ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କ୍ଷତିଗ୍ରସ୍ତ ପାଂଚ ମୌଜାର ପ୍ରଜା ଦେଲେ ଦାବିପତ୍ର 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ରୟତି ଲେଖାଯିବା ଭୂମି ପଟ୍ଟା ପ୍ରଦାନ ନିମନ୍ତେ କଳିଙ୍ଗ ସାମ୍ବାଦିକ ସଂଘ ନେତୃତ୍ୱରେ  ଶୋଭାଯାତ୍ରା

ଗୁଣପୁର(ସିଦ୍ଧାର୍ଥ ଦାଶ)- ଅବିଭକ୍ତ କୋରାପୁଟ ଜିଲ୍ଲା ଗୁଣପୁର ଅଞ୍ଚଳରେ ୧୯୫୫ ମସିହାରେ ପ୍ରଥମ   ଲ୍ୟାଣ୍ଡ ସେଟେଲ୍ ମେଣ୍ଟ ସର୍ଭେ କରାଯାଇଥିଲା । ଏହାର ତଥ୍ୟ ରେକର୍ଡ  ୧୯୬୪ ମସିହାରେ ପ୍ରକାଶ ପାଇ ଜମି ମାଲିକଙ୍କୁ ପଟ୍ଟା ପ୍ରଦାନର ବ୍ୟବସ୍ଥା କରାଯାଇଥିଲା । ସେହି ସମୟରୁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଡ୍ରାସ ଇଷ୍ଟେଟ ଆକ୍ଟ ନିୟମ ଅନୁଯାୟୀ ଜମି କିଣା ବିକା କାରବାର ଚାଲିଥିଲା । ଏହି ସମୟରେ ଖାତା ନଂ  ଏବଂ ଜମି ପରିସୀମାର ଚତୁଃପାଶ୍ୱର୍ରେ ରହିଥିବା ଜମି ମାଲିକଙ୍କ ନାମ ରଖାଯାଇ ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରାଯାଉଥିଲା । ପ୍ରଥମ ସେଟେଲ୍‍ ମେଣ୍ଟ ସମୟରେ ଯେଉଁ ସବୁ ତ୍ରୁଟି ଥିଲା ସେ ସବୁର ସଂଶୋଧନ ପାଇଁ କୌଣସି ଆଖିଦୃଶିଆ  ପଦକ୍ଷେ ଗ୍ରହଣ କରାଯାଇ ନଥିବା ଅଭିଯୋଗ ହେଉଛି । ତତ୍‍କାଳୀନ ସେଟେଲ୍‍ ମେଣ୍ଟ ଆଧାରରେ ଜମି ମାଲିକ ମାନଙ୍କୁ ଦିଆଯାଇଥିବା ଡକୁମେଣ୍ଟ ଗୁଡିକ ଆଜି ପର୍ଯ୍ୟନ୍ତ ଗୁଣପୁର ତହସିଲ୍‍ କାର୍ଯ୍ୟାଳୟରେ ମହଜୁଦ ଥିଲେ ମଧ୍ୟ ଜମିଗୁଡିକ ମାଲିକଙ୍କୁ ହସ୍ତାନ୍ତର କରାନଯାଇ ସରକାରୀ ଖାତାରେ ମିଶାଇ ଦିଆଯାଇଥିବା ହିତାଧିକାରୀ ଅଭିଯୋଗ କରିଆସୁଥିଲେ ବି ସଂପୃକ୍ତ ଅଧିକାରୀ କର୍ଣପାତ  କରୁନଥିବା କୁହାଯାଇଛି । ପରବର୍ତ୍ତି ସମୟରେ ୧୯୭୮ ମସିହାରେ ପୁନର୍ବାର ସେଟେଲ୍‍ ମେଣ୍ଟ କରାଯାଇଥିବା ତହସିଲ ଦପ୍ତରରୁ ଜଣାପଡିଥିଲେ ମଧ୍ୟ ଗୁଣପୁର ଅଞ୍ଚଳରେ ପ୍ରଥମ ସେଟେଲ୍‍ମେଣ୍ଟ ସମୟରୁ ରହିଆସିଥିବା ତୃଟି କୁ ସଜଡା ଯାଇ ପାରିନଥିବା ଜଣାପଡିଛି । ଫଳରେ ଜନସାଧାରଣ ଅସୁବିଧାର ସମ୍ମୁଖିନ ହେଉଥିବା ବେଳେ ୧୯୮୦ ମସିହାର କରାଳ ବନ୍ୟା ଦାଉ ସାଧିଲା । ବନ୍ୟା ବିପର୍ଯ୍ୟସ୍ତ  ବାସୀନ୍ଦା ସର୍ବସ୍ୱ ହରାଇ ଆଖିର ଲୁହ ଆଖିରେ ଜାକି ରଖିଥିବା ବେଳେ  ବେଡି ଉପରେ କୋରଡା ଭଳି ସରକାରଙ୍କର ଏକ ସ୍ୱତନ୍ତ୍ର ଟିମ୍‍ ଆସି ଗୁଣପୁରର କିଛି ମୌଜାକୁ ବାଲିଚର ଅଞ୍ଚଳରେ ଅନ୍ତର୍ଭୂକ୍ତ କରି ଜମି କିଣାବିକା କାରବାରକୁ ଅଙ୍କୁଶ ଲଗାଇଛନ୍ତି । ଯଦ୍ୱାରା ଦୀର୍ଘ ବର୍ଷ ହେଲା ଜମି ମାଲିକ ମାନେ ସେମାନଙ୍କର ନିତ୍ୟ ଆବଶ୍ୟକତାକୁ ପୂରଣ କରିବାରୁ ବଂଚିତ  ହେବାସହ ବ୍ୟାଙ୍କରୁ ଋଣ ଉଠାଣ କରି ନପାରି ନାହି ନଥିବା ଅସୁବିଧା ସମ୍ମୁଖିନ ହେଉଛନ୍ତି । 

ଏହାକୁ ପାଥେୟ କରି ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘର ଆବାହକ ଶକ୍ତିପ୍ରଦ ଦାଶ ଓ ଉପଦେଷ୍ଟା  ଇନ୍ଦ୍ରାକ୍ଷୀ ପ୍ରଶାଦ ଦାଶଙ୍କ ଆହ୍ୱାନରେ ଗୁଣପୁର ଜନସାଧାରଣଙ୍କୁ ସଚେତନ ପୂର୍ବକ ଏକ ବୈଠକ ଅନୁଷ୍ଠିତ  କରାଯାଇଥିଲା । ବୈଠକର ସ୍ଥିରିକୃତ ଅନୁଯାଇ ଜାନୁୟାରୀ ୨୪ ତାରିଖ ଦିନ ସକାଳ ୧୦ ଘଣ୍ଟା ସମୟରେ ସ୍ଥାନୀୟ ବାଳିକା ବିଦ୍ୟାଳୟ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଶହଶ୍ରାଧିକ  ଜନସାଧାରଣ ଗୁଣପୁର ବାସିନ୍ଦା ଓ କଳିଙ୍ଗ ସାମ୍ବାଦିକ ସଂଘର ପରିଚାଳନାରେ ବାହାରି ସହର ପରିକ୍ରମା କରି ଗୁଣପୁର ଉପ ଜିଲ୍ଲାପାଳ ଓ ତହସିଲଦାରଙ୍କ କାର୍ଯ୍ୟାଳୟ ଠାରେ ପହଂଚି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ରେ ୨୦୦୦ରୁ ଅଧିକ ଦସ୍ତଖତ ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଏଥିରେ ଗୁଣପୁର ତହସିଲ ଅଧିନସ୍ଥ ୫ଗୋଟି ମୌଜା ଯଥା କାମ୍ପଗୁଡା,କତ୍ତୁରୁ ,ବେବର୍ତ୍ତା ଢେପ ,ବିକ୍ରମପୁର ଓ ପୁରୁଣା  ଗୁଣପୁରର ତୁରନ୍ତ ସେଟେଲ୍‍ ମେଣ୍ଟ କରି ଜମି ଓ ଡିହ ମାଲିକଙ୍କୁ ରୟତି ଲେଖାଯାଇଥିବା ପଟ୍ଟା ପ୍ରଦାନ କରିବା ନିମନ୍ତେ ଦାବୀ କରିଛନ୍ତି । ଏହି ଶୋଭାଯାତ୍ରାରେ ଗୁଣପୁର କଳିଙ୍ଗ ସାମ୍ବାଦିକ ସଂଘର ସମସ୍ତ ସଦସ୍ୟ,ଗୁଣପୁର ଗ୍ରାମବାସୀ ଓ ସମସ୍ତ ଦଳର ନେତା ଯୋଗଦେଇ ଶୋଭା ଯାତ୍ରାକୁ ସଫଳ କରିଥିଲେ । ଉପଜିଲ୍ଲାପାଳଙ୍କ ଅନୁପସ୍ଥିତ ଯୋଗୁଁ ଶୋଭାଯାତ୍ରୀ ମାନେ ଆସିଷ୍ଟାଣ୍ଟ ସବକଲେକ୍ଟର ରିନା ପ୍ରଧାନଙ୍କୁ ସ୍ମାରକ ପତ୍ର  ହସ୍ତାନ୍ତର କରିଥିବା ବେଳେ ତହସିଲ କାର୍ଯ୍ୟାଳୟଠାରେ ତହସିଲ୍‍ଦାରଙ୍କ ଅନୁପସ୍ଥିତ ଯୋଗୁଁ ମୂଖ୍ୟ କିରାଣୀଙ୍କୁ ସ୍ମାରକପତ୍ର ହସ୍ତାନ୍ତର କରିଛନ୍ତି ।

0
0
0
s2sdefault