ହେଡଲାଇନସ୍:

:ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବ୍ରହ୍ମପୁର : ବ୍ରହ୍ମପୁର ସହର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ରକ୍ତଚାପ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଆରୋଗ୍ୟ ଭାରତୀ ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି ରକ୍ତଚାପ ରୋଗର କାରଣ ନିରାକରଣ ସମ୍ବନ୍ଧରେ ବୁଝାଇଥିଲେ l ଆମିଷ,ପନିର, ଅଶୁଦ୍ଧ କ୍ଷୀର,ଘିଅ, ପୋଡ଼ାତେଲ ଛଣାଖାଦ୍ୟ, ଧୂମପାନ, ମଦ୍ୟପାନ ଦ୍ଵାରା ମେଦବୃଦ୍ଧି ହୁଏ ଓ ଆଳସ୍ୟ, ଚିନ୍ତା, କ୍ରୋଧ ଦ୍ଵାରା ରକ୍ତଚାପ ହୁଏ l
ଏହି ସବୁ ତ୍ୟାଗ କରି ସାତ ଘଣ୍ଟା ଶୋଇବେ,ସକାଳ ସନ୍ଧ୍ୟା ଅଧା ଘଣ୍ଟା ଲେଖାଏଁ ଧ୍ୟାନ କରିବେ,ଉଚ୍ଚ ରକ୍ତଚାପରେ ସର୍ପଗନ୍ଧା ମୂଳ, ଅର୍ଜୁନ ଛାଲି କ୍ୱାଥ,ପଦ୍ମମଞ୍ଜି ସେବନ କଲେ ରକ୍ତଚାପ ସହ ହୃଦ୍ରୋଗ ମଧ୍ଯ ଭଲ ହୋଇଯାଏ l
ଏହି ଅବସରରେ ରୋଗୀଙ୍କ ନାଡୀ,ରକ୍ତଚାପ,ରକ୍ତଶର୍କରା, ଗଣ୍ଠିବାତ, ଅମ୍ଳପିତ୍ତ,ସ୍ତ୍ରୀ ରୋଗ, ଚର୍ମରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ପରିଚାଳନାରେ ବରିଷ୍ଠ ସମାଜସେବୀ ଡି. ଶ୍ରୀନିବାସ ରାଓ ସହଯୋଗ କରିଥିଲେ l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ।ଏହାର ସୁଯୋଗ ନେବା ପାଇଁ ପ୍ରତିଷ୍ଠାନ ପକ୍ଷରୁ ଡଃ ନକୁଳ ସାହୁ ଅନୁରୋଧ କରିଛନ୍ତି । ଫୋନ 9861450612

0
0
0
s2sdefault