ହେଡଲାଇନସ୍:

ନବରଙ୍ଗପୁର ଠାରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ ସଦାଶିବ ତ୍ରୀପାଠୀ ଙ୍କ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନବରଙ୍ଗପୁର ତା ୨୧.୪v.୨୦୨୬:ଅଶୋକ ସାହୁ,ସ୍ଥାନୀୟ ନବରଙ୍ଗପୁର ପୌରପାଳିକା ସମ୍ମିଳନୀ ଗୃହରେ ସକାଳ ୮.୩୦ ମି ସମୟରେ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଡ଼ା ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ସମାରୋହ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ,ପୂଜ୍ୟପୂଜା,ସ୍ମୃତି ଚାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ସକାଳ ୮.୦୦ ଘ ସମୟରେ ସ୍ଥାନୀୟ ସଦାଶିବ ପାର୍କ ଠାରେ ସ୍ଥାପିତ ଡ ସଦାଶିବ ତ୍ରୀପାଠୀ ଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟ ଅତିଥି ରୂପେ ଜିଲ୍ଲାପାଳ ଡ଼ ମହେଶ୍ବର ସ୍ୱାଇଁ,ଅନ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ) ତପନ କୁମାର ଖୁଣ୍ଟିଆ,ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋଜ ବେହେରା,ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ, ବି ଡି ଓ ନବରଙ୍ଗପୁର ସୁନିଲ ଖରା, ଡ ସଦାଶିବ ତ୍ରୀପାଠୀଙ୍କ ଦାୟାଦ ଅର୍ଜୁନ ତ୍ରିପାଠୀ,ମୁନା ତ୍ରିପାଠୀ,ସଙ୍ଗୀତା ତ୍ରିପାଠୀ, ପ୍ରଭାତୀ ତ୍ରିପାଠୀ, ଜଗନ୍ନାଥ ମହାପାତ୍ର, ଡ ବିଜୟ ମିଶ୍ର ,ନିରଞ୍ଜନ ମିଶ୍ର,ବିଜୟ ଚୌଧୁରୀ ,ସରକାରୀ ଅଧିକାରୀ,ପୌରପାଳିକା ଅଧିକାରୀ ଓ କର୍ମଚାରୀ,ବୁଦ୍ଧିଜୀବି, ସାହିତ୍ୟିକ,କବି,ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ । ପୌରପାଲିକା ସମ୍ମିଳନୀ ଗୃହରେ ଅନୁଷ୍ଠିତ ସ୍ମୃତି ଚାରଣସଭାରେ ବିଶିଷ୍ଟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତପନ କୁମାର ଖୁଣ୍ଟିଆ ସମ୍ମାନୀତ ଅତିଥି ଭାବରେ ପୌରପାଳିକା ଅଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଙ୍କ ସମେତ ମନୋରଞ୍ଜନ ତ୍ରିପାଠୀ,ବିଜୟ ମିଶ୍ର,ସଙ୍ଗୀତା ତ୍ରିପାଠୀ,ପ୍ରଭାତୀ ତ୍ରିପାଠୀ,ବି ଡି ଓ ସୁନିଲ ଖରା ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।ଅତିଥି ଗଣ ନିଜ ବକ୍ତବ୍ୟରେ ଡ ସଦାଶିବ ତ୍ରୀପାଠୀଙ୍କୁ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଲୋକପ୍ରିୟ ନେତା,ଆଦର୍ଶବାଦୀ, ସାଧୁତା ଓ ସଚ୍ଚୋଟତାର ମୂର୍ତ୍ତିମନ୍ତ ପ୍ରତୀକ , ଜ୍ଞାନୀ, ଭୁସଂସ୍କାର ଆଇନ ର ସଫଳ ରୂପାୟନକର୍ତ୍ତା ରୂପେ ଅଭିହିତ କରି ନିଜ ଜୀବନରେ ତାଙ୍କର ଆଦର୍ଶ ଓ ଦର୍ଶନ କୁ ପ୍ରତିଫଳିତ କରିବା ପାଇଁ ଆହ୍ବାନ କରିଥିଲେ।ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ସ୍ତର ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତାର ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥିଗଣ ସାର୍ଟିଫିକେଟ୍ ଓ ପୁରସ୍କାର ପ୍ରଦାନ କରିଥିଲେ।ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସତ୍ୟ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

0
0
0
s2sdefault