ହେଡଲାଇନସ୍:

ବେଆଇନ୍ ମଦ ଆନ୍ଦୋଳନରେ ମହିଳା ତେଜିଲା :ସାଧାରଣତନ୍ତ୍ର ଦିବସରେ ମଧ୍ୟ ବିଦେଶୀ ମଦ ଦୋକାନ ଖୋଲା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଦେଶୀ ମଦ ଦୋକାନ ଘେରାଉ,ଅଧା ଘଣ୍ଟା ସମୟ ପର୍ଯ୍ୟନ୍ତ ରାଜ ରାସ୍ତା ରୋକ୍ ,ରାସ୍ତାରେ ଶହଶହ ଗାଡ଼ି ଅଟକିଲା

ରେଢ଼ାଖୋଲ/ଯଶୋବନ୍ତ ନାରାୟଣ ସାହୁ

ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଉପଖଣ୍ଡ ଅଞ୍ଚଳରେ ଦିନକୁ ଦିନ  ବେଆଇନ୍ ମଦ କାରବାର ବଢ଼ିବାରେ ଲାଗିଛି ,ହେଲେ ପୋଲିସ ଓ ଅବକାରୀ ବିଭାଗ ର ଅପାରଗତା କାରଣରୁ  ଏହା ବେଆଇନ୍ କାରବାର ଥମିବାର ନାଁ ନେଉନାହିଁ lଉପଖଣ୍ଡ ଅଞ୍ଚଳରେ ଏହି ବେଆଇନ ମଦ କାରବାରରେ ବିରୋଧ ଆନ୍ଦୋଳନ କରାଯାଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ଠୋସ୍ ପଦକ୍ଷେପ ନିଆଯାଉନାହିଁ lଫଳରେ ଦିନକୁ ଦିନ ଏହି ବେଆଇନ ମଦ କାରବାର ବୁଦ୍ଧି ପାଇଁ ଧନ ଜୀବନ ହାନି ହେବାରେ ଲାଗିଛି l ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ କଦଳୀଗଡ଼ ପଞ୍ଚୟତର ସମସ୍ତ ଗ୍ରାମର ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ଏବଂ ଗ୍ରାମବାସୀ ପୁରୁଷ ଏବଂ ମହିଳା ମାନେ ଏକଜୁଟ ହୋଇ କଦଳୀଗଡ଼ ସ୍ଥିତ ବିଦେଶୀ ମଦ ଦୋକାନ କୁ ଘେରାଉ  କରିଥିଲେ ,ତା ସଂଙ୍ଗେ ମଦ ଦୋକାନ  କୁ  ତାଲା ମଧ୍ୟ ପକାଇଦେଇଥିଲେ l ସୂଚନା ମୁତାବକ ଯେ ମଦ ଦୋକାନ ଭିତରେ ୪ ଜଣ ବିହାରୀ ଥିଲେ l ସେମାନେ ହେଲେ,ବିକାଶ ଶର୍ମା,ବସନ୍ତ ସିଂ,ରଂଜିତ ସିଂ,ମୋତିଲାଲ ୟାଦବ l ଏମାନଙ୍କୁ ମଧ୍ୟ ମହିଳା ମାନେ ତାଲା ପକାଇ ଦେଇଥିବାର ସୂଚନା ମିଳିଛି l ଆଜି ମଦ ବିରୋଧି କାର୍ଯ୍ୟକ୍ରମରେ ୫ଶହରୁ ଉର୍ଦ୍ଧ ମହିଳା ଉପସ୍ଥିତ ରହି ବିରୋଧ କରିଥଲେ l ଦୁଃଖର ବିଷୟ ଯାହାକି ସାଧାରଣତନ୍ତ୍ର ଦିବସ୍ ଥିଲେ ମଧ୍ୟ ,ବିଦେଶୀ ମଦ ଦୋକାନ ଖୋଲା ରଖି ବିକ୍ରୟ କରାଯାଉଥିଲା l ଉପସ୍ଥିତ ସମସ୍ତ ବ୍ୟକ୍ତିଙ୍କ ସଂପୁର୍ଣ୍ଣ ଅଭିଯୋଗ ଯାହାକି ବିଦେଶୀ ମଦ ଦୋକାନ ଏହି କଦଳୀଗଡ଼ ଅଞ୍ଚଳରୁ ବନ୍ଦ ହୋଇଯାଉ ଏବଂ ନକଲି ମଦ ତିଆରି ବିକ୍ରି ନ କରିବା ପାଇଁ ଦାବିର କାରଣ ଅଟେ l ଘଟଣା ସ୍ଥଳକୁ ପୋଲିସ ନ ପହଁଞ୍ଚିବାରୁ ମହିଳା ମାନେ ବିଶେଷ ଉତ୍ୟକ୍ତ ହୋଇ ରେଢ଼ାଖୋଲ ଓ ବୌଦ୍ଧ ୨୪ ନମ୍ବର ଜାତୀୟ ରାଜପଥ ଅଧା ଘଣ୍ଟା ପାଇଁ ରାସ୍ତାରୋକ କରିଥିଲେ l ଶେଷରେ ଘଟଣା ସ୍ଥଳକୁ ପୋଲିସ୍ ଅଧିକାରୀ ଆଇଆଇସି ପ୍ରଶାନ୍ତ ସାମଲ ପହଞ୍ଚି ମହିଳା ମାନଙ୍କୁ ବୁଝାମଣା କରି ରାସ୍ତା କୁ ଗାଡ଼ି ମଟର ଚଳାଚଳ ପାଇଁ ସ୍ୱୀକୁତୀ ଦେଇଥିଲେ ,ତାପରେ ମହିଳା ଗୋଷ୍ଠୀ ନକଲି ମଦ ସଂଗ୍ରହର ସମସ୍ତ  ସାମଗ୍ରୀ ପୋଲିସ ଙ୍କୁ ହସ୍ତାନ୍ତର କରିଥିଲେ

0
0
0
s2sdefault