ବାଲେଶ୍ଵର, ୨୪ ଏପ୍ରିଲ ୨୦୨୬: ବାଲେଶ୍ଵର ଜିଲ୍ଲା ପ୍ରଶାସନ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ଆନୁକୂଲ୍ୟରେ ଜାରି ରହିଥିବା ‘ମୁଖ୍ୟମନ୍ତ୍ରୀ କପ୍-୨.୦’ (C.M. Trophy 2.0) କ୍ରୀଡ଼ା ମହୋତ୍ସବରେ ଆଜି ଫୁଟବଲ ପ୍ରତିଯୋଗିତା ଭବ୍ୟ ଭାବେ ଉଦ୍ଘାଟିତ ହୋଇଯାଇଛି।
ଫୁଟବଲ ପ୍ରତିଯୋଗିତାର ଶୁଭାରମ୍ଭ ଆଜି ସ୍ଥାନୀୟ କ୍ରୀଡ଼ାଙ୍ଗନରେ ବାଲେଶ୍ଵର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ (DIPRO) ଶ୍ରୀ ରାଜେଶ ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି। ଖେଳାଳିମାନଙ୍କୁ ଉତ୍ସାହିତ କରି ସେ କହିଛନ୍ତି ଯେ, କ୍ରୀଡ଼ା କେବଳ ଶାରୀରିକ ବିକାଶ ନୁହେଁ ବରଂ ଶୃଙ୍ଖଳା ଓ ଏକତା ଶିଖାଇଥାଏ।
ଏହି ଟ୍ରଫିରେ ମୁଖ୍ୟତଃ ଚାରୋଟି ବିଭାଗରେ ଖେଳ ଅନୁଷ୍ଠିତ ହେଉଛି:ଏଥି ମଧ୍ୟରୁ ଖୋ ଖୋ, ଭଲିବଲ୍ ଓ କବାଡି ପ୍ରତିଯୋଗିତା ସଫଳତାର ସହ ଶେଷ ହୋଇଥିବାବେଳେ ଫୁଟବଲ ଆଜିଠାରୁ ଆରମ୍ଭ ହୋଇ ଆସନ୍ତା ମେ ମାସ ୪ ତାରିଖ ରେ ଶେଷ ହେବ।
ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୧୫ ତାରିଖରେ ସରକାରୀ ମୁଖ୍ୟ ସଚେତକ ତଥା ମାନ୍ୟବର ବିଧାୟକ ରେମୁଣା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ, ବାଲେଶ୍ଵର ସଦର ବିଧାୟକ ମାନ୍ୟବର ଶ୍ରୀଯୁକ୍ତ ମାନସ କୁମାର ଦତ୍ତ ଏବଂ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନଙ୍କ ଦ୍ଵାରା ଏହି ମହୋତ୍ସବର ଶୁଭାରମ୍ଭ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନାଙ୍କ ତତ୍ତ୍ୱାବଧାନରେ ଏହି ସମସ୍ତ କାର୍ଯ୍ୟକ୍ରମ ସଫଳତାର ସହ ପରିଚାଳିତ ହେଉଛି।
ଜିଲ୍ଲାର କ୍ରୀଡ଼ା ପ୍ରତିଭାକୁ ଏକ ବଡ଼ ପ୍ଲାଟଫର୍ମ ଦେବା ଏହି ଆୟୋଜନର ମୂଳ ଲକ୍ଷ୍ୟ। ଆଜିର ଫୁଟବଲ ଉଦ୍ଘାଟନୀ ପରେ କ୍ରୀଡ଼ାବିତଙ୍କ ମଧ୍ୟରେ ଅଦମ୍ୟ ଉତ୍ସାହ ଦେଖିବାକୁ ମିଳିଛି।
ରାଜ୍ୟ
ବାଲେଶ୍ଵରରେ ‘ମୁଖ୍ୟମନ୍ତ୍ରୀ କପ୍-୨.୦
- Hits: 7








