ହେଡଲାଇନସ୍:

ବିଶ୍ବ ଶାନ୍ତି ପାଇଁ ମହାଯଜ୍ଞ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଜି. ଉଦୟଗିରି,୨୧/୦୪: ବିଶ୍ୱ ଭାତୃତ୍ୱ ଏବଂ ଶାନ୍ତି ପ୍ରତିଷ୍ଠାନ ର ପ୍ରତିଷ୍ଠାତା ଯୁବ ସମାଜସେବୀ ପ୍ରତାପ ପ୍ରଧାନ ଜଗତର ମଙ୍ଗଳ ଓ ମାନବତାର କଲ୍ୟାଣ ପାଇଁ ଜାତି,ଧର୍ମ,ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ନିଜ ଜନ୍ମ ମାଟି ବରୀଗୁଡା ର ଶାନ୍ତି ପୀଠ ଠାରେ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ସର୍ବଧର୍ମ ପ୍ରାର୍ଥନା ସଭା ଆୟୋଜନ କରି ଏ ମାନବ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ରବିବାର ଦିନ କଳସ ଯାତ୍ରା ସହ ଶାନ୍ତି ପଦଯାତ୍ରା ଅନୁଷ୍ଠିତ ହେବା ପରେ ସନ୍ଧ୍ୟାରେ ସର୍ବଧର୍ମ ପ୍ରାର୍ଥନା ଓ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସୋମବାର ଦିନ ମଙ୍ଗଳ ଆଳତୀ, ସୂର୍ଯ୍ୟ ପୂଜା,ଗୋ ପୂଜା,ଯଜ୍ଞ, ଶୃଙ୍ଗାର ଆଳତି,ରୁଦ୍ରାଭିଷେକ, ହରିହର ଭେଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଆଜି ପୂର୍ଣ୍ଣାହୁତି ପରେ ନଗର ପରିକ୍ରମା ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ବରୀଗୁଡା ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ସମସ୍ତ ଅଞ୍ଚଳବାସୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିବା ସହ ବିଶ୍ଵଶାନ୍ତି ମହାଯଜ୍ଞ ରେ ବିଶ୍ୱର ଶାନ୍ତିକାମନା କରିଥିଲେ।

0
0
0
s2sdefault