ହେଡଲାଇନସ୍:

ସୁୁନ୍ଦରୀକୁ ଜଗିବେ ମହେନ୍ଦ୍ର ଆଉ ରାଜକୁମାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

ବାରିପଦା(ଦିଲ୍ଲୀପ ମହାନ୍ତି )- ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାଠାରେ ସ୍ୱତନ୍ତ୍ର ଏନକ୍ଲୋଜର ମଧ୍ୟରେ ଗତ ନଭେମ୍ବର ୬ରୁ ରହିଥିବା ବାଘୁଣୀ ସୁନ୍ଦରୀକୁ ଜଗିବା ତଥା ତାର ଗତିବିଧି ଉପରେ ନଜର ରଖିବା ପାଇଁ ଶିମିିଳିପାଳ ଅଭୟାରଣ୍ୟରୁ ୨ଟି ପୋଷାହାତୀ ମହେନ୍ଦ୍ର(୬୦) ଓ ରାଜକୁମାର(୧୪)ଙ୍କୁ ନେବାରେ ବନ ବିଭାଗ ପକ୍ଷରୁ ଦିର୍ଘ ମାସର ଉଦ୍ୟମ ଶେଷରେ ସଫଳ ହୋଇଛି । ପୂର୍ବରୁ ଏହି ହାତୀ ନେବା ଉଦ୍ୟମକୁ ମୟୂରଭଞ୍ଜବାସୀ ବିରୋଧ କରିଆସୁଥିବା ବେଳେ ବନ ବିଭାଗ ଓ ପ୍ରଶାସନିକ ପଦାଧିକାରୀମାନେ ମୟୂରଭଞ୍ଜବାସୀଙ୍କୁ ମନାଇବାରେ ସଫଳ ହେବା ପରେ ରବିବାର ଭୋର ଏହି ହାତୀ ଦୁଇଟି ସାତକୋଶିଆକୁ ନେବା ସମ୍ଭବ ହୋଇଛି । ଉକ୍ତ ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର ସହିତ ୪ ଜଣ ଦକ୍ଷ ତାଲିମ ପ୍ରାପ୍ତ ମାହୁନ୍ତ ଏବଂ ୨ ଡ଼ାକ୍ତର ଯାଇଛନ୍ତି । ହାତୀ ଦୁଇଟି ସାତକୋଶିଆ ଅଭୟାରଣ୍ୟରେ ଏକ ମାସ ପରେ ପୁଣି ଶିମିଳିପାଳକୁ ଫେରି ଆସିବେ ବୋଲି କୁହାଯାଉଥିବା ବେଳେ ଏହାର ସଠିକ୍ ସମୟ ସୀମା ନଥିବାର ଜଣାପଡ଼ିଛି । ସୂଚନା ଯୋଗ୍ୟଯେ, ସାତକୋଶିଆ ଅଭୟାରଣ୍ୟକୁ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ପରିଣତ କରାଇବା ନିମନ୍ତେ ମଧ୍ୟପ୍ରଦେଶରୁ କାହ୍ନା ଓ ପରବର୍ତ୍ତି ସମୟରେ ସୁନ୍ଦରୀକୁ ଅଣାଯାଇ ଥିଲା । ଏମାନଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଶିମିଳିପାଳରୁ ପୋଷାହାତୀ ମହେନ୍ଦ୍ର ସହିତ ରାଜକୁମାରକୁ ନେବା ପାଇଁ ବନ ବିଭାଗ ଉଦ୍ୟମ କରି ବିଫଳ ହୋଇଥିଲା । ଏହି ସମୟରେ କାହ୍ନାର କୌଣସି କାରଣରୁ ମୃତ୍ୟୁ  ହୋଇଥିବା ବେଳେ ସୁନ୍ଦରୀକୁ ନେଇ ସାତକୋଶିଆ ପାଦଦେଶରେ ଥିବା ଗ୍ରାମଗୁଡ଼ିକରେ ଆତଙ୍କ ଦେଖା ଦେଇଥିଲା । ସୁନ୍ଦରୀ ଗାଁଗଣ୍ଡା ଭିତରକୁ ପଶି ଗୃହପାଳିତ ପଶୁ ସହିତ ମଣିଷକୁ  ଶିକାର କରିବା ଆରମ୍ଭ କରିବା ପରେ ଏହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ତୀବ୍ର ରୂପ ଧାରଣ କରିଥିଲା । ଶେଷରେ ବନ ବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଜ କରିବା ଉଦେ୍ଧଶ୍ୟରେ ଚନ୍ଦକାରୁ  ନିଆ ଯାଇଥିବା ପୋଷା ହାତୀର ଆକ୍ରମଣରେ ମାହୁନ୍ତର ମୃତ୍ୟୁ ହୋଇଥିଲା ।  ବନବିଭାଗ ବହୁ କଷ୍ଟରେ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରି ରାଇଗୁଡ଼ାଠାରେ ସ୍ୱତନ୍ତ୍ର ଏନକ୍ଲୋଜରରେ ରଖିଥିଲା । ତେବେ ସାତକୋଶିଆ ଟାଇଗର ରିଜର୍ଭରେ ଶିମିଳିପାଳର ପୋଷା ହାତୀ ମହେନ୍ଦ୍ର ଓ ରାଜକୁମାର ସହିତ ସୁନ୍ଦରୀ ବାଘୁଣିର ସୁରକ୍ଷାକୁ ନେଇ ଉଠିଛି ପ୍ରଶ୍ନବାଚୀ । ପ୍ରାୟ ୬୦ ବର୍ଷର ପୋଷାହାତୀ ମହେନ୍ଦ୍ରର ସ୍ୱାସ୍ଥ୍ୟ ଅବସ୍ଥା ସହିତ ମଣିଷ ରକ୍ତ ପିଇଥିବା ସୁନ୍ଦରୀର ସୁରକ୍ଷାକୁ ନେଇ ଏହି ପ୍ରଶ୍ନ ଉଠିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଯଜ୍ଞଦତ୍ତ ପତିଙ୍କ କହିବା ଅନୁସାରେ ସରକାରଙ୍କ ୱାଲଡ଼ ଲାଇଫ ବିଭାଗର ନିର୍ଦ୍ଦେଶ ଅନୁସାରେ ଆମେ ମହେନ୍ଦ୍ର ଓ ରାଜକୁମାର ସହିତ ଅଭିଜ୍ଞ ମାହୁନ୍ତ ସାତକୋଶିଆକୁ ପଠାଇଛୁ । ସାତକୋଶିଆରେ ମଧ୍ୟ ଦକ୍ଷ ବନ କର୍ମଚାରୀ ରହିଛନ୍ତି । କୌଣସି ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ନଥିବାର କହିିଛନ୍ତି ।

 

0
0
0
s2sdefault