ହେଡଲାଇନସ୍:

ଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ , ବହୁ ପ୍ରତିଭାଧାରୀ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବ୍ରହ୍ମପୁର: ଅଗ୍ରଣୀ ସେବା ଅନୁଷଶ୍ରଦ୍ଧା ଫାଉଣ୍ଡେସନ ର ବାର୍ଷିକ ଉତ୍ସବ ଶନିବାର ରେଲ୍ ୱେ ଇନଷ୍ଟିଚ୍ୟୁଟ ମଣ୍ଡପ ପରିସରରେ ଉତ୍ସବ ୨୦୨୬ ନାମରେ ଆୟୋଜିତ ହୋଇଯାଇଛି ।ଫାଉଣ୍ଡେସନ ର ମୁଖ୍ୟ ପରିଚାଳିକା ଶ୍ରଦ୍ଧାଞ୍ଜଳୀ ପାଢ଼ୀ ଓ ସଭାପତି ପ୍ରଣବ କୁମାର୍ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମେୟର ସଙ୍ଘମିତ୍ରା ଦଳାଇ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ  ଷ୍ଟେସନ ମ୍ୟାନେଜର ଦୁର୍ଗା ପ୍ରସାଦ ବ୍ରହ୍ମା, ଜିଲ୍ଳା କ୍ରୀଡ଼ା ଅଧିକାରୀ ତାପସ କୁମାର୍ ସାମଲ, ସାଂସଦ ପ୍ରତିନିଧି ମୀନା ଦ୍ୟାନ୍ ସାମନ୍ତରାୟ, ସମାଜସେଵୀ ରାଜେଶ ପାତ୍ର,ଅଶୋକ ସାହୁ,  ପ୍ରଭାକର ପାଢ଼ୀ, ବାବୁ ଗୌଡ଼, ରଞ୍ଜିତ୍ ପାଢ଼ୀ , ବିଦ୍ୟାଧର ପାଢ଼ୀ, ଧିରେନ ମହାରଣା, ରାଜେଶ୍ ପାତ୍ର, ସୁଦୀପ କୁମାର୍ ସାହୁ ଓ କବିସୂର୍ଯ୍ୟ ରକ୍ତ ଦାନ ଅନୁଷ୍ଠାନ ମୁଖ୍ୟ ସୁମନ୍ତ କୁମାର୍ ଚର୍ଚ୍ଚି ପ୍ରମୁଖ ଯୋଗ ଦେଇଥିଲେ ।ଏହି ଅବସରରେ ନିମନ୍ତ୍ରିତ ଅତିଥି ଙ୍କ ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତିତ୍ୱ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବ୍ରାଣ୍ଡ ଆମ୍ବାସାଡର ଡ. ସୋନାଲି ସାହୁ, ଅନ୍ୟତମ ବ୍ରାଣ୍ଡ ଆମ୍ବାସାଡାର ଶୁଭଶ୍ରୀ ତ୍ରିପାଠୀ, ଘୋଷକ ରାଇ ରଞ୍ଜନ ନନ୍ଦ ପ୍ରମୁଖ କାଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault