ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଭାସିଲା ପନିପରିବା ଦୋକାନ|
ବସ୍ତା ୬/୪:ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଅସରାଏ ବର୍ଷା ପାଣିରେ ଡୁବିଲା ଅମର୍ଦାରୋଡ ହାଟ। ବର୍ଷା ପାଣିରେ ଭାସିଗଲା ହଜାର ହଜାର ଟଙ୍କାର ପନିପରିବା। ଘଟଣାରୁ ପ୍ରକାଶ ଯେ ଅମର୍ଦ୍ଧାରୋଡ ରେ ପ୍ରତି ସପ୍ତାହରେ ବୁଧବାର ଏବଂ ରବିବାର ସାପ୍ତାହିକ ହାଟ ବସୁଥିବା ବେଳେ ଆଜି ସନ୍ଧ୍ୟା ପ୍ରାୟ ୬ ଘଟିକା ସମୟରେ ହଠାତ କାଳବୈଶାଖୀ ବର୍ଷା ଏକ ଘଣ୍ଟା ଜୋର ହେବାରୁ ବର୍ଷା ପାଣି ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଜଳ ନିଷ୍କାସନ ନହେବାରୁ ହାଟ ମଧ୍ୟରେ ଜମା ହେବାରୁ ହାଟରେ ପରିବା ଦୋକାନୀ ମାନେ ପନିପରିବା ମେଲେଇ ପରିବା ବିକ୍ରି କରୁଥିବା ବେଳେ ବର୍ଷା ପାଣିରେ ପନିପରିବା ଭାସି ଯାଇଥିଲା। ଯାହା ଫଳରେ ହଜାର ହଜାର ଟଙ୍କାର ପନିପରିବା ନଷ୍ଟ ହେଇ ଯାଇଛି। ଏ ପଟେ ଅମର୍ଦାରୋଡ ପି ଡବ୍ଲୁ ରାସ୍ତାରୁ କୋଠ ଚାରିଙ୍ଗା ପର୍ଯ୍ୟନ୍ତ ରାସ୍ତା ପ୍ରସସ୍ଥ ଓ ପୁନଃ କଂକ୍ରିଟ କାମ ଚାଲୁ ଥିବା ବେଳେ ରାସ୍ତାର ଉଚତା ବଢି ଯିବା ହେତୁ ରାସ୍ତାର ଉଭୟ ପାର୍ଶ୍ୱରେ ଡ୍ରେନେଜ ବ୍ୟବସ୍ଥା ନ ଥିବାରୁ ବର୍ଷା ଜଳ ନିଷ୍କାସନ ହେଇ ନପାରି ବାରୁ ହାତ ମଧ୍ୟରେ ବର୍ଷା ପାଣି ଲହଡି ମାରୁଥିଲା ଲୋକେ ପରିବା କିଣି ବାକୁ ଆସି ପରିବା କିଣି ବା ବଦଳରେ ପାଣିରେ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଥିଲା| ତେବେ ପ୍ରଶ୍ନ ଉଠୁଛି ବିନା ଡ୍ରେନେଜ ବ୍ୟବସ୍ଥା ନ କରି କଂଟ୍ରାକଟର ମନମୁଖୀ କାର୍ଯ୍ୟ କରୁଥିବାରୁ ଅଂଚଳ ବାସି ଅସୁବିଧା ର ସମ୍ମୁଖୀନ ହେଉଛନ୍ତି।ତେବେ ଖୁବଶୀଘ୍ର ଡ୍ରେନେଜ ବ୍ୟବସ୍ଥା କରାଇ ରାସ୍ତାକାମ କରିବା କୁ ଜନସାଧାରଣ ଦାବି କରିଛନ୍ତି| ନହେଲେ ଆଗାମୀ ବର୍ଷାଋତୁରେ ଅମର୍ଦାରୋଡ ବୁଡିବା ଥୟ।








