ଓଡ଼ଗାଁ, ୨୦।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ପକ୍ଷରୁ ଜାରିଙ୍ଗୀଠାରେ ନିର୍ମିତ ନୂତନ କାର୍ଯ୍ୟାଳୟ ଗୃହର ପ୍ରତିଷ୍ଠା ପ୍ରବେଶ ଉତ୍ସବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନୁଷ୍ଠିତ ହୋଇଯାଇଛି। ଭବିଷ୍ୟତ ଉନ୍ନୟନକୁ ଲକ୍ଷ୍ୟ କରି ଏହି ନୂତନ ଗୃହ ନିର୍ମାଣ କରାଯାଇଥିବା ବେଳେ ଏହା ଅଞ୍ଚଳର ପ୍ରଶାସନିକ କାର୍ଯ୍ୟକଳାପକୁ ଆହୁରି ସୁବିଧାଜନକ କରିବ ବୋଲି ମତ ପ୍ରକାଶ ପାଇଛି। ଏହି ଅବସରରେ ନୟାଗଡ଼ ଜିଲ୍ଲା ପରିଷଦର ଉନ୍ନୟନ କାର୍ଯ୍ୟନିର୍ବାହୀ ଅଧିକାରୀ ଲଗ୍ନଜିତ୍ ରାଉତ, ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ଓ ଅତିରିକ୍ତ ତହସିଲଦାର ଜି. ଶ୍ରୀନୁ ପ୍ରମୁଖ ଉପସ୍ଥିତ ରହି ନୂତନ ଗୃହର ନିର୍ମାଣ ଶୈଳୀ ଓ ବ୍ୟବସ୍ଥାପନାକୁ ପ୍ରଶଂସା କରିଥିଲେ। ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ଯେ, ଖୁବଶୀଘ୍ର ପୁରୁଣା କାର୍ଯ୍ୟାଳୟରୁ ସମସ୍ତ କାର୍ଯ୍ୟାଳୟ ସରଞ୍ଜାମ ନୂତନ ଗୃହକୁ ସ୍ଥାନାନ୍ତର କରାଯିବ। ଉତ୍ସବରେ ସ୍ଥାନୀୟ ପ୍ରତିନିଧି ଓ ନାଗରିକମାନେ ମଧ୍ୟ ଯୋଗଦେଇ ନୂତନ ଗୃହ ପ୍ରତିଷ୍ଠା ପାଇଁ ଆନନ୍ଦ ବ୍ୟକ୍ତ କରିଥିଲେ।
ରାଜ୍ୟ
ଓଡ଼ଗାଁ ଏନ୍ଏସିର ନୂତନ ଗୃହ ପ୍ରତିଷ୍ଠା ପ୍ରବେଶ ଉତ୍ସବ
- Hits: 62








