ବସ୍ତା ୪/୫ (ପି ଏନ ଏସ):ପାରିବାରିକ କଳହର କରୁଣ ପରି ଣତି,ବସ୍ତା ଡାକ୍ତରଖାନାରେ ଭର୍ତ୍ତି,ଗୁରୁତ୍ୱର ଯୁବକ ହେଲେ ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମର ଭଜ ହରି ବେହେରା। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ମିରିଗୁଣ୍ଡି ଗ୍ରାମରେ,ଗ୍ରାମର ଭଜ ହରି ବେହେରା ଦୀର୍ଘ ଦିନ ହେବ ଶଶୁର ଘରେ ରହୁଥିଲେ ।ପୂର୍ବରୁ ଜମିବାଡ଼ି ବାଦବିବାଦ ଲାଗି ରହିଥିଲା ବେଳେ ଆଜି ସକାଳେ ତାଙ୍କ ବଡ଼ ଭାଇ ପାଖରେ ରହୁଥିବା ନିଜ ମାଆଙ୍କୁ ଦେଖା କରିବାକୁ ଯାଇଥିଲେ।ମାତ୍ର ତାଙ୍କ ମାଆଙ୍କ ସହିତ ତାଙ୍କ ପୁତୁରା ଦେଖା କରେଇ ଦେଇ ନ ଥିଲେ। ତେବେ ଦେଖା କରେଇବାକୁ ନେଇ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା। ଏହି କଳହ ଶେଷରେ ଉଗ୍ର ରୂପ ଧାରଣ କରିଥିଲା। ଭଜ ହରିଙ୍କ ଭାଉଜ ଏକ ଖଣ୍ଡାରେ ଭଜ ହରିଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ।ଭଜହରି ନିଜ ଜୀବନକୁ ରକ୍ଷା କରିବା ପାଇଁ ସେଠାରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୌଡ଼ି ପଳେଇ ଆସିଥିବା ବେଳେ ବସ୍ତା ଥାନା ମାଥାନି ଛକଠାରେ ରାସ୍ତା ପଡିଯାଇଥିଲେ। ସ୍ଥାନୀୟ ଲୋକମାନେ ଗୁରୁତ୍ୱର ଅବସ୍ଥା ରେ ଭଜହରିଙ୍କୁ ଉଦ୍ଧାର କରି ବସ୍ତା ପୋଲିସକୁ ଖବରଦେଇ ଥିଲେ। ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ ଗାଡି ଗୁରୁତ୍ୱର ଯୁବକ ଙ୍କୁ ଉଦ୍ଧାର କରି ବସ୍ତା ଡାକ୍ତରଖାନାକୁ ପଠାଇଥିବା ବେଳେ ଅଧିକ ଗୁରୁତର ହେବାରୁ ବାଲେଶ୍ଵର ପରେ କଟକକୁ ସ୍ଥାନାନ୍ତର କରା ଯାଇ ଥିବା ଜଣାଆଦିଛି। ଏନେଇ ତାଙ୍କ ଭଉଣୀ ରୁପସା ଥାନା ଲିଖିତ ଅଭିଯୋଗ କରିବା ପରେ ପୋଲିସ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।
ରାଜ୍ୟ
ଭାଉଜ ଖଣ୍ଡା ଚୋଟରେ ଦିଅର ଗୁରୁତର।
- Hits: 25







