ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣ କାର୍ଯ୍ୟ ଚକରେ ଅଖ ଲଗା ଅନୁକୂଳ - ନୀଳଗିରି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୀଳଗିରୀ ତା ୨୦/୦୪:- ଆଜି ପବିତ୍ର ଅକ୍ଷୟ ତୃତୀୟା ତିଥି ଦିବସରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣର ପ୍ରାରମ୍ଭିକ ଶୁଭ କାର୍ଯ୍ୟ ଚକରେ ଅଖ ଲଗା ଅନୁକୂଳ ହୋଇଯାଇଛି।ଏହି ପବିତ୍ର ଦିନରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ପାଇଁ ପୂର୍ବାହ୍ନ ଦଶ ଘଟିକାରେ ପାରମ୍ପରିକ ଯଥା ରୀତି ନୀତି ବିଧି ବିଧାନ ଅନୁଯାୟୀ ପୁରୋହିତ ମହାପ୍ରଭୁଙ୍କ ଆଦି ସେବକ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଙ୍କୁ ନେଇ ପୂଜାର୍ଚନା କାର୍ଯ୍ୟ ସମ୍ପନ୍ନ ହୋଇଛି।ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ସମେତ ଠାକୁର ମାହାଲ ଟ୍ରଷ୍ଟ ବୋର୍ଡ ସଭାପତି ତଥା ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ,ତହସିଲଦାର ଶ୍ରୀମତୀ ସୋନମ ଦାସ ପ୍ରମୁଖ ଙ୍କ ଉପସ୍ଥିତିରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଚକରେ ଅଖ ଲଗା ଶୁଭ ଅନୁକୂଳ ହୋଇଯାଇଛି।ରଥ ନିର୍ମାଣରେ ବ୍ୟବହୃତ ସମସ୍ତ ଉପକରଣ ଗୁଡ଼ିକୁ ମୁଖ୍ୟ କାରିଗର ମହାରଣା କାର୍ତ୍ତିକ ଚନ୍ଦ୍ର ମହାରଣା ଏବଂ ସହଯୋଗୀ ପୂଜାର୍ଚ୍ଚନା କରିବା ସହ ସମସ୍ତ ବିଧି ମୁତାବକ କାର୍ଯ୍ୟ ସମ୍ପାଦନ କରିଥିଲେ।ସେହି ଭଳି ରଘୁନାଥ ଜୀଉ ଙ୍କ ରଥର ନିର୍ମାଣ କାର୍ଯ୍ୟ ପାଇଁ ଯଥା ବିଧି କାର୍ଯ୍ୟ ସମ୍ପନ୍ନ ହୋଇଛି।ଏହି ପବିତ୍ର ଦିବସରେ ମହାପ୍ରଭୁଙ୍କ ଘୋଷ ଯାତ୍ରା ଉପଲକ୍ଷେ ରଥ ନିର୍ମାଣ ଅନୁକୂଳ ପର୍ବରେ ଜିଲ୍ଲାପାଳ, ଉପଜିଲ୍ଲାପାଳ,ଆଦି ସେବକ,ପଣ୍ଡା,ପୁରୋହିତ,ଘଣ୍ଟୁଆ,ଶଙ୍ଖୁଆ,ଶ୍ରଦ୍ଧାଳୁ ଭକ୍ତ,ଜଗନ୍ନାଥ ପ୍ରେମୀ ମାନ୍ୟ ଗଣ୍ୟ ବ୍ୟକ୍ତି ବିଶେଷ ଓ ଗଣ ମାଧ୍ୟମ।ପ୍ରତିନିଧି ସାମିଲ ହୋଇ ଥିଲେ।

0
0
0
s2sdefault