଭାଇଚାରା ପ୍ରତିଷ୍ଠା ପାଇଁ ଯୁବ ସମାଜ ଗୁରତ୍ୱପୁର୍ଣ ଭୂମିକା ରହିଛି ବୋଲି ସେମାନେ ବକ୍ତବ୍ୟ ରଖିଥିଲେ। ଗାନ୍ଧୀ ସାହିତ୍ୟ ପଢିବାକୁ ପରାମର୍ଶ ଦେଇଛନ୍ତି। ଶେଷରେ ଗାନ୍ଧୀଙ୍କ ପ୍ରିୟ ଧୂନ "ରଘୁପତି ରାଘବ ରାଜାରାମ" ଗାନ କରାଯାଇଥିଲା ଏବଂ ଓଡିଶା ଗାନ୍ଧୀ ବିଚାର ପରିଷଦର ଗାନ୍ଧୀ ସାହିତ୍ୟ ବଣ୍ଟନ କରାଯାଇଥିଲା।

0
0
0
s2sdefault