କେନ୍ଦୁଝର,ତା୨୧/୪- କେନ୍ଦୁଝର ଲୋକେ ଖୁସି ହୋଇଥିଲେ କି ଧରଣୀଧର ମେଡିକାଲ କଲେଜ ହେଲା ଭଲ ସ୍ୱାସ୍ଥ୍ୟ ସେବା ମିଳିବ ବୋଲି ତେଣୁ ଟ୍ରମା କେୟାର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ। ତେବେ ଅନେକ ଦିନ ବିତିଗଲେ ମଧ୍ୟ ସେହି ସୁବିଧା ମିଳିନି ରୋଗୀ ବରଂ ଦୁଇପଟେ ଦୌଡ଼ି ହୀନସ୍ଥା ହେଉଛନ୍ତି। ଆଜି ମେଡିକାଲ କଲେଜରେ ବ୍ୟବସ୍ଥା ନଥିବାରୁ ସିଟି ସ୍କାନ ଲାଗି ରୋଗୀ ବୁହା ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ସିଟି ସ୍କାନ ସେଣ୍ଟରକୁ ଆସି ରାତିରୁ କରେଣ୍ଟ ନଥିବାରୁ ବାରଣ୍ଡାରେ ପଡିରହିଥିବା ଦେଖାଯାଇଥିଲା। ସେତେବେଳେ ବିନା ପଙ୍ଖା ଆଲୁଅରେ ରୋଗୀ ତଥା କର୍ମଚାରୀ ସେଠାରେ ବସିରହିଥିଲେ। ସବୁ ଆଡ଼େ ବିଜୁଳି ଥିଲେ ମଧ୍ୟ ସିଟି ସ୍କାନ ପରିସରରେ ବିଦ୍ୟୁତ କାଟର କାରଣ ଜଣା ନଥିଲା ହସ୍ପିଟାଲ ମ୍ୟାନେଜର ଏହାର ଜବାବ ଦେଇପାରିନଥିଲେ। ଏଠାରେ ଥିବା ନିଜସ୍ୱ ଡିଜି ସେଟ ଅନେକ ଦିନରୁ ଖରାପ ହୋଇଥିବାରୁ ରୋଗୀ ବିଜୁଳି ଆସିବା ଯାଏ ପଡିରହୁଥିବା ଅଭିଯୋଗ ହୋଇଛି। ଆଜି ସିଟି ସ୍କାନ ମ୍ୟାନେଜର ଉପସ୍ଥିତ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା କର୍ମଚାରୀ ମାନେ ଧାଁ ଦୌଡ କରି ନିଜସ୍ୱ ମୋବାଇଲ ବ୍ୟବହାର କରି ରୋଗୀଙ୍କୁ ପୁରୁଣା ରିପୋର୍ଟ ଦେଇଥିଲେ। ଏଠାରେ ଦୁଇଟି ନୂଆ ଡିଜି ସେଟ ତୁରନ୍ତ ଦେବାକୁ କେନ୍ଦୁଝର ନାଗରିକ ମଞ୍ଚ ତରଫରୁ ଦିଲୀପ କୁମାର ସାହୁ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ରାଜ୍ୟ
କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ସିଟି ସ୍କାନ ଲାଗି ରୋଗୀ ହନ୍ତସନ୍ତ।
- Hits: 106








