ହେଡଲାଇନସ୍:

ମାନବ ଚାଲାଣ ରୋକିବା ଏବଂ ଦୁର୍ବଳ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାରେ ସମ୍ପ୍ରଦାୟ-ଆଧାରିତ ପ୍ରୟାସର ଗୁରୁତ୍ୱପୂର୍ଣ୍ଣ ଭୂମିକା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଇ ଏସ୍ ଆର୍ ଡି "ସଖୀ" ୱାନ ଷ୍ଟପ ସେଣ୍ଟର , ଗଜପତି ତରଫରୁ ବିଶ୍ଵ ମାନବ ଚାଲାଣ ପ୍ରତିରୋଧ ଦିବସ ଅବସରରେ ଏକ ଆଲୋଚନା ଚକ୍ର ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ କାର୍ଯକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ କଲ୍ଯାଣ ବିଭାଗ ର ଆଞ୍ଚଳିକ ସଂଯୋଜକ ଶ୍ରୀଯୁକ୍ତ ଶ୍ରୀନୀବାସ ପାଣୀଗ୍ରାହୀ ଯୋଗଦେଇ ମାନବ ଚାଲାଣ ବିଷୟରେ ଗ୍ରାମ୍ୟ ସ୍ତରରୁ ସଚେତନତା ସୃଷ୍ଟି କରିବା ଓ ଏହାର ପୀଡିତାଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ମାନବ ଚାଲାଣ ରୋକିବା ଏବଂ ଦୁର୍ବଳ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବାରେ ସମ୍ପ୍ରଦାୟ-ଆଧାରିତ ପ୍ରୟାସର ଭୂମିକାକୁ ଗୁରୁତ୍ୱ ଦେବା ସହ ମାନବ ଚାଲାଣ ବିରୋଧରେ ଲଢ଼ିବା , ବଞ୍ଚିଥିବା ଲୋକଙ୍କୁ ସମର୍ଥନ କରିବା ଏବଂ ଭବିଷ୍ୟତରେ ହେଉଥିବା ପୀଡିତାକୁ ରୋକିବା ପାଇଁ ଗ୍ରାମ୍ୟସ୍ତରୀୟ ପ୍ରୟାସକୁ ଉତ୍ସାହିତ କରିବାକୁ ଆହ୍ଵାନ ଦେଇଥିଲେ।
ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ଶ୍ରୀମତୀ ସରଳା ପାତ୍ର , ମହିଳା ସୁରକ୍ଷା ଅଧିକାରୀ , ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ , ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ , ଶ୍ରୀମତୀ ନମୀତା ପାଢୀ , ଜିଲ୍ଲା ନୋଡାଲ ପୋଲିସ ଅଧିକାରିଣୀ , ଶ୍ରୀମତୀ ଶିବାନୀ ପାଣିଗ୍ରାହୀ , ବିନୋଦ ଜେନା , ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ବେବର୍ତ୍ତା , ଶ୍ରୀଯୁକ୍ତ ପ୍ରୋମୋଦ କୁମାର ପାଢୀ ,ଶ୍ରୀମତୀ ସୁଲତା ଶୁଭଦର୍ଶିନୀ , ଶିକ୍ଷୟତ୍ରୀ , ଶ୍ରୀମତୀ ଶୁଭଲକ୍ଷ୍ମୀ ଦାସ , ମହେନ୍ଦ୍ରଗିରି ବିଦ୍ୟାଳୟର ଶିକ୍ଷୟତ୍ରୀ ଯୋଗଦେଇ ମାନବ ଚାଲାଣର ବାସ୍ତବତା , ଏହାର ବିଭିନ୍ନ ରୂପ ଏବଂ ବ୍ୟକ୍ତି ଏବଂ ସମ୍ପ୍ରଦାୟ ଉପରେ ଏହାର ବିନାଶକାରୀ ପ୍ରଭାବ ବିଷୟରେ ଜନସାଧାରଣଙ୍କୁ ସୂଚନା ଦେବା ସହ ପୀଡିତାଙ୍କୁ ସୁରକ୍ଷା ଦେବା ତଥା ନ୍ୟାୟ , ଚିକିତ୍ସା ସେବା ଏବଂ ମାନସିକ ସମର୍ଥନ ପାଇବା ସମେତ ଚାଲାଣ ପୀଡିତାଙ୍କ ସୁରକ୍ଷା ଏବଂ ସମର୍ଥନ ସୁନିଶ୍ଚିତ କରିବା ଏବଂ ମାନବ ଚାଲାଣ ରୋକିବା ତଥା ସୁରକ୍ଷାକୁ ସୁଦୃଢ଼ କରିବା , ଆଇନ ପ୍ରବର୍ତ୍ତନ ପ୍ରୟାସକୁ ବୃଦ୍ଧି କରିବା ଏବଂ ମାନବ ଚାଲାଣର ମୂଳ କାରଣଗୁଡ଼ିକୁ ଖୋଜି ସମାଧାନ କରିବା ଭଳି ପ୍ରତିରୋଧକ ପଦକ୍ଷେପ ଉପରେ ଧ୍ୟାନ ଦେବା ଆବଶ୍ୟକତା ବୋଲି ଉଦବୋଧନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରାରମ୍ଭ ରେ ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ଜଳନ କରାଯାଇଥିଲା। ଶ୍ରୀଯୁକ୍ତ ସୁଧୀର ସାବତ, ନିର୍ଦ୍ଦେଶକ , ଆଇଏସଆରଡ଼ି କାର୍ଯକ୍ରମକୁ ଅଧ୍ୟକ୍ଷତା କରିବା ସହ ମଞ୍ଚ ପରିଚାଳନା କରିଥିବା ବେଳେ ଓ ଶ୍ରୀଯୁକ୍ତ ନାଗେଶ୍ଵର ଚୌଧୁରୀ ସମସ୍ତ ଅତିଥି ମାନଙ୍କୁ ସ୍ଵାଗତ ଜଣାଇଥିଲେ।
ଏହି ଦିବସ ପାଳନ ଅବସରରେ ସ୍କୁଲ ଓ କଲେଜର ର ଶତାଧିକ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ରଚନା , ବକ୍ତୃତା , ଚିତ୍ରାଙ୍କନ , musical ଚେୟାର ଆଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।
ଏହି କାର୍ଯକ୍ରମରେ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଉପସ୍ଥିତ ରହିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ISRD ୱାନ ଷ୍ଟପ କେନ୍ଦ୍ରର ମଧୁସ୍ମିତା ପାଢୀ , ସୁନିତା ବେହେରା , ମୋହିନୀ ପ୍ରଧାନ , ଶ୍ରୀଲକ୍ଷ୍ମୀ ପାଣୀଗ୍ରାହୀ , ମୋନାଲିସା ବେହେରା , ହରିକୃଷ୍ଣ ଚୌଧୁରୀ , ଟି .ସୁରେଶ କୁମାର , ଦିବ୍ୟ କୁମାର ସୁଆର , ନିରୁପମା ରାଉଳ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହଯୋଗ କରିଥିଲେ |ପରିଶେଷରେ ISRD ସଖୀ ୱାନ ଷ୍ଟପ ସେଣ୍ଟର ର କେନ୍ଦ୍ର ପ୍ରଶାସିକା ଶ୍ରୀମତୀ ସୁନିତା ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault