ହେଡଲାଇନସ୍:

ପ୍ରଶିକ୍ଷଣ ରତ ନୌସେନା ଅଗ୍ନିବୀରଙ୍କ ମୃତ୍ୟୁ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲୁଗାଁ:(ସେକ୍ କୌସର):-ଗୁରୁବାର ପୂର୍ବାହ୍ନରେ ବାଲୁଗାଁ ଥାନା ଅନ୍ତର୍ଗତ ଆଇଏନଏସ ଚିଲିକାରୁ ଜଣେ ପ୍ରଶିକ୍ଷଣ ରତ ଅଗ୍ନିବୀରଙ୍କ ମୃତ ଦେହ ଉଦ୍ଧାର କରିଛି ନାଭାଲ ଫାଣ୍ଡି ପୋଲିସ।ମୂତକ ଜଣଙ୍କ ଉତ୍ତରପ୍ରଦେଶ ମିରଠ ଜିଲ୍ଲାର ଅହମ୍ମଦପୁର ଢୋମି ଗ୍ରାମର ରାଜ କୁମାରଙ୍କ ପୁଅ କାର୍ତ୍ତିକ ଯାଦବ (୧୯) ବୋଲି ଜଣାପଡିଛି।ସୂଚନା ମୁତାବକ କାର୍ତ୍ତିକ ଗତ ଫେବୃଆରୀ ମାସରେ ଭାରତୀୟ ନୌସେନା ଅଗ୍ନିବିରରେ ଯୋଗ ଦେଇଥିଲେ।ଚାରି ମାସ ପ୍ରଶିକ୍ଷଣ ପରେ ସେ ଭାରତୀୟ ନୌସେନାରେ ଜଣେ ସଫଳ ଯୋଦ୍ଧା ଭାବେ ଦେଶ ପାଇଁ କାର୍ଯ୍ୟ କରିଥାନ୍ତେ।ହେଲେ ପ୍ରଶିକ୍ଷଣ ଅବଧି ଆଉ ଦୁଇ ମାସ ଥିବା ବେଳେ ଆଜି ଏଭଳି ଅଘଟଣ ସମସ୍ତଙ୍କୁ ଚକିତ କରିଛି।ମୃତକ କାର୍ତ୍ତିକ ପ୍ରଶିକ୍ଷଣ ସମୟରେ ଶାରୀରିକ ତଥା ମାନସିକ ଚାପରେ ରହିଥିବା ନେଇ ବାରମ୍ବାର ପରିବାରକୁ ଅବଗତ କରାଇବା ସହ ଏଥିରୁ ବିରତି ନେବାପାଇଁ ଜଣାଇଥିଲେ।ହେଲେ ପରିବାର ଲୋକଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ଆଉ କିଛି ଦିନ କଷ୍ଟମଷ୍ଟେ ପ୍ରଶିକ୍ଷଣ ସାରିବାକୁ ପରିବାର ପକ୍ଷରୁ ବହୁତ ବୁଝାଇଥିଲେ।କିନ୍ତୁ ଏଥିରେ କାର୍ତ୍ତିକ ଅମଙ୍ଗ ଥିବା ବେଳେ ଏଭଳି ଅଘଟଣ ଘଟିଥିବା ପରିବାର ଲୋକେ କହିଛନ୍ତି।ସବୁଦିନ ପରି ସାଥୀ ଅଗ୍ନିବିରଙ୍କ ସହ ପ୍ରଶିକ୍ଷଣ ନେଉଥିବା ବେଳେ ଆଜି ପ୍ରଶିକ୍ଷଣ ସମୟରେ କାର୍ତ୍ତିକ ଅନୁପସ୍ଥିତ ଦେଖି ଚାରିଆଡ଼େ ବହୁ ଖୋଜାଖୋଜି ପରେ ନିକଟସ୍ଥ ଏକ ରୁମରେ ବେଡସିଟ ଯୋଗେ ଫ୍ୟାନରେ କାର୍ତ୍ତିକ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଥିଲେ।ଏନେଇ ନାଭାଲ ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ ନାଭାଲ ଫାଣ୍ଡିରେ ସୂଚନା ଦେବାସହ ପରିବାରକୁ ଖବର ଦେଇଥିଲେ।ଖବର ପାଇ କାର୍ତ୍ତିକଙ୍କ ପରିବାର ଲୋକ ପହଞ୍ଚି ନାଭାଲ ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି କେଶ ନଂ ୭/୨୬ ରେ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ତଦନ୍ତ ଜାରି ରହିଛି।ଏନେଇ ଆଇଏନଏସ ଚିଲିକା ପ୍ରଶିକ୍ଷଣ କେନ୍ଦ୍ର ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ।

0
0
0
s2sdefault