ପାରାଦ୍ୱୀପ, ୧୩ ମାର୍ଚ୍ଚ ୨୦୨୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍ / ଏନ୍ ଏସ୍ ଇଣ୍ଡିଆ) ପକ୍ଷରୁ ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ ପରିସରରେ ଏକ ପୂର୍ଣ୍ଣକାଳୀନ 'ସାଇଲେଣ୍ଟ ଆୱାର ମକ୍ ଡ୍ରିଲ୍' ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା କ୍ରାଇସିସ୍ ଗ୍ରୁପ୍ (ଡିସିଜି) ର କାର୍ଯ୍ୟସୂଚୀ ଅନୁଯାୟୀ ସନ୍ଧ୍ୟା ସମୟରେ ଆୟୋଜିତ ଏହି ମକ୍ ଡ୍ରିଲ୍ ମାଧ୍ୟମରେ କମ୍ପାନୀ ନିଜର ଅନସାଇଟ୍ ଜରୁରୀକାଳୀନ ପରିସ୍ଥିତି ମୁକାବିଲା କ୍ଷମତାକୁ ପ୍ରଦର୍ଶିତ କରିଛି। ସରକାରୀ କର୍ତ୍ତୃପକ୍ଷ, ପାର୍ଶ୍ଵବର୍ତ୍ତୀ ଶିଳ୍ପ ସଂସ୍ଥାର ପ୍ରତିନିଧି ଏବଂ ଜରୁରୀକାଳୀନ ସେବା ପ୍ରଦାନକାରୀଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ ପରିସରରେ ଥିବା ପେଲେଟ୍ ପ୍ଲାଣ୍ଟ-୨ ର 'ନ୍ୟାଚୁରାଲ ଗ୍ୟାସ୍ ସେଫ୍ଟି ସ୍କିଡ୍' କ୍ଷେତ୍ରରେ ଏକ ଅଗ୍ନିକାଣ୍ଡର କୃତ୍ରିମ ପରିସ୍ଥିତି ସୃଷ୍ଟି କରାଯାଇ ଏହି ମକ୍ ଡ୍ରିଲ୍ କରାଯାଇଥିଲା। ଏହି ଅଭ୍ୟାସରେ ଏଏମ୍ /ଏନଏସ୍ ଇଣ୍ଡିଆର ବିଭିନ୍ନ ବିଭାଗ ଯଥା: ଅପରେସନ୍ସ, ମେକାନିକାଲ୍, ଇଲେକ୍ଟ୍ରିକାଲ୍, ସ୍ୱାସ୍ଥ୍ୟ ଏବଂ ନିରାପତ୍ତା, ପ୍ରଶାସନ, ମାନବ ସମ୍ବଳ, ଅଗ୍ନିଶମ ନିରାପତ୍ତା ଏବଂ ଚିକିତ୍ସା ବିଭାଗ ସକ୍ରିୟତାର ସହିତ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା ଏକ ମିଳିତ ଅଗ୍ନିଶମ ଦଳର ସଫଳ ନିୟୋଜନ, ଯେଉଁଥିରେ ଏଏମ୍ /ଏନଏସ୍ ଇଣ୍ଡିଆର ଅଗ୍ନିଶମ ଦଳ, ଇଫକୋର ଅଗ୍ନିଶମ ଦଳ ଏବଂ କୁଜଙ୍ଗର ଓଡ଼ିଶା ଅଗ୍ନିଶମ ବିଭାଗ ସାମିଲ ହୋଇଥିଲେ। ଏଥିରେ ବିଭିନ୍ନ ସଂସ୍ଥା ମଧ୍ୟରେ ଥିବା ସମନ୍ୱୟର ଏକ ଶ୍ରେଷ୍ଠ ନିଦର୍ଶନ ଦେଖିବାକୁ ମିଳିଥିଲା।
ଏହି କାର୍ଯ୍ୟକ୍ରମରେ କୁଜଙ୍ଗର ଅଗ୍ନିଶମ ଅଧିକାରୀ ଶ୍ରୀ କାର୍ତ୍ତିକ ବିଶ୍ୱାଳ, ନୂଆଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀ ଦେବେନ୍ଦ୍ର ରାଉତଙ୍କ ସମେତ ଏଏମ୍ /ଏନଏସ୍ ଇଣ୍ଡିଆର ନେତୃତ୍ୱ ମଣ୍ଡଳୀ ଯଥା ପାରାଦ୍ୱୀପ ପେଲେଟ୍ ପ୍ଲାଣ୍ଟ, ଏସପିଏଲ୍, ଏଏମ୍ /ଏନଏସ୍ ପୋର୍ଟସର ମୁଖ୍ୟ ଶ୍ରୀ ସି.ଏଚ୍. ହରିପ୍ରସାଦ, ପାୱାର ପ୍ଲାଣ୍ଟର ମୁଖ୍ୟ ଶ୍ରୀ ରାଜର୍ଶୀ ସିହ୍ନା ଏବଂ ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଭାଗର ମୁଖ୍ୟ ଶ୍ରୀ ସଞ୍ଜୀବ କୁମାର ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ତଟରକ୍ଷୀ ବାହିନୀ, ସିଆଇଏସଏଫ-ପାରାଦ୍ୱୀପ, ଡିସିଜିର ସଦସ୍ୟବୃନ୍ଦ, ଆଇଓସିଏଲ-ଏଲପିଜି ଟର୍ମିନାଲ୍, ଗେଲ, ପାରାଦ୍ୱୀପ ବନ୍ଦର କର୍ତ୍ତୃପକ୍ଷ, ଏବଂ ଇଫକୋ, ଗୋଆ କାର୍ବନ, ଆଦାନୀ ୱିଲମାର ଓ ପାରାଦୀପ ଫସଫେଟ୍ସର ପ୍ରତିନିଧିମାନେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।
ଏଏମ୍ /ଏନ୍ଏସ୍ ଇଣ୍ଡିଆର ସ୍ୱାସ୍ଥ୍ୟ ଓ ସୁରକ୍ଷା ବିଭାଗ ପକ୍ଷରୁ ଏହି ମକ୍ ଡ୍ରିଲ୍କୁ ଅତି ସୂଚାରୁରୂପେ ପରିଚାଳନା କରାଯାଇଥିଲା। ଏଥିସହ କମ୍ପାନୀର ଅନ୍-ସାଇଟ୍ ଜରୁରୀକାଳୀନ ପ୍ରସ୍ତୁତି ଯୋଜନା ଅନୁଯାୟୀ ଏକ କମାଣ୍ଡ୍ ଷ୍ଟ୍ରକ୍ଚର୍ ବା ନିୟନ୍ତ୍ରଣ ବ୍ୟବସ୍ଥା ପ୍ରତିଷ୍ଠା କରାଯାଇଥିଲା, ଯାହା ସମ୍ଭାବ୍ୟ ବିପଦର ମୁକାବିଲା କ୍ଷେତ୍ରରେ କମ୍ପାନୀର ଦକ୍ଷତାକୁ ପ୍ରଦର୍ଶିତ କରିଛି।
ଏଏମ୍/ଏନ୍ଏସ୍ ଇଣ୍ଡିଆ ଓଡ଼ିଶା ଅପରେସନ୍ସ ମୁଖ୍ୟ ଶ୍ରୀ ୟୁ.ଏସ୍.ଆର. ରାଜୁ କହିଛନ୍ତି ଯେ, "ଏଏମ୍/ଏନ୍ଏସ୍ ଇଣ୍ଡିଆରେ ସୁରକ୍ଷାକୁ ସର୍ବାଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଆମର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ସଫଳ ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ ରଖିବାକୁ ଆମେ ନିୟମିତ ଭାବେ ଏଭଳି ମକ୍ ଡ୍ରିଲ୍ ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିଥାଉ। ଏହି ମକ୍ ଡ୍ରିଲ୍ ଏବଂ ବିଶେଷଜ୍ଞ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ମତାମତ ଆମର ସୁରକ୍ଷା ପ୍ରଣାଳୀକୁ ଆହୁରି ଅଧିକ ମଜବୁତ କରିବ, ଯାହା ଜରୁରୀକାଳୀନ ପ୍ରସ୍ତୁତି ଏବଂ ଏହାର ମୁକାବିଲା କ୍ଷେତ୍ରରେ ନିରନ୍ତର ଉନ୍ନତିକୁ ସୁନିଶ୍ଚିତ କରିବ।
ରାଜ୍ୟ
ଅନସାଇଟ୍ ସୁରକ୍ଷା ପ୍ରସ୍ତୁତିକୁ ଅଧିକ ମଜବୁତ କରିବା ପାଇଁ ଏଏମ୍ /ଏନ୍ଏସ୍ ଇଣ୍ଡିଆ ପକ୍ଷରୁ 'ସାଇଲେଣ୍ଟ ଆୱାର ମକ୍ ଡ୍ରିଲ୍' ଆୟୋଜିତ
- Hits: 93








