ହେଡଲାଇନସ୍:

ଝାରସୁଗୁଡାରେ ଅବକାରୀ ଚଢ଼ାଉ : ୩୦ କେଜି ଭାଙ୍ଗ ଜବତ, ଜଣେ ଗିରଫ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଝାରସୁଗୁଡା, ୯ ମେ : ଝାରସୁଗୁଡା ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଏକ ବିଶେଷ ଚଢ଼ାଉରେ ୩୦ କେଜି ଭାଙ୍ଗ ଜବତ କରାଯାଇଥିବାବେଳେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ପ୍ରମୋଦ ଶ୍ରୀବାସ ।

ଅବକାରୀ ଅଧିକ୍ଷକଙ୍କ ନିର୍ଦେଶକ୍ରମେ ଝାରସୁଗୁଡା ଅବକାରୀ ଟିମ ଦ୍ୱାରା ଝାରସୁଗୁଡା ଟାଉନ ଥାନା ଅଞ୍ଚଳର ଝଣ୍ଡାଛକ ପରଦେଶୀପଡା ଅଞ୍ଚଳରେ ଆତର୍କିତ ଚଢ଼ାଉ କରାଯାଇଥିଲା । ଚଢ଼ାଉ ସମୟରେ ଅଭିଯୁକ୍ତଙ୍କ ନିକଟରୁ ୩୦ କେଜି ଭାଙ୍ଗ ଜବତ ହୋଇଥିଲା । ପରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ଅବକାରୀ ବିଭାଗ ତଦନ୍ତ ଜାରି ରଖିଛି । ଏଥିସହ ଆଗାମୀ ଦିନରେ ମାଦକ ଦ୍ରବ୍ୟ ବିରୋଧୀ ଚଢ଼ାଉକୁ ଆହୁରି କଡାକଡି କରାଯିବ ବୋଲି ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

ଚଢ଼ାଉରେ ଅବକାରୀ ନିରୀକ୍ଷକ ଯାଜ୍ଞସେନୀ ପ୍ରଧାନ, ସହ-ଉପ ନିରୀକ୍ଷକ ନିତ୍ୟାନନ୍ଦ ବେହେରା, ଅବକାରୀ ଆରକ୍ଷୀ ଅବନୀ ସା, ତାପସ କୁମାର ପଟେଲ ଓ ଫୁଲତୁଳି ନାଏକ ପ୍ରମୁଖ ସାମିଲ ଥିଲେ।

0
0
0
s2sdefault