ହେଡଲାଇନସ୍:

ଶିଆଳିଲଟିରେ ବିଶ୍ୱଶାନ୍ତି ମହାଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକର ଶିଆଳିଲଟି ଗ୍ରାମରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ଯକ୍ଷ କାମଦେବ ବଡନାୟକ , ଉପାଧ୍ୟକ୍ଷା ପଙ୍କଜିନି ଦଳାଇ , ଆରଏସ୍ଏସ୍ ର କାର୍ଯ୍ୟବାହୀ ଜୁରିଆ ଜାନୀ , ବରିଷ୍ଠ କାର୍ଯ୍ୟକର୍ତ୍ତା ସମ୍ପଦ ନାଏକ , ଯୁବନେତା ତଥା ପୂର୍ବତନ ସରପଞ୍ଚ ବୀର ଭାସ୍କର ପାଇକ , ଶବର ସମାଜର କାର୍ଯ୍ୟକର୍ତ୍ତା ମୋହନ ମଣ୍ଡଳ , ଚଉତିଶା ଦଳାଇ ଓ କାର୍ତ୍ତିକ ମଣ୍ଡଳ ପ୍ରମୁଖ ଯୋଗଦାନ କରିଥିଲେ।
ଏଥିରେ କଳସ ଯାତ୍ରା , ନାମଯଜ୍ଞ , ଘୃତଯଜ୍ଞ , ଅନ୍ନଯଜ୍ଞ ଓ ପୂର୍ଣ୍ଣାହୁତି ସମାପ୍ତ ହୋଇଛି। କାର୍ଯ୍ୟକ୍ରମକୁ ଶିଆଳିଲଟି ସରପଞ୍ଚ ଅଭିମନ୍ୟୁ ପାଇକ , ମନୋରଞ୍ଜନ ଦଳାଇ ଏବଂ ଗ୍ରାମବାସୀ ପରିଚାଳନା କରିଛନ୍ତି। ଏଥିରେ ଶିଆଳିଲଟି,ମହେନ୍ଦ୍ରଗଡ ଏବଂ ପୁରୁଣା ପାଣିରୁ ଶ୍ରଦ୍ଧାଳୁ ଯୋଗଦାନ କରିଥିଲେ।

0
0
0
s2sdefault