ଜଗତସିଂହପୁର ତା.24.04 ( ) ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାରରେ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି I ସଭାର ଆରମ୍ଭରେ ଦିବଂଗତ ମହାନ ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା I ପାଠାଗାରର ଉପଦେଷ୍ଟା ତଥା ଶିକ୍ଷାବିତ ବଂଶୀଧର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସାରସ୍ୱତ ପରିଷଦର ଅଧ୍ୟକ୍ଷ ହିମାଂଶୁ ଶେଖର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବି ତଥା ଉତ୍କଳ ସମ୍ମିଳନୀ ଜଗତସିଂହପୁର ଜିଲ୍ଲା ଶାଖାର ସଭାପତି ଶିବପ୍ରସାଦ ମାଝୀ, ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଶିକ୍ଷାବିତ ସତ୍ୟବାଦୀ ଦାସ, ପ୍ରତାପ କୁମାର ରାଉତରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇ 1921 ମସିହା ଅସହଯୋଗ ଆନ୍ଦୋଳନ, 1930 ମସିହାର ଆଇନ ଅମାନ୍ୟ ଆନ୍ଦୋଳନ 1942 ମସିହାର ଭାରତ ଛାଡ଼ ଆନ୍ଦୋଳନରେ ତାଙ୍କର ଭୂମିକା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ ବୋଲି କହିଥିଲେ I ବିଶେଷ କରି ଅଳକାଶ୍ରମ ପ୍ରତିଷ୍ଠାରେ ତାଙ୍କର ଅବଦାନ ଜାତୀୟବାଦୀ ଚିନ୍ତା ଚେତନା ଓ ତ୍ୟାଗପୁତ ଜୀବନାଦର୍ଶ ଉତ୍ତରପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିଥିବ ବୋଲି ଅନୁରୂପ ଭାବେ ମତ ପୋଷଣ କରିଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I
ରାଜ୍ୟ
ସ୍ୱାଧୀନତା ସଂଗ୍ରାମୀ ଭାଗିରଥି ମହାପାତ୍ରଙ୍କ ଜୟନ୍ତୀ
- Hits: 5








