କେବୁଲ ତାରରେ କଟିଲା ଅଧ୍ୟାପକଙ୍କ ବେକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ ୨୨।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସିର ଓଡ଼ଗାଁ ମୁଖ୍ୟ ବଜାର ହନୁମାନ ଛକ ଠାରୁ ସିନେମା ହଲ୍ ଛକ ଆଡ଼କୁ ମଙ୍ଗଳବାର ଅପରାହ୍ନରେ କୌଣସି କାର୍ଯ୍ୟରେ ଶରଣକୁଳ କଲେଜ୍ ଇତିହାସ ବିଭାଗ ବରିଷ୍ଠ ଅଧ୍ୟାପକ ନାରାୟଣ ପ୍ରଧାନ ପୁଅ ସହିତ ବାଇକରେ ଯାଉଥିବା ସମୟରେ ଓଡ଼ଗାଁର ନିର୍ମାଣାଧିନ ନୂଆ ବସଷ୍ଟାଣ୍ଡ ରାସ୍ତାପାଖ ମୂଖ୍ୟ ରାସ୍ତାରେ ଏକ କେବୁଲ ତାର ଅଧ୍ୟାପକଙ୍କ ବେକରେ ଲାଗି ଯାଇଥିଲା। ବାଇକ୍ ସ୍ପିଡ୍ ନଥିଲେ ମଧ୍ୟ ବ୍ରେକଦେବା ଭିତରେ କେବୁଲଟି ବେକରେ ଭିଡ଼ି ହୋଇ ଯିବାରୁ ବେକ ଚିପି ହେବା ସହିତ ବେକର ବାମପାର୍ଶ୍ୱ ଓ ଡାହାଣ ପାଖ ଛାତିରୁ ଚମଡ଼ା ଉତୁରି ଯାଇଥିଲା। ଓଡ଼ଗାଁ ସହରରେ ମାଳମାଳ ଟେବୁଲ ତାର ବିଛା ଯାଇଥିବା ବେଳେ ଏଥି ପ୍ରତି କାହାର ଦାୟିତ୍ୱବୋଧ ନଥିବା ପରି ମନେହେଉଛି । ବିଶେଷ କରି ଏନେଇ ପ୍ରଶାସନର କୌଣସି ଲଗାମ ନଥିବା ପରି ଜଣାପଡୁଛି । ଫଳରେ କେବୁଲ ତାର ବର୍ଷା ପବନ ଅଥବା ଗାଡ଼ିଘୋଡ଼ା ବାଜି ଅନେକ ସମୟରେ ରାସ୍ତାରେ ଓହଳି ରହୁଛି । ସୂଚନା ଥାଉକି ଜନଗହଳିପୂର୍ଣ୍ଣ ବ୍ଳକ ରୋଡ଼ ଗାନ୍ଧୀ ପୀଠ ସାମ୍ନାରେ ଏଭଳି ଏକ କେବୁଲ ତାର ଛିଣ୍ଡି ଦୀର୍ଘ ଦିନ ଧରି ଝୁଲିରହିଥିବା ବେଳେ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଇନଥିଲେ । ଅଧ୍ୟାପକ ଜଣଙ୍କ ଅଳ୍ପକେ ରକ୍ଷା ପାଇଥିଲେ ମଧ୍ୟ ଆଗାମୀ ଦିନରେ ଜନତାଙ୍କ ସୁରକ୍ଷା ପାଇଁ କେବୁଲ ମାଲିକ ଓ ପ୍ରଶାସନ ଏନେଇ ସ୍ବତନ୍ତ୍ର ଧ୍ୟାନ ଦେବାର ଆବଶ୍ୟକତା ଦେଖା ଦେଇଛି ।

0
0
0
s2sdefault