ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ସଂସଦରେ ଆଗତ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରି ଥିବା ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ମଣ୍ଡଳ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଛି । ୧୦୦୦ରୁ ଉର୍ଧ୍ଵ ମହିଳା ଶିଶୁମନ୍ଦିର ଠାରୁ ଏକ ବିରାଟ ରାଲୀରେ ବାହାରି ସେର ପଲ୍ଲୀ ଛକ ଠାରେ ସମବେତ ହୋଇଥିଲେ ।ମହିଳା ଙ୍କ ପ୍ରତି ସଂସଦ ରେ ହୋଇଥିବା ଅନ୍ୟାୟ ,ମହିଳାଙ୍କ ଅଧିକାର ସଙ୍କୁଚିତ କରିବା ଦ୍ୱାରା ମହିଳା ବିଲ୍ ପାରିତ ହୋଇ ପାରିନଥିଲା । ଆଜିର ଏହି ଜନ ଆକ୍ରୋଶ ସମାବେଶ ଆଜି ଅନୁଷ୍ଠିତ ହୋଇଛି । ଆଜିର ଏହି ସମାବେଶରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମି , ରାଜ୍ୟ କାର୍ଯ୍ୟକରାଣୀ ସଦସ୍ୟା ସଂତସିନୀ ପାତ୍ର ,ବିଧାୟକ ପ୍ରତିନିଧି ନିହାର ରାୟ, ସଜୁ ସରକାର, ମହିଳା ମୋର୍ଚ୍ଚା ସଭାପତି ବେନି କାର୍ଟୁଲୁ ,ସୌଦାମିନୀ ଆଚାର୍ଯ୍ୟ ,ମମତା ମୟୀ ମହାନ୍ତି,ଦ୍ରୌପଦୀ ପଟନାୟକ ବ୍ଲକ ପଡିଆ ଠାରେ ସମବେତ ହୋଇ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରିଥିବା ବିରୋଧୀଙ୍କ ବିରୋଧରେ ଏକ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଥିଲା ।
କଂଗ୍ରେସ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରୁଥିବା ବିରୋଧୀମାନଙ୍କୁ ନାରୀ ମାନେ ଆଗାମୀ ଦିନରେ ନିଶ୍ଚୟ ଉଚିତ ଜବାବ ଦେବେ ବୋଲି ଏହି ସମାବେଶରେ ମତ ପ୍ରକାଶ ପାଇଥିଲା। ମହିଳା ନେତ୍ରୀମାନେ ମହିଳା ସଂରକ୍ଷଣ ବିଲକୁ ବିରୋଧ କରିଥିବା ଦଳ କଂଗ୍ରେସ, ବିଜେଡି ମହିଳା ବିରୋଧୀ ବୋଲି ଉପସ୍ଥାପନ କରିଥିଲେ । ଏକ ବିଶାଳ ଶୋଭାଯାତ୍ରାରେ ଠାରୁ ବାହାରି ସହର ପରିକ୍ରମା କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ କୁଶ ପୁତଳିକା ଦାହକରିଥିଲେ ।







