ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନୟାଗଡ଼ରେ ସମ୍ବର୍ଦ୍ଧନା ଉତ୍ସବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ୍  ନାୟକ):- ନୟାଗଡ଼ ଜିଲ୍ଲା ସ୍ଥିତ ସୃଜନ କଲ୍ (ଡି, ଆର ଟିଏ.) ଠାରେ ନୟାଗଡ଼ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ଥିବା ସମସ୍ତ ଓଡି଼ଶା ଆଦର୍ଶ ବିଦ୍ୟାଳୟର ଚଳିତ ବର୍ଷ ୨୦୨୫-୨୬ ଶିକ୍ଷାବର୍ଷରେ ଉତ୍କୃଷ୍ଟ ଫଳାଫଳ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମାନଙ୍କୁ ସମ୍ମାନ ଜଣାଇବା ପାଇଁ ଏକ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠାନ ଆୟୋଜିତ ହୋଇଥିଲା । ଏହି ଅବସରରେ ନୟାଗଡ଼ ଜିଲ୍ଲାର ଜିଲ୍ଲାପାଳ ଶ୍ରୀମତୀ ମଧୁମିତା ରଥ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ସହ ମୁଖ୍ୟ ବକ୍ତା ଭାବରେ ପ୍ରେସିଡେଣ୍ଡ ଜିଲ୍ଲା ପରିଷଦ, ନୟାଗଡ଼ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ ଓ ତତ୍ ସହିତ ସମ୍ମାନୀୟ ଅତିଥି ରୂପେ ଅତିରିକ୍ତ ମାଜିଷ୍ଟ୍ରେଟ ନୟାଗଡ଼,ଶ୍ରୀଯୁକ୍ତ ବିଜୟାନନ୍ଦ ନାୟକ, ଉପଜିଲ୍ଲାପାଳ ନୟାଗଡ଼ ଶ୍ରୀଯୁକ୍ତ କଣ୍ଠଦେବ ସମାନ୍ଦର, ସିଡିଓ ଜିଲ୍ଲା ପରିଷଦ ନୟାଗଡ଼ ଶ୍ରୀଯୁକ୍ତ ଲଗ୍ନଜିତ୍‌ ଭାରତ, ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଗୀତାଞ୍ଜଳୀ ସାହୁ ଯୋଗଦେଇ ଥିଲେ । ଅତିଥି ମାନଙ୍କ ଦ୍ବାରା ବିଶ୍ବ ନିୟନ୍ତା ବଡ଼ଠାକୁର ଶ୍ରୀ ଜଗନ୍ନାଥ ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ସହ ସମ୍ବଦ୍ଧନା ଉତ୍ସବ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଆଦର୍ଶ ବିଦ୍ୟାଳୟ ନୋତର ନୟାଗଡ଼ର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ଷଡ଼ଙ୍ଗୀ ସ୍ବାଗତ ଭାଷଣ ସହ ସମଗ୍ର ଜିଲ୍ଲାର ଦଶମ ପରୀକ୍ଷା ଫଳାଫଳ ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ମଧୁମିତା ରଥ ଛାତ୍ରଛାତ୍ରୀଙ୍କ ପରିଶ୍ରମ ଓ ଶିକ୍ଷକମାନଙ୍କ ନିଷ୍ଠାକୁ ପ୍ରଶଂସା କରିଥିଲେ। ଶ୍ରୀମତୀ ରଥ କହିଥିଲେ ଯେ, ଏହି ସଫଳତା ଭବିଷ୍ୟତ ପାଇଁ ଏକ ମଜବୁତ ଭିତ୍ତି ସୃଷ୍ଠି କରିବା ସହ ଆଗାମୀ କାଲି ନିମେନ୍ତେ ଉଦାହରଣ ପ୍ରଦାନ କରିବ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ନିଷ୍ଠା କୁ ଭୂରି ଭୂରି ପୁଂଶସା କରିଥିଲେ।
ସମସ୍ତ ଅତିଥୁ ମାନେ ନିଜର ପ୍ରେରଣା ଦାୟୀ ସମ୍ଭାଷଣ ଦ୍ବାରା ଛାତ୍ର ଛାତ୍ରୀ, ଶିକ୍ଷକ ତଥା ଅଭିଭାବକ ମାନଙ୍କୁ ଅଭିପ୍ରେରିତ କରିଥିଲେ ସର୍ବ ପରି ଛାତ୍ର ଛାତ୍ରୀ ମାନଙ୍କୁ ଆଗାମୀ ଭବିଷ୍ୟତ ରେ ଜଣେ ସୁ ନାଗରିକ ହେବା ନିମନ୍ତେ ଉପଦେଶ ଦେଇଥୁଲ।ଏହି ଅବସରରେ ଏହି ବର୍ଷ ର ମୁଖ୍ୟ ଆକର୍ଷଣ ରୂପେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ନୋତର ନୟାଗଡ଼ର ଛାତ୍ରୀ ଶ୍ରେୟା ସ୍ମରଣିକା ଓ ଛାତ୍ର ଆଶୀର୍ବାଦ ମାର୍ଥା ୯୯,୬୦% ଅଙ୍କ ପାଇ ସମଗ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଯୁଗ୍ମ ଭାବରେ ଟସ୍ଟର ହୋଇଥିଲେ ଯାହାକି ସମଗ୍ର ନୟାଗଡ଼ ଜିଲ୍ଲା ନିମେନୁ ଗର୍ବର ମୁହୂର୍ଭ ଓ ଏଥି ସହିତ ୧୧୨ ଜଣ ଛାତ୍ରୀ ଓ ଛାତ୍ରୀ ୯୦% ଓ ତା'ଠାରୁ ଅଧିକ ଅଙ୍କ ପାଇ ଆଦର୍ଶ ବିଦ୍ୟାଳୟର ଗୌରବ ବଢ଼ାଇଥିଲେ ସେମାନଙ୍କୁ ଜିଲ୍ଲା ପ୍ରଶାସନ ସମ୍ମାନିତ କରିବା ସହ ସମଗ୍ର ଜିଲ୍ଲାରେ ୧୮ ଜଣ ଆଦର୍ଶ ବିଦ୍ୟାଳୟର ର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜ ବିଷୟ ରେ ଛାତ୍ର ଛାତ୍ରୀ ମାନେ ୧୦୦/୧୦୦ ନମ୍ବର ରଖୁବା ନିମନ୍ତେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ନିଷ୍ଠା ଓ ଶିକ୍ଷାଦାନର କୌଶଳ ନିମନ୍ତେ ସମ୍ମାନିତ କରିଥିଲେ। ସଫଳ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ଓ ଉପହାର ଦେଇ ସମ୍ମାନିତ କରାଯାଇଥିଲା । ସମ୍ମାନ ପାଇଥିବା ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଖୁସି ବ୍ୟକ୍ତି ହୋଇଥିଲ।ଏହି ଅବସରରେ ନୋଡର ଆଦର୍ଶ ବିଦ୍ୟାଳୟର ଓଡ଼ିଆ ଶିକ୍ଷୟିତ୍ରୀ ଶ୍ରୀମତୀ ସସ୍ମିତା ଚୌଧୁରୀ ଓ ଇଂରାଜୀ ଶିକ୍ଷୟିତ୍ରୀ ଅନ୍ନଦା ଅନ୍ନପୂର୍ଣ୍ଣା ମଞ୍ଚ ପରିଚାଳନା କରିଥିଲେ । ଜିଲ୍ଲା ର ସମସ୍ତ ଆଦର୍ଶ ବିଦ୍ୟାଳୟର ଅଧ୍ଯକ୍ଷ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମିଳିତ ଉଦ୍ୟମରେ ସମ୍ବଦ୍ଧନା ଉତ୍ସବ ଟି ସଫଳତାର ସହ ଉଦ‌ଯାପିତ ହୋଇଥିଲା ।

0
0
0
s2sdefault