ବେଲଗୁଣ୍ଠା,୦୬/୦୪-(ଶିବରାମ ଚୌଧୁରୀ )-, କିଛି ଦିନ ପୂର୍ବେ ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ୍ ନେତା ଦଣ୍ଡପାଣି ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲା ( ପଶ୍ଚିମ ) ର ନୂତନ ଜିଲ୍ଲା ସଭାପତି ରୂପେ ଚୟନ କରାଯାଇଛି I ନୂତନ ସଭାପତି ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ସଭାପତି ବି ଦଣ୍ଡପାଣି ପାତ୍ର ଜିଲ୍ଲାର କଂଗ୍ରେସ୍ ସଂଗଠନକୁ ସଜାଡ଼ିବା ପାଇଁ ଅଣ୍ଟା ଭିଡିଛନ୍ତି I ଏନେଇ ଗଞ୍ଜାମ ଜିଲ୍ଳା ବେଲଗୁଣ୍ଠା ସ୍ଥିତ ଲକ୍ଷ୍ମୀ ନୃସିଂହ ମନ୍ଦିର ଭୋଜିଶାଳl ମଣ୍ଡପରେ ଏକ ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି I ନୂତନ ସଭାପତି ବି ଦଣ୍ଡପାଣି ପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଳକ୍ ର ଛାମୁଆ ନେତାମାନେ ଯୋଗ ଦେଇ ନୂତନ ଜିଲ୍ଲା ସଭାପତି ଶ୍ରୀ ପାତ୍ରଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଥିଲେ I ଏହି ବୈଠକରେ ଦଳୀୟ ସଂଗଠନର ସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା I ବର୍ତ୍ତମାନ ଜିଲ୍ଲାରେ କଂଗ୍ରେସ୍ ର ଭଲ ସମୟ ଆସିଥିବା ବେଳେ ଦଳୀୟ ସ୍ଥିତିକୁ ଅଧିକ ମଜବୁତ୍ କରିବା ପାଇଁ କଂଗ୍ରେସ୍ ଜିଲ୍ଲାର ପ୍ରତ୍ୟେକ ଗାଆଁକୁ ଯାଇ ଲୋକଙ୍କ ସହିତ ମିଶିବ ଏବଂ କୌଣସି କlରଣରୁ ଦଳୀୟ ସଂଗଠନରୁ ଦୂରେଇ ରହିଥିବା ପୁରୁଣା ଓ ପୁରୁଖା ନେତା ଏବଂ କର୍ମୀଙ୍କୁ ଦଳକୁ ଫେରାଇ ଅଣାଯିବ ବୋଲି ସଭାପତି ଶ୍ରୀ ପାତ୍ର ପ୍ରକାଶ କରିଥିଲେ I ଏହା ସହିତ ଜିଲ୍ଲାର ବେକାରୀ ସମସ୍ୟା, ଦାଦନ ସମସ୍ୟା ଏବଂ ଚାଷୀ ସମସ୍ୟାକୁ ଗୁରୁତ୍ୱ ଦିଆଯାଇ ଲୋକଙ୍କୁ ସଚେତନ କରାଯିବ ଏବଂ ଆଗାମୀ ପୌରପରିଷଦ ଓ ପଂଚାୟତ ନିର୍ବାଚନରେ କଂଗ୍ରେସ୍ ବାଜିମାତ କରିବ ବୋଲି ଶ୍ରୀ ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଥିଲେ I ଏହି ସାଂଗଠନିକ ବୈଠକରେ ସୋରଡା ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ବୁଦ୍ଧ ମଲ୍ଲିକ, ପୂର୍ବତନ ସରପଞ୍ଚ ନାରାୟଣ ସେଠୀ,ପ୍ରଦୀପ ପୋଲାଇ,କିଶୋର ବିଷୋୟୀ, କୃପାସିନ୍ଧୁ ନାୟକ, ମୁରଲୀ ବେହେରା, ପୂର୍ବତନ ସମିତିସଭ୍ୟ ରାମଚନ୍ଦ୍ର ବିଶ୍ୱାଳ, ଅନୀଲ୍ ବିଶ୍ୱାଳ, ଉଦୟ ରାଉତ, ଯୁବନେତା ଅନୀଲ କୁମାର ମଲ୍ଲିକ, ପୁରୁଷୋତ୍ତମ ବିଶ୍ୱାଳ, ପ୍ରଶାନ୍ତ ବିଶ୍ୱାଳ, ପ୍ରଫୁଲ୍ଲ ପରିଡା, ପୂର୍ବତନ ବେଲଗୁଣ୍ଠା ନଗର କଂଗ୍ରେସ୍ ସଭାପତି ଡ଼ି ବ୍ରଜେନ୍ଦ୍ର କୁମାର ବିନ୍ଧାଣୀରା,ପୂର୍ବତନ ନଗର ସମ୍ପାଦକ ତ୍ରିପତି ପାତ୍ର, ପୂର୍ବତନ ପୋଲସରା ବ୍ଳକ୍ କଂଗ୍ରେସ୍ ସଭାପତି ପ୍ରଫୁଲ୍ଲ ଜେନା, ବାର୍ କାଉନସିଲ୍ ସଭାପତି ପ୍ରଶାନ୍ତ ଦାଶ,ମେଘନାଦ ଦଳାଇ, ସମ୍ପାଦକ ଜାନକୀ ରାଉତ,ମହିଳା କଂଗ୍ରେସ୍ ସମ୍ପାଦିକା ସୁଦୀପ୍ତା ଦାସ୍,ପୂର୍ବତନ ଆସିକା ବ୍ଳକ୍ କଂଗ୍ରେସ୍ ସଭାପତି ସୁଶାନ୍ତ କୁମାର ରାଊତଙ୍କ ସମେତ ବହୁ କଂଗ୍ରେସ୍ ନେତା ଓ କର୍ମୀ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ I
ରାଜ୍ୟ
ନୂତନ ସଭାପତି ଚୟନ ପରେ ବେଲଗୁଣ୍ଠାରେ କଂଗ୍ରେସର ଜିଲ୍ଲା ସ୍ତରୀୟ ସାଂଗଠନିକ ବୈଠକ
- Hits: 8








