ହେଡଲାଇନସ୍:

ଓଡିଶା ପକ୍ଷ ଅବସରରେ ବାଲମୁକୁନ୍ଦ କେନ୍ଦ୍ର ତରଫରୁ ଆମ ଓଡିଶା , ଆମ ସଂସ୍କାର କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଅଞ୍ଚଳରେ ରବିବାର ଦିନ "ଓଡ଼ିଶା ପକ୍ଷ-୨୦୨୬" ପାଳନ ଅବସରରେ ଅବହେଳିତ ଓ ଉପେକ୍ଷିତ ପିଲାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ସଂସ୍କାର ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଏହି ଶିଶୁମାନଙ୍କ ମଧ୍ୟରେ ଓଡ଼ିଆ ଅସ୍ମିତା , ସଂସ୍କୃତି ଏବଂ ମାନବିକ ମୂଲ୍ୟବୋଧ ଜାଗ୍ରତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା। ​କାର୍ଯ୍ୟକ୍ରମର ପ୍ରାରମ୍ଭରେ 'ବନ୍ଦେ ଉତ୍କଳ ଜନନୀ' ଗାନ କରାଯାଇ ପିଲାମାନଙ୍କୁ ଓଡ଼ିଶାର ଗୌରବମୟ ଇତିହାସ ଓ ବରପୁତ୍ରମାନଙ୍କ ଜୀବନୀ ବିଷୟରେ ଅବଗତ କରାଯାଇଥିଲା।
ଏହି ଅବସରରେ ପିଲାମାନଙ୍କ ମଧ୍ୟରେ ଓଡ଼ିଆ ପାରମ୍ପରିକ ଖେଳ ସହ ଓଡ଼ିଶାର ମାନଚିତ୍ର ଅଙ୍କନ ପାଇଁ ଘର କାମ ଦିଆଯାଇଛି। ଶିକ୍ଷା ଓ ସଂସ୍କାର ମାଧ୍ୟମରେ କିଭଳି ଏକ ସୁସ୍ଥ ସମାଜ ଗଠନ ହୋଇପାରିବ , ସେ ବିଷୟରେ ଆଲୋଚନା କରାଯାଇଥିଲା। ​ବିଶେଷ କରି ସ୍ୱଚ୍ଛତା , ଗୁରୁଜନଙ୍କୁ ସମ୍ମାନ ଏବଂ ନୈତିକତା ଉପରେ ପିଲାମାନଙ୍କୁ ଶପଥ ପାଠ କରାଯାଇଥିଲା। ଉପସ୍ଥିତ ସ୍ୱେଚ୍ଛାସେବୀ ଓ ଶିକ୍ଷାବିତ୍‌ମାନେ ମତ ପ୍ରକାଶ କରିଥିଲେ ଯେ, ଏଭଳି ପ୍ରୟାସ ଦ୍ୱାରା ଉପେକ୍ଷିତ ଶିଶୁମାନେ ନିଜକୁ ସମାଜର ଏକ ଅଭିନ୍ନ ଅଙ୍ଗ ଭାବେ ଅନୁଭବ କରିପାରିବେ। ଏହି କାର୍ଯ୍ୟକ୍ରମ ଅପରାହ୍ନରେ ଅର୍ବନ ହଷ୍ଟେଲରେ ହୋଇଛି। ସମସ୍ତ କାର୍ଯ୍ୟକ୍ରମକୁ ବାଲମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ପରିଚାଳନା କରିବା ସହ ସେମାନଙ୍କ ଗହଣରେ ରହି ସଫେଇ କାର୍ଯ୍ୟ କରିଥିଲେ।

0
0
0
s2sdefault