ହେଡଲାଇନସ୍:

ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଶାଖାର 27 ତମ ଜିଲ୍ଲା ସମ୍ବିଳନୀ ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର :27/07/25,ଅଶୋକ ସାହୁ, ଶାସକ ପ୍ରଶାସକ, ଭାରତୀୟ ମଜଦୁର ସଂଘ ଦ୍ବାରା ପରିଚାଳିତ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ ୱାର୍କରସ ଆସୋସିଏସନ ନବରଙ୍ଗପୁର ଜିଲ୍ଲା ତରଫରୁ ୨୭-ତମ ବାର୍ଷିକ ସମ୍ମିଳନୀ ବୈଭବ କଲ୍ୟାଣ ମଣ୍ଡପ ଗରାମୁଣ୍ଡା,ନବରଙ୍ଗପୁର ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ବକ୍ତା ଭାବେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ଶ୍ରୀ ବାଙ୍କ ବିହାରୀ ବିଷୋୟୀ, ମୁଖ୍ୟ ଅତିଥି ଭାବେ ଅଙ୍ଗନୱାଡି ସଂଘ ରାଜ୍ୟ ସାଧାରଣ ସମ୍ପାଦିକା କୁଞ୍ଛଲତା ଦାସ, ଜିଲ୍ଲା ଉପଦେଷ୍ଟା ଶ୍ରୀଯୁକ୍ତ ପରମେଶ୍ବର ବିଷୋୟୀ,ଭାରତୀୟ ମଜଦୁର ସଂଘ ଜିଲ୍ଲା ସମ୍ପାଦକ ବିଷ୍ଣୁପ୍ରସାଦ ବିଷୋୟୀ, ଅଙ୍ଗନବାଡି ସଂଘ ରାଜ୍ୟ ସଭ୍ୟ-ସବିତା ନାୟକ, ଜିଲ୍ଲା ସଭାନେତ୍ରୀ କୁମାରୀ ଭାଗ୍ୟବତୀ ଷଡଙ୍ଗୀ, ଜିଲ୍ଲା କୋଷାଧ୍ୟକ୍ଷା ମମତା ବ୍ରହ୍ମା, କୋଠାବାଡି ସଂଘ ଜିଲ୍ଲା ସମ୍ପାଦକ ରାମ ବିଷୋୟୀ ବିଶ୍ୱ କର୍ମା ମଜଦୁର ସଂଘ ଜିଲ୍ଲା ସମ୍ପାଦକ ଖଗେଶ୍ୱର ବିଷୋୟୀ ଯୋଗ ଦେଇଥିଲେ । ଭାରତୀୟ ମଜଦୁର ସଂଘ ଭାରତବର୍ଷର ସର୍ବ ବୃହତ ଶ୍ରମିକ ସଂଗଠନ, ଭାରତ ସରକାରଙ୍କ ଦ୍ବାରା ମାନ୍ୟତା ପ୍ରାପ୍ତ,ଭାରତୀୟ ସଂସ୍କୃତି ଓ ବିଚାରଧାରାକୁ ଆଧାର କରି ଅଙ୍ଗନୱାଡି ସଂଘ କାମ କରି ଆସୁଛି। ନବରଙ୍ଗପୁର ଜିଲ୍ଲା ଅଙ୍ଗନୱାଡି ସଂଘ ନିଷ୍ଠାପର ଭାବେ କାମ କରି ଆସୁଅଛି। ନବରଙ୍ଗପୁର ଜିଲ୍ଲାକୁ ପ୍ରଗତି ପଥରେ ଅଗ୍ରସର କରି, ସବୁରି ମୁହଁରେ ହସ ଫୁଟାଇବାର ପ୍ରଚେଷ୍ଟା କରାଯାଉଛି। ନବରଙ୍ଗପୁର ଜିଲ୍ଲାରେ ଅଙ୍ଗନୱାଡି ସଂଘ, ସଂଗଠନର ସଭ୍ୟ ମାନଙ୍କୁ ଦେଶାତ୍ମକ ଚିନ୍ତାଧାରାରେ ଅନୁପ୍ରାଣିତକରି ଶିଶୁ, ମହିଳା ଓ କିଶ୍ବରୀ ମାନଙ୍କର ସର୍ବାଙ୍ଗୀନ ବିକାଶ କରିବା ପାଇଁ ପ୍ରଚେଷ୍ଟା କରାଯାଉଛି। ଅଙ୍ଗନୱାଡି କର୍ମିମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ପାଇଁ ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ପ୍ରଶାସନ ଓ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି। ଅଙ୍ଗନବାଡିକର୍ମିମାନଙ୍କ ଦାବୀ ପୁରଣ ପାଇଁ ବ୍ଲକ ଓ ଜିଲ୍ଲା ତଥା ରାଜ୍ୟ ଓ କେନ୍ଦ୍ର ସ୍ତରରେ ଧାରଣା ରାଲି କରି ଦାବୀ ପତ୍ର ଦିଆଯାଉଛି ସମ୍ପାଦିକା ସନ୍ଦ୍ୟାରାଣୀ ବିଶ୍ୱାସ ବିବରଣୀ ପଠନ କରିଥିଲେ । କୋଷଦକ୍ଷା ମମତା ବ୍ରହ୍ମା ବାର୍ଷିକ ଖର୍ଚ୍ଚ ବିବରଣୀ ପାଠ କରିଥିଲେ l ନୂତନ ନବରଙ୍ଗପୁର ଜିଲ୍ଲା କମିଟିଗଠନ କରାଯାଇଥିଲା l ଉପଦେଷ୍ଟା ଶ୍ରୀ ମତି ସବିତା ନାୟକ,ସନ୍ଧ୍ୟାରାଣୀ ବିଶ୍ବାଳ,ମମତା ବ୍ରହ୍ମା,ସଭାନେତ୍ରୀ ଛବିଳ କୁମାରୀ ମାଝୀ,ଉପ ସଭାନେତ୍ରୀ ପୁନେଇ ନାୟକ,ହେମଲତା ନାୟକ,ସମ୍ପାଦିକା ଉମା ନାୟକ,ସଂଗଠନ ସମ୍ପାଦିକା ଭାଗ୍ୟବତୀ ସଡଙ୍ଗୀ,ସହ ସମ୍ପାଦିକା ଶୁଭାଶିତା ପାତ୍ର,ଗୌରିମଣି ହରିଜନ,କୋଷାଧ୍ୟକ୍ଷା ଯମୁନା ଭତରା, ବ୍ଲକ ର ସଭାନେତ୍ରୀ ଓ ସମ୍ପାଦିକା ସଭ୍ୟ ରହିବେ ବୋଲି ଘୋଷଣା କରିଥିଲେ ମୁଖ୍ୟ ଅତିଥି ଶ୍ରୀ ମତି କୁଞ୍ଜଳତା ଦାସ l ନୂତନ ଭାବେ ଦାୟିତ୍ୱ ନେଇ ଥିବା ସଦସ୍ୟ ମାନଙ୍କୁ ସ୍ବାଗତଂ କରାଯାଇଥିଲା l ଏଥିରେ ନବରଙ୍ଗପୁର ଜିଲ୍ଲା ର ଦଶ ଗୋଟି ବ୍ଲକ ରୁ ପ୍ରାୟ 500 ଜଣ କର୍ମୀ ଉପସ୍ଥିତ ଥିଲେ l

0
0
0
s2sdefault