ହେଡଲାଇନସ୍:

ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର :- ପଦ୍ମପୁର ବୁଡ଼ସମ୍ବର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ' ସିରଜିନା ' ତରଫରୁ ଆଗାମୀ ଅଗଷ୍ଟ ୧ ତାରିଖ ତଥା ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାର ଓ ଶ୍ରୀଧର ପ୍ରଧାନ ଙ୍କ ଜନ୍ମ ଜୟନ୍ତୀ କୁ ' ସମ୍ବଲପୁରୀ ଦିନ ' ଭାବରେ ପାଳନ କରିବା ପାଇଁ ଅନୁଷ୍ଠାନର ସଭାପତି ଆଇନଜୀବୀ ଶ୍ରୀଯୁକ୍ତ ଆଦିତ୍ୟ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ପାଦକ ନାଟ୍ୟକାର ରାଜେନ୍ଦ୍ର କୁମାର ମହାନ୍ତି ଚଳିତ ବର୍ଷ ପାଳନ ହେବାକୁ ଯାଉଥିବା 'ସମ୍ବଲପୁରୀ' ଦିନ ର ରୂପରେଖ ଉପରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରିଥିଲେ ସମ୍ପାଦକଙ୍କ ସୂଚନାନୁସାରେ ଚଳିତ ବର୍ଷ ସ୍ଥାନୀୟ କବି,କଳାକାରଙ୍କ ପ୍ରତିଭାକୁ ଉପସ୍ଥାପିତ କରିବା ପାଇଁ ସୁଯୋଗ ଦିଆଯିବ । ଚଳିତ ବର୍ଷ ପ୍ରଥମକରି ସମ୍ବଲପୁରୀ ଫେସନ ସୋ ' ସମ୍ବଲପୁରୀ ବାବୁ,ନନୀ ' କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଉପସ୍ଥିତ ପୂର୍ବତନ ସଭାପତି ଶ୍ରୀଯୁକ୍ତ ସଞ୍ଜୟ ବହିଦାର ସମ୍ବଲପୁରୀ ଭାଷାର ବୈଶିଷ୍ଟ୍ୟ କୁ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ପ୍ରତାପ ନାଥ,ଡାକ୍ତର ଅଜିତ କୁମାର ମେହେର, କିଶୋର ପାତ୍ର, ଭୋଜରାଜ ବୁଡେକ, କୁଞ୍ଜବିହାରୀ ସରାଫ,ଅଧ୍ୟାପକ ପୌଲସ୍ତ୍ୟ ସାହା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପ ସଭାପତି ଶ୍ରୀଯୁକ୍ତ ଆନନ୍ଦ କୁମାର ବେହେରା ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

0
0
0
s2sdefault