ହେଡଲାଇନସ୍:

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ.

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ଅଞ୍ଚଳରେ ଦୀର୍ଘ ମାସ ଧରି ଦନ୍ତାହାତୀ ଉପଦ୍ରବ ଚାଲିଥିବା ବେଳେ ଶନିବାର ବିଳମ୍ବିତ ସନ୍ଧ୍ଯା ସମୟରେ ଦନ୍ତାହାତୀ ଜଣଙ୍କୁ ଆକ୍ରମଣ କରି ତା ଶରୀରକୁ ଖଣ୍ଡ ଖଣ୍ଡ କରି ମାରିଥିବା ଦେଖିବାକୁ ମିଳିଛି । ଘୁ.ଉଦୟଗିରି ଠାରୁ ମାତ୍ର ୨ କିଲୋମିଟର ଦୂର ପାଜିମାହା ଗ୍ରାମ ନିକଟରେ ଶନିବାର ସନ୍ଧ୍ଯାରେ ଦନ୍ତାହାତୀ ଆକ୍ରମଣରେ ମାଲାଂସୁଗା ଗ୍ରାମର ସାମନ୍ତ ଦିଗାଲ ନାମକ ବ୍ୟକ୍ତି ବୟସ ପ୍ରାୟ ୫୫ ରୁ ଉର୍ଦ୍ଧ ହେବ ମୃତ୍ୟୁ ବରଣ କରିଥିବା ଦେଖିବାକୁ ମିଳିଛି । ରବିବାର ସକାଳୁ ଘୁ.ଉଦୟଗିରି ବନ ଅଧିକାରୀ ପ୍ରଶାନ୍ତ ସାହୁ, କଳିଙ୍ଗା ବନଅଧିକାରୀ ରସ୍ମିତା ବକ୍ସି ଓ ଅନ୍ୟମାନେ ତଥା ସ୍ଥାନୀୟ ପୁଲିସ ଏସଡିପିଓ ବିଜୟ କୁମାର ବିଶି, ଆଇଆଇସି ବିଜୟ କୁମାର ସ୍ଵାଇଁ, ଏସଆଇ ରୂପକ ଦଲେଇ, ରଞ୍ଜିତା ବେହେରା, ଏଏସଆଇ ରବିନ୍ଦ୍ର ସେଠୀ, ବୁଲୁ ବେହେରା ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଘଟଣା ବିଷୟରେ ଡିଏଫଓଙ୍କ ସହ ଆଲୋଚନା କରି ଉତ୍ତେଜିତ ଲୋକଙ୍କୁ ବୁଝାଶୁଝା କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି କହିଥିଲେ ।ଏଣେ ତେଣେ ପଡ଼ିଥିବା ଖଣ୍ଡ ବିଖଣ୍ଡିତ ଶବ ଜବତ କରି ବ୍ଯବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସ୍ଥାନୀୟ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି । ଦୀର୍ଘ ଦିନ ହେବ ଘୁ. ଉଦୟଗିରି ଅଞ୍ଚଳରେ ହାତୀ ଉପଦ୍ରଵ ବଢ଼ିବାରେ ଲାଗିବା ସହ ସ୍ଥାନୀୟ ଲୋକ ଓ ହାତୀଙ୍କ ମଧ୍ୟ ଏକ ପ୍ରକାର ଲଢ଼େଇ ଲାଗିରହିଛି l

0
0
0
s2sdefault