ଜଗତସିଂହପୁର ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଜଗତସିଂହପୁର ତା ୨୪.୦୪.୨୦୨୬ ରିଖ ସୁମନ୍ତ କୁମାର ଦାସ: ଆଜି ସ୍ଥାନୀୟ ଆଦିକବି ସାରଳା ଦାସ ସଂସ୍କୃତି ଭବନ ଠାରେ ଜିଲ୍ଲା ପ୍ରଶାସନ ଓ ଜଗତସିଂହପୁର ପଞ୍ଚାୟତ ସମିତି ଙ୍କ ମିଳିତ ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଶାର ମାନ୍ୟବର ଶିଳ୍ପ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଲେ ବିନା ଦ୍ୱିଧାରେ ସମାଜ ର ତଳସ୍ତରରେ ଥିବା ଲୋକଙ୍କ ନିକଟରେ ବିଭିନ୍ନ ଯୋଜନା ପହଞ୍ଚାଇବା ଆମ ସମସ୍ତଙ୍କ ଗୁରୁଦାୟିତ୍ଵ । ୨୦୩୬ ମସିହା ସୁଦ୍ଧା ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରୟାସ ଆରମ୍ଭ କରାଯାଇଛି। ଗାଁ ର ଉନ୍ନତି ହେଲେ ଦେଶର ଉନ୍ନତି ହୋଇ ପାରିବ। ଘର ନଥିବା ପ୍ରତ୍ୟେକ ଗରିବ ଲୋକଙ୍କୁ ଦଳମତ ନିର୍ବିଶେଷରେ ଅନ୍ତଦ୍ୟୋୟ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।

ଏହି ଉତ୍ସବରେ ମାନ୍ୟବର ସାଂସଦ ଶ୍ରୀ ବିଭୁ ପ୍ରସାଦ ତରାଇ ଯୋଗଦେଇ କହିଲେ ଶାସନ ର ବିକେନ୍ଦ୍ରୀକରଣ ସହ ଗ୍ରାମାଞ୍ଚଳ ଭିତ୍ତିଭୂମି ର ବିକାଶ ହୋଇପାରିଲେ ଦେଶର ବିକାଶ ସମ୍ଭବ। ପଞ୍ଚାୟତକୁ ଏକ ୟୁନିଟ ଭାବେ ନେଇ ବିକାଶ କରାଯାଉଛି। ପଞ୍ଚାୟତର ବିକାଶ କହିଲେ ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ କୁ ବୁଝାଇଥାଏ। ମହିଳାଙ୍କ ବିକାଶ ହେଲେ ପରିବାରର ବିକାଶ ହୋଇପାରିବ।

ଏହି ଉତ୍ସବରେ ମାନ୍ୟବର ବିଧାୟକ ଜଗତସିଂହପୁର ଶ୍ରୀ ଅମରେନ୍ଦ୍ର ଦାସ ଯୋଗଦେଇ କହିଲେ ପଞ୍ଚାୟତିରାଜ ବ୍ୟବସ୍ଥା ରେ ମହିଳା ମାନଙ୍କୁ ଅଧିକ କ୍ଷମତା ଦିଆଯାଇ ସେମାନଙ୍କୁ ଅର୍ଥନୈତିକ କ୍ଷେତ୍ରରେ ସ୍ବାବଲମ୍ବୀ କରାଯାଇ ପାରୁଛି। ଅର୍ଥନୀତି ସୁଦୃଢ କରିବାକୁ ହେଲେ ମା ମାନଙ୍କର ଅର୍ଥନୀତିକୁ ପ୍ରଥମେ ସୁଦୃଢ କରାଯିବା ଉଚିତ୍। ଦଳମତ ନିର୍ବିଶେଷରେ ସମସ୍ତଙ୍କ ନିକଟରେ ଜନ ହିତକର ଯୋଜନା ପହଞ୍ଚାଇବା ଆମର ଲକ୍ଷ୍ୟ ବୋଲି ସେ କହିଥିଲେ।

ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଗାଁ ର ବିକାଶ ରେ ଦେଶ ବିକାଶ ସମ୍ଭବ ବୋଲି କହିଥିଲେ।

ଏହି ଉତ୍ସବରେ ଜିଲ୍ଲାପାଳ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଜେ ସୋନାଲ ପଞ୍ଚାୟତିରାଜ ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ବିବରଣୀ ପ୍ରଦାନ ସହ ତୃଣମୂଳ ସ୍ତରରେ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥା ର ଉନ୍ନତି ନିମନ୍ତେ ପଞ୍ଚାୟତିରାଜ ଵ୍ୟଵସ୍ଥା ସାଧନ ବୋଲି କହିଥିଲେ।କରିଥିଲେ।

ମୁଖ୍ୟ ବିକାଶ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଲେ ସଭାରେ ଅଧ୍ୟକ୍ଷତା କରିବା ସହ ଶେଷ ରେ ଧନ୍ଯବାଦ ଅର୍ପଣ କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ।

ଏହି ଅବସରରେ ବିଭିନ୍ନ ଯୋଜନାରେ
ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ପାଇଁ ବ୍ଲକ୍ ଓ ଗ୍ରାମ ପଞ୍ଚାୟତମାନଙ୍କୁ ସମ୍ମାନିତ କରାଯାଇଛି ।
ରୁରାଲ୍ ହାଉସିଂ (RH) ଯୋଜନାରେ ବିରିଡି ବ୍ଲକ୍ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜଗତସିଂହପୁର ବ୍ଲକ୍ ଦ୍ୱିତୀୟ ସ୍ଥାନରେ ରହିଛି ।
MGNREGS ଯୋଜନାରେ ବାଲିକୁଦା ବ୍ଲକ୍ ପ୍ରଥମ ଏବଂ ଜଗତସିଂହପୁର ବ୍ଲକ୍ ଦ୍ୱିତୀୟ ସ୍ଥାନ ପାଇଛି । SBM(G) ଯୋଜନାରେ ରଘୁନାଥପୁର ବ୍ଲକ୍ ପ୍ରଥମ ଏବଂ କୁଜଙ୍ଗ ବ୍ଲକ୍ ଦ୍ୱିତୀୟ ସ୍ଥାନରେ ରହିଛି । ଜୀବିକା ମିଶନ ରେ ତିର୍ତ୍ତୋଲ ବ୍ଲକ୍ ପ୍ରଥମ ଏବଂ ଜଗତସିଂହପୁର ବ୍ଲକ୍ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ଲକ୍ଷପତି ଦିଦି ସୃଷ୍ଟି ଯୋଜନାରେ ରଘୁନାଥପୁର ବ୍ଲକ୍ (୯୦% ଟାର୍ଗେଟ୍ ପୂରଣ) କରି ପ୍ରଥମ ଏବଂ ବାଲିକୁଦା ବ୍ଲକ୍ (୮୨% ଟାର୍ଗେଟ୍ ପୂରଣ) କରି ଦ୍ୱିତୀୟ ସ୍ଥାନରେ ରହିଛି । BGBO (Small Category) ରେ ବିରିଡି ବ୍ଲକ୍ ଓ BGBO (Large Category) ରେ କୁଜଙ୍ଗ ବ୍ଲକ୍ ପ୍ରଥମ ସ୍ଥାନରେ ରହିଛି । ଶ୍ରେଷ୍ଠ ପଞ୍ଚାୟତ (OSR) ବିଭାଗରେ କୁଜଙ୍ଗ ବ୍ଲକ୍ ଅଧୀନ ନୁଆଗାଁ ଗ୍ରାମ ପଞ୍ଚାୟତ ୨୦୨୫-୨୬ ଆର୍ଥିକ ବର୍ଷରେ ସର୍ବାଧିକ ଆଦାୟ (୧,୨୦,୦୦୦ ଟଙ୍କା) କରି ପ୍ରଥମ ସ୍ଥାନ ଅଧିକାର କରିଛି । ସର୍ବାଧିକ ବ୍ୟୟ କରିଥିବା ଶ୍ରେଷ୍ଠ ଗ୍ରାମ ପଞ୍ଚାୟତ ଭାବେ ଜଗତସିଂହପୁର ବ୍ଲକ୍ ର ସମଙ୍ଗ ଗ୍ରାମ ପଞ୍ଚାୟତ ଚୟନ ହୋଇଛି।

ଜଗତସିଂହପୁର ଜିଲ୍ଲାର ବିଭିନ୍ନ ବ୍ଲକ ର ଶ୍ରେଷ୍ଠ ଲକ୍ଷପତି ଦିଦି/ମହାଲକ୍ଷପତି ଦିଦି ମାନଙ୍କୁ NPRD 2026 ଅବସରରେ ସମ୍ମାନ ପାଇଁ ଚୟନ କରାଯାଇଛି। ଚୟନିତ ଲକ୍ଷପତି ଦିଦିମାନେ ହେଲେ:-ବାଲିକୁଦା ବ୍ଲକ୍ ର ସଚଳା ପାତ୍ର,ବିରିଡି ବ୍ଲକ୍ ର ରଶ୍ମିତା ସାହୁ,ଏରସମା ବ୍ଲକ୍ ର ଉଷାରାଣୀ ମହାନ୍ତି,ଜଗତସିଂହପୁର ବ୍ଲକ୍ ର ଗଙ୍ଗୋତ୍ରୀ ମଲ୍ଲିକ,କୁଜଙ୍ଗ ବ୍ଲକ୍ ର ତିଲୋତ୍ତମା ମାଝି,
ନାଉଗାଁ ବ୍ଲକ୍ ର ସଞ୍ଜୁକ୍ତା ଦାସ,ରଘୁନାଥପୁର ବ୍ଲକ୍ ର ବିଜୟଲକ୍ଷ୍ମୀ ମହାପାତ୍ର,ତିର୍ତ୍ତୋଲ ବ୍ଲକ୍ ର ମମତା ପୁହାଣ ।

ଅନ୍ତୋଦୟ ଗୃହ ଯୋଜନା ର ହିତାଧିକାରୀ ଙ୍କୁ କାର୍ଯ୍ୟାଦେଶ ଓ ସହାୟତା ରାଶି ପ୍ରଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସ୍ତରୀୟ ଅଧିକାରୀ, ଡେପୁଟୀ ସି ଇ ଓ ଓରମାସ, ବିଡ଼ିଓ ତିର୍ତ୍ତୋଲ ତଥା ଏ ପି ଡି ଜିଲ୍ଲା ପରିଷଦ ଗିରିଜା ଶଙ୍କର ମଲ୍ଲିକ୍,ବିଡ଼ିଓ ଜଗତସିଂହପୁର ଆଶୁତୋଷ ମିଶ୍ର, ଜିଲ୍ଲା ପରିଷଦ ର ସମସ୍ତ କର୍ମକର୍ତ୍ତା,ଜଗତସିଂହପୁର ବ୍ଳକ୍ କର୍ମଚାରୀ,ସହର ର ବୁଦ୍ଧିଜୀବି, ସ୍ୱୟଂ ସହାୟକ ଗୋଷ୍ଠୀ ର ମା ମାନେ, ଗଣ ମାଧ୍ୟମ ର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault