-
ନବୀନ ସରକାର ସମୟରେ ହାଡୁଆ ସେଚ ପ୍ରକଳ୍ପର ଡ୍ୟାମ ଓ ସ୍ପିଲୱେ ଲୋକାର୍ପଣ ଓ ଭୂତଳ ଜଳବାହୀ କେନାଲ ବ୍ୟବସ୍ଥାର ଶୁଭାରମ୍ଭ ହୋଇଥିଲା
-
ଗତ ୨୦ ମାସରେ ବାରମ୍ୱାର ଭୂତଳ ଜଳବାହୀ କେନାଲ ପ୍ରକଳ୍ପ ଟେଣ୍ଡର ବାତିଲରୁ ଅହେତୁକ ବିଳମ୍ୱ
ଭୁବନେଶ୍ୱର, ୧୨/୦୪/୨୦୨୬: ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ବଡ଼ମ୍ୱା ନରସିଂହପୁର ଚାଷୀଙ୍କର ଆକାଂକ୍ଷିତ ହାଡୁଆ ମଧ୍ୟମ ସେଚ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟ ୨୦୨୪ରେ ନବୀନ ବାବୁଙ୍କ ଦ୍ୱାରା ଡ୍ୟାମ ଓ ଆନୁଷଙ୍ଗିକ ମୁଖ୍ୟ କାର୍ଯ୍ୟ ଲୋକାର୍ପିତ ହୋଇଥିଲା । ଏହାର ଭୂତଳ ଜଳବାହୀ କେନାଲ ସିଷ୍ଟମ୍ (ଟଏଚଖ ଉଇଘଇଖ ଝଣଝଞଋଗ) ଶୁଭାରମ୍ଭ କରିବା ସହିତ ୨୦୨୫ ମାର୍ଚ୍ଚ ସୁଦ୍ଧା ଚାଷୀଙ୍କୁ ଜଳ ପହଞ୍ଚିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଗଲା ୨୦ ମାସରେ ଏଥିପାଇଁ ତ୍ୱରାନ୍ୱିତ ନିଷ୍ପତି ନନେବା ଯୋଗୁ ଅହେତୁକ ବିଳମ୍ୱ ହୋଇଛି । ଚଳିତ ଆର୍ଥିକ ବର୍ଷ ସୁଦ୍ଧା କେନାଲ ବ୍ୟବସ୍ଥା ଓ ସଂଲଗ୍ନ ବିଦୁ୍ୟତ୍ ଉତ୍ପାଦନ ସମ୍ପୂର୍ଣ୍ଣ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।
ଶ୍ରୀ ମିଶ୍ର କହିଛନ୍ତି ଏହି ପ୍ରକଳ୍ପ ପାଇଁ ୨୦୦୦ ମସିହାରେ ନବୀନ ସରକାର ନିଷ୍ପତି ନେବା ଓ ସୁପାରିସ କରିବା ପରେ ୨୦୦୧ ମାର୍ଚ୍ଚ ମାସରେ କେନ୍ଦ୍ରୀୟ ଜଳ ଆୟୋଗ, ଜଙ୍ଗଲ ପରିବେଶ ୧ମ ପର୍ଯ୍ୟାୟ ମଞ୍ଜୁରୀ, ପୁନର୍ବାସ ପାଇଁ ଜନଜାତି ବିଭାଗର ୨୦୦୪ରେ ମଞ୍ଜୁରୀ, ୨୦୦୭ରେ ଜଙ୍ଗଲ ଓ ପରିବେଶର ୨ୟ ପର୍ଯ୍ୟାୟ ଅନୁମୋଦନ ହାସଲ କରାଯାଇଥିଲା । ଏହି ପ୍ରକଳ୍ପର ଉଦଘୋଷଣ ସେତେବେଳର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନରସିଂହପୁର ଠାରେ କରାଯାଇ ତା’ର କାର୍ଯ୍ୟାଳୟ ଓ ଆନୁଷଙ୍ଗିକ ଭିତ୍ତିଭୂମିର ଶୁଭାରମ୍ଭ କରାଯାଇଥିଲା ।
ଏହାର ଆର୍ଥିକ ଆବଶ୍ୟକତା ପୂରଣ କରିବା ପାଇଁ ଶ୍ରୀ ମିଶ୍ରଙ୍କ ଉଦ୍ୟମରେ ଯୋଜନା କମିଶନ, ଯୋଜନା କମିଶନର ସୁପାରିଶ ଭିତ୍ତିରେ ଭାରତରେ ପ୍ରଥମ ଥର ପାଇଁ ମଧ୍ୟମ ସେଚ ପ୍ରକଳ୍ପକୁ ଗ୍ରାମୀଣ ଭିତ୍ତିଭୂମି ପାଣ୍ଠି ନାବାର୍ଡରେ ଅନ୍ତର୍ଭୁକ୍ତ କରାଯାଇଥିଲା । କିନ୍ତୁ ମୂଳତଃ କରାଯାଇଥିବା ପ୍ରୋଜେକ୍ଟ ଡିଜାଇନ, ମୂଳ ବନ୍ଧର ସ୍ଥିତିକୁ ନେଇ ପରିବର୍ତ୍ତିତ ହେବା ଫଳରେ କଂକ୍ରିଟ ଡ୍ୟାମ ପାଇଁ ବୈଷୟିକ ନିଷ୍ପତି କରାଯାଇଥିଲା । ଆବଶ୍ୟକତା କାରଣରୁ ୨୦୧୫ରେ ନୂତନ ଡିଜାଇନ୍ର ୮୭ତମ ବୈଷୟିକ କମିଟି ବୈଠକରେ ଅନୁମୋଦିତ ହୋଇଥିଲା । କିନ୍ତୁ ଇତି ମଧ୍ୟରେ ୪୦୦ କୋଟିି ଟଙ୍କା ବ୍ୟୟରେ ନରସିଂହପୁର ପାଇଁ ମେଗା ଲିଫ୍ଟ ସେଚ ବ୍ୟବସ୍ଥା ଯୋଗୁ ପ୍ରସ୍ତାବିତ ଆୟକଟ ସମ୍ପୂର୍ଣ୍ଣ ଉପଲବ୍ଧ ନହେବାରୁ ପ୍ରକଳ୍ପଟି ବନ୍ଦ ଅବସ୍ଥାରେ ପହଞ୍ଚିଥିଲା । ୨୦୧୭ରେ ତଦାନୀନ୍ତନ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଦଶରେ ପରିବର୍ଦ୍ଧିତ ବିକଳ୍ପ ଆୟକଟ ପାଇଁ ନିଷ୍ପତି ହୋଇ ୨୦୨୦ରେ ରାଜ୍ୟସ୍ତରୀୟ ୧୦୨ତମ ବୈଷୟିକ କମିଟିରେ ଏହା ୬୭୩ କୋଟି ଟଙ୍କାର ସମୁଦାୟ ପ୍ରକଳ୍ପରେ ପହଞ୍ଚି ଅନୁମୋଦିତ ହୋଇଥିଲା । ମୁଖ୍ୟ ଡ୍ୟାମ ସ୍ପିଲୱେ କାମ ପ୍ରାୟ ୨୫୦ କୋଟି ଟଙ୍କା ବ୍ୟୟରେ ଆରମ୍ଭ ହୋଇ ୨୦୨୪ରେ ପ୍ରାୟ ଶେଷ ପର୍ଯ୍ୟାୟକୁ ଆସିଥିଲା । ଭୂତଳ ଜଳବାହୀ କେନାଲ ସିଷ୍ଟମ୍ ଓ ଆନୁଷଙ୍ଗିକ କାର୍ଯ୍ୟ ପାଇଁ ୨୨୪ କୋଟି ଟଙ୍କା ମଞ୍ଜୁରୀ ପ୍ରାପ୍ତ ହୋଇଥିଲା ।
ଡ୍ୟାମ ଓ ମହାକାଳୀ ପୀଠକୁ ଯୋଡ଼ିବା ପାଇଁ ପ୍ରକଳ୍ପରୁ ପୂର୍ବରୁ ଦୁଇଟି ପୋଲ ଦିଆଯାଇଥିବା ବେଳେ ୨୦୨୪ରେ ନବୀନ ବାବୁ ବଡ଼ମ୍ୱା ଜନ ସଭାରେ ଏହାକୁ ଆଭାସୀ ମାଧ୍ୟମରେ ଆଉ ୩୦ କୋଟି ଟଙ୍କାର ସିଧାସଳଖ ରାସ୍ତା ଘୋଷଣା କରିଥିଲେ, ଯାହା ସଂପୂର୍ଣ୍ଣ ହୋଇଛି । କଂସେଇଲୋ ଠାରେ ବିସ୍ଥାପିତଙ୍କ ପାଇଁ ପୁନର୍ବାସ କଲୋନୀ ପ୍ରାୟ ପାଇଁ ପ୍ରାୟ ୧୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ବୋଲି କୁହାଯାଇଛି । ଏହି ପ୍ରକଳ୍ପର ପରିସରକୁ ଗଲାବର୍ଷ ୩ ସପ୍ତାହରୁ ଉଦ୍ଧ୍ୱର୍ ବନ୍ଦ ରଖିବା କାର୍ଯ୍ୟାନ୍ୱୟନ ନେଇ ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ସଂପୂର୍ଣ୍ଣ ପ୍ରକଳ୍ପକୁ ବିଳମ୍ୱିତ ନକରି କାର୍ଯ୍ୟକାରୀ କରିବା ସହିତ ଭୂତଳ ଜଳବାହୀ କେନାଲର କାର୍ଯ୍ୟକ୍ରମରେ ପୂର୍ବ ପ୍ରକଳ୍ପିତ ଚାଷ ଅଞ୍ଚଳରେ ରବି ଚାଷ ପାଇଁ ଜଳ ଯୋଗାଣ ନିଶ୍ଚିନ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି ।








