ହେଡଲାଇନସ୍:

ବାବା ସାହେବ ଭୀମ ରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ଧୂମଧାମରେ ପାଳନ କରିବାକୁ ନିଷ୍ପତ୍ତି।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ଏସସି,ଏସଟି,ଓବିସି ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ।     

କେନ୍ଦୁଝର,ତା୬/୪, ଆଜି ସ୍ଥାନୀୟ ଭୂୟାଁ ସାଂସ୍କୃତିକ ଭବନ ଠାରେ ଆଗାମୀ ଏପ୍ରିଲ ୧୪ ତାରିଖ ଦିନ ବାବା ସାହେବ ଡ଼କ୍ଟର ବି ଆର ଆମ୍ବେଦକରଙ୍କ ପୁଣ୍ୟ ଜନ୍ମ ଜୟନ୍ତୀ ପାଳନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ ବୈଠକରେ ଜୟନ୍ତୀ ପାଳନର ଚୂଡାନ୍ତ ରୂପରେଖକୁ ନେଇ ସମସ୍ତ ସଭ୍ୟ ମାନଙ୍କର ମତାମତ ନିଆ ଯାଇଥିଲା ଏବଂ ପ୍ରଥମେ ଉକ୍ତ କାର୍ଯ୍ୟକ୍ରମ ପାଇଁ ନଗର ଭବନକୁ ଠିକ କରାଗଲା। ଏଥିସହ କେଉଁ ଜାଗାରୁ କେତେ ଲୋକ ଆସିବେ ସେ ଦାୟିତ୍ୱ ନିଜ ଭିତରେ ବଣ୍ଟା ଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ଅଟକଳ ପ୍ରସ୍ତୁତି କରାଯାଇଛି। ଆଜି ବୈଠକରେ ଜନାର୍ଦ୍ଦନ ନାୟକ, ପ୍ରାଣବଲ୍ଲଭ ନାୟକ(ପୂର୍ବତନ ବିଧାୟକ),କୁମରମଣି ତନ୍ତୀ, ନିରୋଦ ଚନ୍ଦ୍ର ବେହେରା, ବାବାଜୀ ଚରଣ ପାତ୍ର, ରଘୁନାଥ ପାତ୍ର, ସୁଢଳ ସେଠୀ, ପୂର୍ଣ୍ଣଚନ୍ଦ୍ର ଦାସ, ପବିତ୍ର ପାତ୍ର, ସୋମନାଥ ଜେନା ପ୍ରଭୂତି ଅନେକ ସଭ୍ୟ ଉପସ୍ଥିତ ଥିଲେ।

0
0
0
s2sdefault