ହେଡଲାଇନସ୍:

ସ୍ବାଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଦ୍ବାରା କ୍ଲିନ୍ ସର୍ଗିବାହାଲ ଗ୍ରୀନ ସର୍ଗିବାହାଲ ଅଭିଯାନ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର /ନୀଳ ଦୀପ :  ସର୍ଗିବାହାଲ ସ୍ବାଳାଖ ବିନ୍ଧ୍ୟଗିରିବାସୀ ବିଂଝାଲ ସମାଜ ଦ୍ବାରା ର୍ସ୍ବଗତ ନୀଲକଣ୍ଠ ଗୌନ୍ତିଆଙ୍କ ସୃତିରେ କ୍ଲିନ୍ ସର୍ଗିବାହାଲ ଗ୍ରୀନ ସର୍ଗିବାହାଲ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ସଂଗଠନର ମୁଖ୍ୟ ଶ୍ରୀଯୁକ୍ତ କ୍ଷୀରୋଦ୍ର ସିଂ ବରିହା, ଶ୍ରୀଯୁକ୍ତ ମାଧବ ସିଂ ବରିହାଙ୍କ ନେତୃତ୍ବ ଓ ସଂଗଠନର ସଭାପତି ଶ୍ରୀ ଶିତଲ ବରିହା, ଉପ-ସଭାପତି ଶ୍ରୀ ଧନୁର୍ଯ୍ୟ ବରିହା,ସମ୍ପାଦକ ଶ୍ରୀଯୁକ୍ତ ବୃନ୍ଦାବନ ବରିହା, ସହ-ସମ୍ପାଦକ ଶ୍ରୀ ହେମସାଗର ବରିହା, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରସାନନ୍ଦ ବରିହା, ମୁଖ୍ୟ ଯୁବସଚେତକ ଶ୍ରୀ ଦୀପକ ସିଂ ବରିହା ପ୍ରମୂଖ ପରିଚାଲନା କରିଥିଲେ । ଏଥିରେ ସର୍ଗିବାହାଲର ମା' ବିନ୍ଧ୍ୟବାସିନୀ ଯୁବସଂଗଠନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । ଗ୍ରାମର ଚର୍ତୁପାର୍ଶ୍ବ ଓ ଶିକ୍ଷାନୁଷ୍ଠାନ ପରିସର ସଫାକରାଯାଇଥିଲା ପରିଶେଷରେ ଗ୍ରାମ୍ୟ ପୋଖରୀ ହୁଡାରେ ଅଶ୍ବତ୍ଥ, ବଟବୃକ୍ଷ, ଆମ୍ବବୃକ୍ଷ,ବଉଳବୃକ୍ଷ ତଥା ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କରିଥିଲେ ।

 

0
0
0
s2sdefault