ଓଡ଼ଗାଁରେ ମା’ ହେମାମାଳୀଙ୍କ ଜନ୍ମ ଇତିହାସ ପୁସ୍ତକ ଉନ୍ମୋଚିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୨୦।୪ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅନ୍ତର୍ଗତ ଗାନ୍ଧୀନଗର ସାହିର ବାସିନ୍ଦା ମାଧବ ସାହୁଙ୍କ ଦ୍ୱାରା ସଂକଳିତ ପୁସ୍ତକ 'ଶ୍ରୀ ଶ୍ରୀ ମା' ହେମାମାଳୀ ଠାକୁରାଣୀଙ୍କ ଜନ୍ମ ଇତିହାସ' ସୋମବାର ସନ୍ଧ୍ୟାରେ ଉନ୍ମୋଚିତ ହୋଇଯାଇଛି। ମା’ଙ୍କ ପବିତ୍ର ଅକ୍ଷୟ ତୃତୀୟା ଯାତ୍ରା ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ଗାଁ ବିଡିଓ ପ୍ରିତିବାଳା ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ। ଠାକୁରାଣୀଙ୍କ ସାନ୍ଧ୍ୟ ଆଳତି ଓ ନୀତିକାନ୍ତି ସମ୍ପନ୍ନ ହେବା ପରେ ଅନୁଷ୍ଠିତ ଏହି ସଭାରେ ଅବସରପ୍ରାପ୍ତ ବିଇଓ ଦାମୋଦର ଖିଲାର, ସମାଜସେବୀ ଦିବାକର ନାୟକ, ସୁଶାନ୍ତ ସାହୁ ଏବଂ ଅଚ୍ୟୁତାନନ୍ଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ପୁସ୍ତକ ମା’ ହେମାମାଳୀଙ୍କ ସମ୍ବନ୍ଧରେ ଅନେକ ଅଜଣା ତଥ୍ୟକୁ ସାଧାରଣ ଭକ୍ତଙ୍କ ନିକଟରେ ପହଞ୍ଚାଇବାରେ ସହାୟକ ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ, ମା’ଙ୍କ ଏହି ଅକ୍ଷୟ ତୃତୀୟା ଯାତ୍ରା ତିନି ଦିନ ଧରି ମହାସମାରୋହରେ ପାଳିତ ହେଉଛି।

0
0
0
s2sdefault