ହେଡଲାଇନସ୍:

ମନ୍ତ୍ରୀ, ସଂସଦ,  ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ଅସମ୍ମାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯଦି ଗଣମାଧ୍ୟମ ଅନାବଶ୍ୟକ, ସରକାର  ଲୋଡୁଛନ୍ତି କାହିଁକି ? 

 ରାଜ୍ୟ ସରକାର ଙ୍କ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ଗୁଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ରେ ବହୁ ଲୋକ ଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଅବସରରେ ଗୁଣପୁର ବ୍ଲକର ୧୭୩ ଟି ପ୍ରକଳ୍ପ ପାଇଁ ମୋଟ ୪ କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି କାର୍ଯ୍ୟକ୍ରମକୁ  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫ୍ରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରିଥିଲେ । ପୁର୍ବରୁ ଜିଲ୍ଲାର ୧୧ ଟି ବ୍ଲକ ମଧ୍ୟରୁ ୧୦ ଟି ରେ ଅନୁରୂପ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । 

ଉକ୍ତ କାର୍ଯ୍ୟକ୍ରମ ନିମନ୍ତେ ସ୍ବତନ୍ତ୍ର ହେଲିକେପ୍ଟର୍ ଯୋଗେ ଆସି ଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି , ସଂଖ୍ୟାଲଘୁ ବିକାଶ ତଥା ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ମାଝି ଓ ବିଜେଡ଼ି ର ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ସଂଜୟ ଦାସବର୍ମା ଉପସ୍ଥିତ ରହିଥିବା ବେଳେ ସାଂସଦ ଝିନ୍ନ ହିକକା , ରାଜ୍ୟସଭା ସାଂସଦ ଭାସ୍କର ରାଓ , ରାଜ୍ୟ ଯୋଜନା ବୋର୍ଡ଼ ସଦସ୍ୟ ସୁଧୀର ଦାସ , ରାୟଗଡ଼ା ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର , ପିଡି ଡ଼ି ଆର ଡ଼ି ଏ ଅମ୍ରିତ୍ ଋତୁରାଜ , ଉପଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ , ପି ଏ ଆଇ ଟି ଡ଼ି ଏ ଗୋରାଚାନ୍ଦ ଗମାଙ୍ଗ , ତହସିଲଦାର ନମ୍ରତା ମୋଦୀ , ବିଡ଼ିଓ ଗାୟତ୍ରୀ ଦେବୀ ଯୋଗ ଦେଇଥିଲେ । ବିଡ଼ିଓ ଗାୟତ୍ରୀ ଦେବୀ ଙ୍କ ତତ୍ଵାବଧାନ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ସାମ୍ବାଦିକଙ୍କୁ ନିମନ୍ତ୍ରଣ କରାଯାଇ ପ୍ରଥମତଃ ସେମାନଙ୍କ  ବସିବା ନିମନ୍ତେ କୌଣସି ସୁବିଧା କରାଯାଇନଥିବା ଏବଂ ଦ୍ବିତୀୟତଃ ମନ୍ତ୍ରୀ, ସଂସଦ,  ବିଧାୟକ, ଜିଲ୍ଲାପାଳଙ୍କ ଉପସ୍ଥିତିରେ ପୋଲିସ କର୍ମଚାରୀ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର  କରିଥିବା ବିଷୟ ସ୍ଥାନୀୟ ସାମ୍ବାଦିକ ଓ ବୁଦ୍ଧିଜୀବୀ ମହଲରେ ଘୋର ନିନ୍ଦା ପ୍ରକଟ କରାଯାଇଛି ।

0
0
0
s2sdefault