ହେଡଲାଇନସ୍:

ନେତାଜୀ ଉଚ୍ଚ ବିଦ୍ୟାଳୟରେ ନେତାଜୀ ଜୟନ୍ତୀ ଓ ବାର୍ଷିକ ଉତ୍ସବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଗୁଣୁପୁର/ସିଦ୍ଧାର୍ଥ ଦାଶ : ରାୟଗଡ଼ା ଜିଲ୍ଲା ଗୁଣପୁର ବ୍ଲକ ଅନ୍ତର୍ଗତ ଚିନାସାରୀ ପଞ୍ଚାୟତ ରେ ଥିବା ନେତାଜୀ ଉଚ୍ଚ ବିଦ୍ୟାଳୟ ରେ ନେତାଜୀ ଜୟନ୍ତୀ ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସର ରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା ଖାଉଟି ଅଦାଲତ ର ସଭ୍ୟ ଶ୍ରୀ ଗଦାଧର ସାହୁ , ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇନ୍ଦିରା ମହାପାତ୍ର ଏବଂ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଶ୍ରୀ ମଧୁସୂଦନ ପଟ୍ଟନାୟକ ମଞ୍ଚାସୀନ ରହିଥିଲେ ।

ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇନ୍ଦିରା ମହାପାତ୍ର ଙ୍କ ସଭାପତିତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଶିକ୍ଷକ ଘାସିରାମ ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ର ଛାତ୍ର ମାନେ ସ୍ୱାଗତ ସଂଗୀତ ଗାନ କରି କାର୍ଯ୍ୟକ୍ରମ ଆରମ୍ଭ କରଯାଇଥିଲା ।

ଶ୍ରୀ ସାହୁ ଯୋଗଦେଇ ଆଦିବାସୀ ଉପାନ୍ତ ଅଞ୍ଚଳ ରେ ଏହି ବିଦ୍ୟାଳୟ ପ୍ରତିଷ୍ଠା ହୋଇଥିବା ରୁ ପୁର୍ବରୁ ପରିଚାଳନା କରୁଥିବା କମିଟି ର ସଭାପତି ଶ୍ରୀ ପ୍ରଦୀପ ଦାଶ ଏବଂ ବର୍ତ୍ତମାନ ୨୦୧୪ ମସିହା ପର ଠାରୁ ସରକାରୀ ଅନୁଦାନ ପ୍ରାପ୍ତ ଘୋଷିତ ହେବା ପରେ ରହିଥିବା ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସାଧୁବାଦ ଜଣାଇବା ସହ ସରକାର ଏହି ଅନୁଷ୍ଠାନ କୁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ । ଶିକ୍ଷାର ଗୁଣାତ୍ମକ ବିକାଶ ସହ ଛାତ୍ର ଛାତ୍ରୀ ମାନେ ଶୃଙ୍ଖଳିତ ଭାବେ ଶିକ୍ଷା ଗ୍ରହଣ କରି ନେତାଜୀ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବାକୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଇନ୍ଦିରା ମହାପାତ୍ର ଆହ୍ୱାନ କରିଥିଲେ ।

ବିଦ୍ୟାଳୟ ରେ ପୁର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷ ରେ ବିଦ୍ୟାଳୟର ଶିକ୍ଷକ ନୀଳମାଧବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault