-
ଏସଆଇଆର ମାଧ୍ୟମରେ ଯୋଗ୍ୟ ଭୋଟରମାନଙ୍କୁ ବାଦ୍ ଦିଆଯିବାର ଆଶଙ୍କା ସୃଷ୍ଟି ହେଉଛି
-
ସ୍ୱଚ୍ଛ ଓ ନିର୍ଭୁଲ ଯାଞ୍ଚ କରି ବାଦ୍ ପଡ଼ିଥିବା ଭୋଟରଙ୍କୁ ପୁଣି ତାଲିକାଭୁକ୍ତ କରାଯାଉ
ଭୁବନେଶ୍ୱର, ୨୨/୦୪/୨୦୨୬: ଓଡ଼ିଶାରେ ସ୍ପେସିଆଲ ଇଣ୍ଟେନସିଭ ରିଭିଜନ ପୂର୍ବରୁ ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟରଙ୍କ ନାମ କଟିବାକୁ ନେଇ ସାଧାରଣ ଲୋକଙ୍କ ମନରେ ସନେ୍ଦହ ସୃଷ୍ଟି ହୋଇଛି । ଏହାକୁ ନେଇ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ୍ ଘେରାଉ କରି ବିକ୍ଷୋଭ ଓ ପ୍ରତିବାଦ ପ୍ରଦର୍ଶନ କରିଥିଲା ବିଜୁ ଜନତା ଦଳ । ଏହି ପ୍ରତିବାଦ ସଭାରେ ବିଜୁ ମହିଳା ଜନତା ଦଳର ଅନେକ ବରିଷ୍ଠ ନେତୃତ୍ୱଙ୍କ ସହିତ ବହୁସଂଖ୍ୟାରେ ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ, ବିଜୁ ଛାତ୍ର ଜନତା ଦଳ ସଭାନେତ୍ରୀ ଇପ୍ସୀତା ସାହୁଙ୍କ ନେତୃତ୍ୱରେ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଉଦେ୍ଦଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଥିଲା । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ବିଜେଡିର ପ୍ରତିନିଧି ମଣ୍ଡଳୀ ବିସ୍ତୃତ ଭାବେ ଆଲୋଚନା କରିଥିଲା । କୌଣସି ଭୋଟରଙ୍କୁ ବାଦ୍ ଦେବା ପୂର୍ବରୁ ବୁଥ୍ ଲେଭଲ୍ ଅଫିସରମାନଙ୍କ ଦ୍ୱାରା ସ୍ୱଚ୍ଛ ଓ ନିର୍ଭୁଲ ଯାଞ୍ଚ କରାଯାଉ । ସମ୍ପୂର୍ଣ୍ଣ ପାରଦର୍ଶିତା ପାଇଁ ନିର୍ବାଚନମଣ୍ଡଳୀ ଭିତ୍ତିକ ତଥ୍ୟ ପ୍ରକାଶ, ପ୍ରଭାବିତ ଜିଲ୍ଲାରେ ସ୍ୱାଧୀନ ଅଡିଟ୍ ଏବଂ ଭୋଟର ଅଧିକାର ସୁରକ୍ଷା ପାଇଁ ଅଭିଯୋଗ ନିବାରଣ ବ୍ୟବସ୍ଥା କରାଯାଉ ବୋଲି ପ୍ରତିନିଧି ମଣ୍ଡଳୀ ଦାବି କରିଥିଲା ।
ବିଶେଷକରି ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ମହିଳା ଏବଂ ପୁରୁଷ ମାନଙ୍କ ନାମ ଯେପରି ଭୋଟର ତାଲିକାରୁ ବାଦ୍ ନପଡେ, ସେଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଅଛି ବୋଲି ପ୍ରତିନିଧି ମଣ୍ଡଳୀ କହିଥିଲେ । କୌଣସି ଯୋଗ୍ୟ ନାଗରିକ ତାଙ୍କର ସାମ୍ୱିଧାନିକ ଭୋଟ ଅଧିକାରରୁ ଯେପରି ବଞ୍ଚିତ ହେବେ ନାହିଁ, ସେଥିପାଇଁ ଭାରତର ନିର୍ବାଚନ ଆୟୋଗଙ୍କ ହସ୍ତକ୍ଷେପ ଦାବି କରିଛି ବିଜୁ ଜନତା ଦଳ ।
ବିଜେଡିର ଏହି ପ୍ରତିନିଧି ମଣ୍ଡଳୀରେ ବିଜୟ ନାୟକ, ଡ଼ ପି୍ରୟବ୍ରତ ମାଝୀ, ସୁମିତ୍ରା ଜେନା, ମିନତୀ ବେହେରା, ଗୀତାଞ୍ଜଳି ବସ୍ତିଆ, ଅଲିଅଳୀ ମଲ୍ଲିକ, ସଂଯୁକ୍ତା ମହାନ୍ତି, ମାନସୀ ସୁନ୍ଦରରାୟ, ରିଜ୍ୱାନା ବେଗମ, ସ୍ନେହାଞ୍ଜଳି ମହାନ୍ତି, ଈଲା ସ୍ୱାଇଁ, ଜ୍ୟୋତ୍ସ୍ନାମୟୀ ପରିଡ଼ା, ଅମରଜିତ ସେନାପତି, ସୋଫିଆ ଆଲାମ, ମନୋଜ ସେନାପତି, ସୁଭ୍ରଜିତ ପାଢ଼ୀ, ଦିପକ ମହାପାତ୍ର, ବିଜୟ କେତନ ସାହୁ, ନୀଳମାଧବ ମହାନ୍ତି, ଅବିନାଶ ପ୍ରଧାନ, ଅରୂପ ଶ୍ରୀଚନ୍ଦନ, ବିକ୍ରମ ରଞ୍ଜିତ ପଟ୍ଟନାୟକ, ସତ୍ୟଜିତ ପଟ୍ଟନାୟକ, ଚିନ୍ମୟ ଦାସ, ସୌମ୍ୟ ରଞ୍ଜନ ମହାପାତ୍ର, ସ୍ନେହାଶିଷ ଜେନା, ତବରେଜ ଖାନ, ଅମିତ ଜେନା, ଅଶୋକ ନାୟକ, ମନୋଜ ମହାନ୍ତି, ସୋମ୍ୟ ସାର୍ଥକ ରାୟ, ସଂଜିତ ମହାନ୍ତି, ଲଗ୍ନାଦୀପ ମିଶ୍ର, ଚିନ୍ମୟୀ ପଣ୍ଡା, ସୌମ୍ୟରଂଜନ ତ୍ରିପାଠୀ, ଜ୍ଞାନ ରଞ୍ଜନ ମାନସିଂ, ଅଫ୍ତାବ ଆଲମ ଖାନ, ସୁଦୀପ୍ତ କେଶରୀ ସାମଲ, ଜଗମୋହନ ବଳିଆରସିଂ, ଶ୍ରୀଚନ୍ଦନ ପାତ୍ର, ସୁକାନ୍ତ ନାୟକ, ସୁକାନ୍ତ ବିଶ୍ୱାଳ, ଶୁଭମ ପ୍ରଧାନ, ସମିମ୍ ଅଖତାର, ଶୁଭମ ଖଟୁଆ, ଶେଖ ନୱାଜ, ଫାତମା ଖାତୁନ, ଆନିଶ ରଥ, ଶେଖ ଗୁଫରାନ, ବିଶ୍ୱଜିତ, ତିଳୋତ୍ତମା ଚୌଧୁରୀ, ସ୍ୱର୍ଣ୍ଣଲତା ସାମଲ, କୁ୍ୟମାର ସୁଲତାନ ବେଗମ, ଈଲା ସାସମଲ, ସଂଯୁକ୍ତା ପାଣିଗ୍ରାହୀ, ସସ୍ମିତା ଦାସ, ପ୍ରଭାସିନୀ ମହାନ୍ତି, ଶାନ୍ତିଲତା ସାହୁ, ଭାଗ୍ୟଶ୍ରୀ ଜେନା, ଲକ୍ଷ୍ମୀ ସିଂ, ବାସନ୍ତୀ ସିଂ, ରୁନୁବାଳା ପ୍ରଧାନ, ପରବୁ୍ୟ ବିବି, ମମତା ପ୍ରମୁଖ ସାମିଲ ଥିଲେ ।








