ଓଡ଼ଗାଁ,୨୭।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଆଗ୍ରହକୁ ଗୁରୁତ୍ବ ଦେଇ ଓଡ଼ଗାଁ ପଞ୍ଚାୟତ ସମିତି ସଭ୍ୟମାନେ ରବିବାର ନୟାଗଡ଼ ଠାରେ ଥିବା ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ । ସଭ୍ୟମାନେ ବୃଦ୍ଧା ଶ୍ରମ ବୁଲିବା ସହିତ ଅନ୍ତେବାସୀଙ୍କ ସହ ଆଳାପ ଆଲୋଚନା କରି ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ । ଏବଂ ସେମାନଙ୍କୁ ଖାଦ୍ୟବଣ୍ଟନ କରି ଆଜିର ଦିନରେ ପରିବାର ମାନଙ୍କ ପାଇଁ ଅଲୋଡା ହୋଇପଡ଼ିଥିବା ଅନ୍ତେବାସୀଙ୍କ ଆଶିର୍ବାଦ ଗ୍ରହଣ କରିଥିଲେ । ସେମାନଙ୍କ ନିକଟରେ ସମୟ ଅତିବାହିତ କରି ଜୀବନର ଏକ ସୁନ୍ଦର ଅନୁଭୁତିକୁ ଅନୁଭବ କରିବା ପାଇଁ ସଭ୍ୟମାନେ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ ସଭ୍ୟ ମାନଙ୍କ ଉକ୍ତ କାର୍ଯ୍ୟକ୍ରମରେ କୁରାଳ ସରପଞ୍ଚ ବିଜନ ପାଇକରାୟ ପୂର୍ଣ୍ଣ ସହଯୋଗ କରିଥିଲେ ।
ରାଜ୍ୟ
ଓଡ଼ଗାଁ ସମିତି ସଭ୍ୟଙ୍କ ସମର୍ପଣ ବୃଦ୍ଧାଶ୍ରମ ପରିଦର୍ଶନ
- Hits: 52