ହେଡଲାଇନସ୍:

ଜିଲ୍ଲା ସ୍ତରୀୟ ମୋ ସ୍କୁଲ ସଚେତନତା କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି(ବାଳକୃଷ୍ଣ ପାଣିଗ୍ରାହୀ)ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ମୋ ସ୍କୁଲ ସଚେତନତା ସଭା ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ଉଦ୍‍ଘାଟନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବ୍ଲକର ବ୍ଲକ ଶିକ୍ଷା ଅଧିକାରୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଯୋଗ ଦେଇଥିବା ବେଳେ ଜିଲ୍ଲାର ବିଭିନ୍ନ ମାଧ୍ୟମିକ ଓ ପ୍ରାଥମିକ ବିଦ୍ୟାଳୟର ୨୫୦ଜଣ ପ୍ରଧାନଶିକ୍ଷକ/ଶିକ୍ଷୟିତ୍ରୀ ଯୋଗ ଦେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ପୁରାତନ ଛାତ୍ର ମାନେ ଅଂଶ ଗ୍ରହଣ କରି ନିଜ  ନିଜ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ମତ ପୋଷଣ କରିଥିଲେ । ଜିଲ୍ଲାପାଳ "ଟିଚ୍‍ ଗଜପତି " ରେ ନିୟୋଜିତ ବିଭିନ୍ନ ସରକାରୀ କର୍ମଚାରୀ ମାନେ ଯେଉଁମାନେ ବିଦ୍ୟାଳୟରେ ଯାଇ ପାଠପଢା କାର୍ଯ୍ୟରେ ଅଂଶ ଗ୍ରହଣ କରି ସଫଳ କରିପାରିଛନ୍ତି ସେମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ  ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଶାନଚାନ୍ଦ ଓଁକାର ଓ ପ୍ରମୋଦ ପାଜୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ପ୍ରଦ୍ୟୁମ୍ନ ପତି ସହଯୋଗ କରିଥିଲେ ।

 

 

0
0
0
s2sdefault