ହେଡଲାଇନସ୍:

ସମାଜ ଗଠନ ପାଇଁ ଶିକ୍ଷକ ସମାଜ ବ୍ରତୀ  ରୁହନ୍ତୁ - ନରସିଂହ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନିଖିଳ ଉତ୍କଳ  ଶିକ୍ଷକ କଂଗ୍ରେସ ବଲାଙ୍ଗିର ଶାଖା ସମ୍ମିଳନୀ

ବଲାଙ୍ଗିର/ନିରୋଜ ମିଶ୍ର:     ଅନେକ ଦେଶ ଅଛି ଯେଉଁ ଠାରେ କି ଶିକ୍ଷକ ଓ ବୈଜ୍ଞାନିକଙ୍କୁ ସମ୍ମାନର ସର୍ବୋଚ୍ଚ ସ୍ତରରେ ରଖାଯାଇଥାଏ । କାରଣ ବୈଜ୍ଞାନିକମାନେ ଯେପରି ଦେଶକୁ ବୈଷୟିକ ସ୍ତରରେ ଉନ୍ନତ କରିଥାନ୍ତି, ଶିକ୍ଷକମାନେ ମଧ୍ୟ ଏକ ଉତ୍ତମ ସମାଜ ଗଠନ ପାଇଁ ଦେଶକୁ ଉତ୍ତମ ନାଗରିକ ପ୍ରଦାନ କରିଥାନ୍ତି । ଆମ ଦେଶ, ଆମ ରାଜ୍ୟ ମଧ୍ୟ ଶିକ୍ଷକମାନଙ୍କ ଅଣଦେଖା ନ କରି ସେମାନଙ୍କ ଶିକ୍ଷାଦାନ ଯେପରି ଉନ୍ନତ ମାନର ରହିପାରିବ ସରକାରମାନେ ସେସବୁ ଉପରେ ଯତ୍ନବାନ ଦେବା ଦରକାର ଏବଂ ଅପରପକ୍ଷେ ଶିକ୍ଷକ ସମାଜ ମଧ୍ୟ ତାଙ୍କ ଦାୟିତ୍ୱ କୁ ଠିକ୍ ହିସାବରେ ଗୁରୁତ୍ୱ ଦେଇ ଉତ୍ତମ ଶିକ୍ଷାଦାନ ସହ ସମାଜ ଗଠନରେ ବ୍ରତି ରୁହନ୍ତୁ ବୋଲି ଗତ ସପ୍ତାହରେ ସ୍ଥାନୀୟ ଆର୍ଯ୍ୟ ମନ୍ଦିରରେ ଅନୁଷ୍ଠିତ  ହୋଇଥିବା ନିଖିଳ ଉତ୍କଳ ଶିକ୍ଷକ କଂଗ୍ରେସର ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିରୋଧିଦଳ ନେତା ନରସିଂହ ମିଶ୍ର ଉପସ୍ଥିତ ଶିକ୍ଷକମାନଙ୍କ ଉଦ୍ବୋଧନ ଦେଇ କହିଛନ୍ତି । 

ଆବାହକ ଓ ସଂଯୋଜକ ବାମଦେବ ମିଶ୍ରଙ୍କ ସଂଯୋଜନାରେ ହୋଇଥିବା ଏହି ସଭା ସଭାପତିତ୍ୱ କରିଥିଲେ ଧର୍ମବ୍ରତ ରଥ । ଏହି ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର, ଡିସିସି ସଭାପତି ଦିଲିପ ବେହେରା, ପ୍ରଦେଶ କଂଗ୍ରେସ କମିଟି ସଂପାଦକ ସୁଧାଂଶୁ ଦାଶ, ସଂଗଠନର କାର୍ଯ୍ୟକାରୀ ସଭାପତି ଗୁଣନିଧି ସା ପ୍ରମୁଖ ମଞ୍ଚାସିନ ଥିଲେ । ସଭାରେ ଶିକ୍ଷକମାନଙ୍କୁ ବିଭିନ୍ନ ପ୍ରକାର ଅଭାବ ଅସୁବିଧା ସଂପର୍କରେ ମଞ୍ଚାସିନ ଅତିଥିମାନେ ଆଲୋଚନା କରିବା ସହ ଶିକ୍ଷକ ସମାଜ ପ୍ରତି ସରକାରଙ୍କ ବୈମାତୃକ ମନୋଭାବକୁ ଆଗାମୀ ଦିନରେ ପରାହତ କରାଯିବ ବୋଲି କହିଥିଲେ । ପରେ ପରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟାରେ ଜିଲ୍ଲା ସଭାପତି ଭାବରେ ନକୁଳ ପାତ୍ର ଏବଂ ଜିଲ୍ଲା ସଂପାଦକ କିଶନ କୁମାର ଦିପ ନିର୍ବାଚିତ ହୋଇଥିଲେ ଏବଂ ଶେଷରେ ଗୋବିନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରି ଅଧିବେଶନଟିକୁ ଶେଷ ଘୋଷଣା କରିଥିଲେ ।

0
0
0
s2sdefault