ହେଡଲାଇନସ୍:

ବାଲେଶ୍ଵରରେ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ର ଭବ୍ୟ ଉଦଯାପନୀ ସମାରୋହ: ବାଲେଶ୍ଵର ଏଫ୍.ସି ଏବଂ ତେଲିପାଳ ଏସ.ଏସ.ଡି ଏଫ୍ ସି ଚାମ୍ପିୟନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ଵର, ତାରିଖ: ୪ ମେ ୨୦୨୬: ବାଲେଶ୍ଵର ଜିଲ୍ଲା ପ୍ରଶାସନ, ଜିଲ୍ଲା କ୍ରୀଡ଼ା ସଂଘ, ବାଲେଶ୍ଵର ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ଯୁକ୍ତ ଆନୁକୂଲ୍ୟରେ ଆୟୋଜିତ ପ୍ରତିଷ୍ଠିତ ‘ମୁଖ୍ୟମନ୍ତ୍ରୀ କପ୍-୨.୦’ କ୍ରୀଡ଼ା ମହୋତ୍ସବର ଉଦଯାପନୀ ସମାରୋହ ଆଜି ଭବ୍ୟ ଭାବେ ଆୟୋଜିତ ହୋଇ ସଫଳତାର ସହ ସମାପ୍ତ ହୋଇଛି। ଗତ ଏପ୍ରିଲ ୧୫ ତାରିଖରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଖୋ-ଖୋ, ଭଲିବଲ୍, କବାଡି ଓ ଫୁଟବଲ୍ ଇତ୍ୟାଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ସଫଳତାର ସହ ଆୟୋଜିତ ହୋଇଥିଲା।
ଆଜିର ଉଦଯାପନୀ ଅବସରରେ ଫୁଟବଲ୍ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ବାଳକ ଓ ବାଳିକା ଉଭୟ ବିଭାଗରେ ଖେଳାଳିମାନେ ଉତ୍କୃଷ୍ଟ କ୍ରୀଡ଼ା କୌଶଳର ପ୍ରଦର୍ଶନ କରିଥିଲେ।
ବାଳକ ବିଭାଗରେ ବାଲେଶ୍ଵର ଏଫ୍.ସି ଚାମ୍ପିୟନ ହୋଇଥିବାବେଳେ ତେଲିପାଳ ଏସ.ଏସ.ଡି ଏଫ୍.ସି ରନର୍ସ-ଅପ୍ ହୋଇଛନ୍ତି।
ବାଳିକା ବିଭାଗରେ ତେଲିପାଳ ଏସ.ଏସ.ଡି ଏଫ୍.ସି ଚାମ୍ପିୟନ ହୋଇଥିବାବେଳେ ଝାଡ଼େଶ୍ଵର ଏଫ୍.ସି ରନର୍ସ-ଅପ୍ ହୋଇଛନ୍ତି।
ଉଦଯାପନୀ ଉତ୍ସବରେ ବାଲେଶ୍ଵର ସଦର ବି.ଡି.ଓ ଶ୍ରୀ ଉତ୍ତମ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳମାନଙ୍କୁ ଟ୍ରଫି ପ୍ରଦାନ କରି ସେମାନଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ରାଜେଶ ପ୍ରିୟଦର୍ଶୀ, ସହକାରୀ ଜିଲ୍ଲାପାଳ ଶ୍ରୀ ଅମ୍ଳାନ ନାୟକ ଓ ବାଲେଶ୍ଵର ଜିଲ୍ଲା କ୍ରୀଡ଼ା ସଂଘର ସହ-ସାଧାରଣ ସମ୍ପାଦକ ତଥା ଓଡ଼ିଶା ଫୁଟବଲ୍ ସଂଘର ଉପ ସଭାପତି ଶ୍ରୀ ପଦ୍ମଲୋଚନ ଲେଙ୍କା ଉପସ୍ଥିତ ଥିଲେ।
ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ସମଗ୍ର କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ।
ଏହା ସହିତ ଉଲ୍ଲେଖନୀୟ ଯେ, ଗତ ଏପ୍ରିଲ ୧୫ ତାରିଖରେ ମାନ୍ୟବର ସରକାରୀ ଦଳର ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ମାନ୍ୟବର ବିଧାୟକ ସଦର ଶ୍ରୀ ମାନସ କୁମାର ଦତ୍ତ ଓ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନଙ୍କ ଦ୍ଵାରା ଏହି କ୍ରୀଡ଼ା ମହୋତ୍ସବର ଶୁଭ ଉଦ୍‌ଘାଟନ କରାଯାଇଥିଲା।
ଅତିଥିମାନେ ମତବ୍ୟକ୍ତ କରିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ କପ୍-୨.୦’ ଜିଲ୍ଲାର କ୍ରୀଡ଼ା ପ୍ରତିଭାମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କୁ ଏକ ସୁଯୋଗସୂଚକ ମଞ୍ଚ ପ୍ରଦାନ କରୁଛି, ଯାହା ଆଗାମୀଦିନରେ ରାଜ୍ୟ ଓ ଜାତୀୟ ସ୍ତରରେ ସଫଳତା ଅର୍ଜନରେ ସହାୟକ ହେବ।

0
0
0
s2sdefault