ହେଡଲାଇନସ୍:

ପଶ୍ଚିମବଙ୍ଗ–ଆସାମ–ପୁଡ଼ୁଚେରିରେ ଭାଜପାର ବିଜୟ: ଝାରସୁଗୁଡ଼ାରେ ଉତ୍ସବମୁଖର ପରିବେଶ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

 ଝାରସୁଗୁଡ଼ା: ପଶ୍ଚିମବଙ୍ଗ, ଆସାମ ଓ ପୁଡ଼ୁଚେରି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ବହୁ ସଂଖ୍ୟକ ଆସନ ଜିତି ସରକାର ଗଠନ ଦିଗରେ ଆଗେଇବା ପରେ ଏହାର ଖୁସି ଝାରସୁଗୁଡ଼ା ସହରରେ ଜୋରଦାର ଭାବେ ପ୍ରକାଶ ପାଇଛି।

ସୋମବାର ଅପରାହ୍ନରେ ଝାରସୁଗୁଡ଼ାର ଝଣ୍ଡା ଛକ ଓ ବିଟିଏମ୍ ଭାଜପା କାର୍ଯ୍ୟାଳୟରେ ଦଳୀୟ କର୍ମକର୍ତ୍ତାମାନେ ଏକତ୍ରିତ ହୋଇ ଅବିର ଲଗାଇବା, ମିଠା ବାଣ୍ଟିବା ଓ ଆତସବାଜି କରି ବିଜୟ ଉତ୍ସବ ପାଳନ କରିଥିଲେ। ସହରର ବିଭିନ୍ନ ସ୍ଥାନରେ ମଧ୍ୟ ଉଲ୍ଲାସମୟ ପରିବେଶ ଦେଖିବାକୁ ମିଳିଥିଲା ଏବଂ ପାର୍ଟି ପକ୍ଷରୁ ନାରାବାଜି କରାଯାଇଥିଲା।

ଏହି ଅବସରରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଉପସ୍ଥିତ ରହି କର୍ମକର୍ତ୍ତାମାନଙ୍କ ସହ ଖୁସି ବାଣ୍ଟିଥିଲେ। ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ଭବାନୀପୁର ନିର୍ବାଚନ ମଣ୍ଡଳୀରେ ତାଙ୍କ ଦାୟିତ୍ୱ ଥିବା ସମୟରେ ଭାଜପା ପ୍ରାର୍ଥୀଙ୍କ ବିଜୟ ହେବାରୁ କର୍ମୀମାନଙ୍କ ମଧ୍ୟରେ ବିଶେଷ ଉତ୍ସାହ ଦେଖାଯାଇଥିଲା।

ବିଧାୟକ ତ୍ରିପାଠୀ ଏହି ସଫଳତା ପାଇଁ ଦେଶର ଶୀର୍ଷ ନେତୃତ୍ୱ ଓ ପଶ୍ଚିମବଙ୍ଗର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ।

କାର୍ଯ୍ୟକ୍ରମରେ ପ୍ରେମସେନ ରାୟ, ନେତାଜୀ ପଟ୍ଟନାୟକ, ବନ୍ଦନା ମୁନ୍ଦ୍ରା, ଅରବିନ୍ଦ ପାଠକ, ପୁରୁଷୋତ୍ତମ ଥିରାଣୀ, ତାରଣ ଗିଦ୍ୱାନୀ, ବିବେକ ଶ୍ରୀବାସ, ହେମରଞ୍ଜନ ସିଂହ ସହିତ ଜିଲ୍ଲା ଓ ବ୍ଲକ୍ ସ୍ତରର ବହୁ ବରିଷ୍ଠ ନେତା ଏବଂ ଶତାଧିକ କର୍ମକର୍ତ୍ତା ଯୋଗ ଦେଇଥିଲେ

0
0
0
s2sdefault