ହେଡଲାଇନସ୍:

ମହୁମାଛି ଆକ୍ରମଣରେ ତିନିଜଣ ଶିକ୍ଷକ ଗୁରୁତର, ଜଣେ ଛାତ୍ରୀ ଆହତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ନୀଳଗିରି-ମହୁମାଛି ଆକ୍ରମଣରେ ତିନିଜଣ ଶିକ୍ଷକ ଗୁରୁତର ହୋଇଥିବା ବେଳେ ଜଣେ ଛାତ୍ରୀ ଆହତ ହୋଇଥିବା ଜଣାପଡିଛି।ବାଲେଶ୍ଵର ଜିଲ୍ଲା ନୀଳଗିରି ଶିଶୁମନ୍ଦିର ରେ ଘଟିଛି ଏଭଳି ଅଘଟଣ।ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଛୁଟିହେଲା ବିଦ୍ୟାଳୟ।ଆଜି ସକାଳୁ ନୀଳଗିରି ଶିଶୁମନ୍ଦିରକୁ ଗୋପୀନାଥପୁର ଅଞ୍ଚଳର ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ନିଜ ଝିଅକୁ ନେଇ ପ୍ରବେଶ କରିବା ବେଳକୁ ମହୁମାଛି ହଠାତ ଆକ୍ରମଣ କରିଥିଲା।ଝିଅ କୁ ଆକ୍ରମଣ କରିବା ବେଳକୁ ସେ ବଞ୍ଚାଇବା ଯିବାରୁ ମହୁମାଛି ତାଙ୍କୁ ଗୋଡ଼ାଇ ଆକ୍ରମଣ କରିଥିଲେ।ସେ ଜୀବନ ବିକଳରେ ଦୌଡିବା ବେଳକୁ ଆଉ ଦୁଇଜଣ ଗୁରୁମା ଙ୍କୁ ଆକ୍ରମଣ କରିଥିଲେ।ଜଣେ ଶିକ୍ଷକ ଓ ଦୁଇଜଣ ଗୁରୁମା ଗୁରୁତର ଭାବେ ନୀଳଗିରି ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି।ଗୁରୁମା ପ୍ରଭାମଞ୍ଜରୀ ନାୟକ,ଦୀପ୍ତିମୟୀ ପୃଷ୍ଟି,ଓ ଗୁରୁଜୀ କୃଷ୍ଣଚନ୍ଦ୍ର ହୋତା ଗୁରୁତର  ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି।ତେବେ ସୁରକ୍ଷା ଦୃଷ୍ଟିରୁ ବିଦ୍ୟାଳୟ ଛୁଟି କରାଯାଇଥିବା ଜଣାପଡିଛି।

0
0
0
s2sdefault