ହେଡଲାଇନସ୍:

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଦାବୀ : ୨୪ରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ ଦାବିପତ୍ର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବଲାଙ୍ଗିର(ନିରୋଜ ମିଶ୍ର) -   ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ କାର୍ଯ୍ୟାନୁଷ୍ଠାନକମିଟି  ନେତୃତ୍ୱରେ ଆସନ୍ତା ତା.୨୪.୦୧.୨୦୧୯ ଦିନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ  ତାଙ୍କର ପ୍ରସ୍ତାବିତ ରାଜେନ୍ଦ୍ର ମହାବିଦ୍ୟାଳୟ କ୍ୟାମ୍ପସ କାର୍ଯ୍ୟକ୍ରମରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା କୁ କାର୍ଯ୍ୟକାରୀ କରିବା ପାଇଁ ଏକ ଦାବି ପତ୍ର ଦିଆଯିବ ।  ଏହା ସହିତ ରାଜେନ୍ଦ୍ର ମହାବିଦ୍ୟାଳୟ ମୁଖ୍ୟ ଦ୍ୱାରା ସାମନରେ ଦାବୀ ପୂରଣ ପାଇଁ ଡେମୋନେଷ୍ଟ୍ରସନ କରାଯିବ । ତା.୨୩.୦୧.୨୦୧୯ ଦିନ ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ରୀନ୍ସିପାଲ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କୁ ଏହି ଦାବି ପୂରଣ ପାଇଁ ି ଦାବୀପତ୍ର ପ୍ରେଷିତ କରାଯିବା ଉଭୟଙ୍କର ଧ୍ୟାନ ଆକର୍ଷଣ ପାଇଁ ଜନହିତରେ ତା.୨୮.୦୧.୨୦୧୯ ଦିନ ରାଜେନ୍ଦ୍ର ମହାବିଦ୍ୟାଳୟ ପ୍ରଶାସନିକ ଭବନ ସାମନାରେ ପୁନଃ ଧାରଣା ଦେଇ ପ୍ରିନ୍ସିପାଲ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଯଥା ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦାବିପତ୍ର ଦିଆଯିବ । ।  ରାଜେନ୍ଦ୍ର ମହାବିଦ୍ୟାଳୟକୁ ୭୫ ବର୍ଷ ପୁରିଯାଇଛି । ଓଡିଶାର ଦ୍ୱିତୀୟ ସର୍ବ ପୁରାତନ ସ୍ୱୟଂ ସାଶିତ ମହାବିଦ୍ୟାଳୟ ଅଟେ । ଏହାର ସ୍ଥାପନା ୧୯୪୩ ମସିହାରେ ହୋଇଥିଲା । ଗତ ଏପ୍ରିଲ ୨୦୧୬ ତାରିଖ ଦିନ ବଲାଙ୍ଗିର ସରକାରୀ ଡାକ୍ତରଖାନା ପରିସରରେ ଆହାର କେନ୍ଦ୍ର ଉଦଘାଟନ କରିବାକୁ ଆସିଥିଲେ ଓଡିଶାର ଗଣଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଏବଂ ରାଜେନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାର ଓଡିଶା ସରକାର ଦ୍ୱାରା ନିଷ୍ପତି କୁ ଘୋଷଣା କରିଛନ୍ତି । ୨୦୧୭ ମସିହାଠାରୁ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବ ବୋଲି ଘୋଷଣା କରିଅଛନ୍ତି । ବଲାଙ୍ଗିର କଳାହାଣ୍ଡି, ନୁଆପଡା, ସୁବର୍ଣ୍ଣପୁର, ବୌଦ୍ଧ, ‘ୁଲବାଣୀ, କନ୍ଧମାଳ, ବରଗଡ, ଅନୁଗୁଳ ଜିଲ୍ଲାର ମହାବିଦ୍ୟାଳୟ ଗୁଡିକୁ ଏହି ପ୍ରସ୍ତାବିତ ବିଶ୍ୱବିଦ୍ୟାଳୟ ଅଧିନରେ ରଖିବାକୁ ଏସ.ପି ଅଧିକାରୀ କମିଟୀ ନୂତନ ଶିକ୍ଷା ନିତୀ ଚିଠା-୨୦୧୬ ଏବଂ ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ଉଚ୍ଚ ଶିକ୍ଷା ବିକେନ୍ଦ୍ରୀକରଣ ଏବଂ ଗୁଣବତା ଉଚ୍ଚ ଶିକ୍ଷା, ଟାସ୍କ  ଫୋର୍ସ  ରିପୋଟ-୨୦୦୯ ଆଧାର ଉପରେ ଓଡିଶାର ୩ ଗୋଟି ପୂରାତନ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତି କରିବାକୁ ଟାସ୍କ  ଫୋର୍ସ  ଆଧାର ଉପରେ ଉଚ୍ଚ ଶିକ୍ଷା ବିଭାଗ ନିଷ୍ପତି ନେଇଥିବା ବିଷୟ ମନ୍ତ୍ରୀ ଜୀ କହିଛନ୍ତି । ଓଡିଶାର ଦ୍ୱିତୀୟ ସର୍ବ ପୁରାତନ ୭୫ ବର୍ଷିୟ ରାଜେନ୍ଦ୍ର ମହାବିଦ୍ୟାଳୟ ୧୯୪୬ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧିନକୁ ଆସିଅଛି । ପ୍ରଥମେ ଉକ୍ରଳ ବିଶ୍ୱବିଦ୍ୟାଳୟ ଅଧିନରେ ଥିଲା ଏହି ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟରେ ପରିଣତ ହେଲେ ଉପରୋକ୍ତ ଜିଲ୍ଲାର ଛାତ୍ର ଛାତ୍ରୀ ପଶ୍ଚିମ ଓଡିଶାର କେନ୍ଦ୍ର ବିନ୍ଦୁରେ ଥିବା ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଉଚ୍ଚ ଶିକ୍ଷା ଗ୍ରହଣ କରିପାରିବେ ଏବଂ ସମ୍ବଲପୁର, ଭୁବନେଶ୍ୱର କିମ୍ବା କୋରାପୁଟ ଯିବାର ଖର୍ଚ୍ଚ ରୁ ରିହାତି ପାଇପାରିବେ । ବର୍ତମାନ ସମ୍ବଲପୁର ଜିଲ୍ଲାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଗଙ୍ଗାଧର ବିଶ୍ୱବିଦ୍ୟାଳୟ ଯଥା- ଭୁବନେଶ୍ୱର ରେ ୧୦ ଗୋଟି ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁରରେ ୨ଗୋଟି ବିଶ୍ୱ ବିଦ୍ୟାଳୟ ଏବଂ କୋରାପୁରଟରେ ଏକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ରହିଅଛି । ସମକାଳୀନ ରେଭେନ୍ସା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେଇ ୨ଗୋଟି କ୍ୟମ୍ପସ ଖୋଲା ଯାଇଛି  କିନ୍ତୁ ଉପରୋକ୍ତ ଜିଲ୍ଲା ଗୁଡିକର ଛାତ୍ର ଛାତ୍ରୀ ସମ୍ପୂର୍ଣ୍ଣ ଭାବେ ରାଜେନ୍ଦ୍ର ମହାବିଦ୍ୟାଳୟରେ ନିର୍ଭର ହେବା ସତ୍ୱେ ରାଜେନ୍ଦ୍ର ମହାବିଦ୍ୟାଳୟକୁ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ ଘୋଷଣା କରି ଛାଡି ଦେଇଛନ୍ତି । ସମ୍ବଲପୁର ବିଶ୍ୱବିଦ୍ୟାଳୟର ବୈମାତୃକ କାର୍ଯ୍ୟକଳାପ ଯୋଗୁଁ ରାଜେନ୍ଦ୍ର ମହାବିଦ୍ୟାଳୟର ଛାତ୍ର ଛାତ୍ରୀ +୩ ଫଳାଫଳ  ଗତ ବର୍ଷ ବିଳମ୍ବ ହୋଇଥିଲା । ଏବଂ ଶହ ଶହ ଛାତ୍ର ଛାତ୍ରୀ ପ୍ରବେଶ ରେ ବଂଚିତ ହୋଇଥିଲେ । ରାଜେନ୍ଦ୍ର କଲେଜର ଫଳାଫଳକୁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଜାଣି ଶୁଣି ଖରାପ କରିଦେଉଛି । ସମ୍ବଲପୁର ଯିବାକୁ ୧୦୦୦/- ଟଙ୍କା ୨୦୦ କି.ମି. ଗୋଟିଏ ଦିନ ସମ୍ପୂର୍ଣ୍ଣ  ଖର୍ଚ୍ଚ କରି ଉପରୋକ୍ତ ଛାତ୍ର ଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଉଚ୍ଚ ଶିକ୍ଷା ପାଇବା ପାଇଁ ଉପରୋକ୍ତ ‘ଛୁଆ ଜିଲ୍ଲା ଛାତ୍ର ଛାତ୍ରୀ ଯଥା- ବଲାଙ୍ଗିର ଜିଲ୍ଲାର ଛାତ୍ର ଛାତ୍ରୀ ରାଜେନ୍ଦ୍ର କଲେଜରେ ପଢିବାପାଇଁ ବଂଚିତ ହେଉଛନ୍ତି ଏବଂ ସେମାନେ ରାଜେନ୍ଦ୍ର କଲେଜର ଆଖ ପାଖ ବେସରକାରୀ କଲେଜ ମାନଙ୍କୁ ଅତ୍ୟଧିକ ‘ିସ୍ ଏବଂ ଡୋନେସନ ଦେଇ ପଢିବା ପାଇଁ ବାଧ୍ୟ ହେଉଛନ୍ତି । କିନ୍ତୁ ସମ୍ବଲପୁର, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଛାତ୍ର ଛାତ୍ରୀ ମାନେ ରାଜେନ୍ଦ୍ର କଲେଜରେ ପ୍ରବେଶ ପାଉଛନ୍ତି । ଆମ୍ଭେମାନେ ବହୁତ ଥର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଘୋଷଣା କୁ କାର୍ଯ୍ୟକାରୀ କରିବାପାଇଁ ର୍ୟାଲୀ, ଧାରଣା, ପୂର୍ବତନ ଛାତ୍ର ସଂସଦ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ଦାବି ଦେବା ସତ୍ୱେ ରାଜେନ୍ଦ୍ର ମହାବିଦ୍ୟାଳୟର ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ କରିବା ପାଇଁ ସରକାର ଏ ପର୍ଯ୍ୟନ୍ତ ନିଷ୍ପତି ନେଇ ନାହିଁ । ତେଣୁ  ଆସନ୍ତା ତା.୨୪.୦୧.୨୦୧୯ ,  ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କାର୍ଯ୍ୟାନୁଷ୍ଠାନ  କମିଟୀ ନେତୃତ୍ୱରେ ମହାମହିମ ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ  ତାଙ୍କର ପ୍ରସ୍ତାବିତ କାର୍ଯ୍ୟକ୍ରମରେ ଦିଆଯିବ ।  ଆଗାମୀ ଦିନରେ ଦାବିପତ୍ରର ଉତ୍ତର ନ ହେଲେ ରାଜେନ୍ଦ୍ର ମହାବିଦ୍ୟାଳୟର ପ୍ରଶାସନୀକ ସାମନାରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ମାନ୍ୟତା ଘୋଷଣା ପାଇଁ ଶାନ୍ତିପୂର୍ଣ୍ଣ  ଧାରଣା ତା.୨୮.୦୧.୨୦୧୯ ଦିନରେ ବସିବାପାଇଁ ନିଷ୍ପତି କରାଯାଇଛି ।  ବର୍ତମାନ ରାଜେନ୍ଦ୍ର ମହାବିଦ୍ୟାଳୟର ଖାଲି ପଡିଥିବା ଅଧ୍ୟାପକ ପଦ ପୂରଣ, ରାଜେନ୍ଦ୍ର ମହାବିଦ୍ୟାଳୟ ସ୍ୱଂୟ ଶାସିତ ସମସ୍ୟା, ବିଷୟ ବିଭାଗ ଖୋଲିବା , ୟୁଜିସି ରଶି ବଣ୍ଟନ,  ମୁଖ୍ୟ ଦ୍ୱାରରେ ମଦ ବିକିବା, ଏବଂ କଚରା ହଟେଇବା, ସମ୍ବଲପୁର ବିଶ୍ୱବିଦ୍ୟଳୟ ଦ୍ୱାରା ଫଳାଫଳ ବିଳମ୍ବ ଏବଂ ରାଜେନ୍ଦ୍ର ମହାବିଦ୍ୟାଳୟ ଜମି ପରିସରରେ ଜବରଦଖଲକାରୀ ଏବଂ ରାଜେନ୍ଦ୍ର ମହାବିଦ୍ୟାଳୟରେ ସରକାରୀ ସରକାରୀ ସିଭିଲ ସେବା ପ୍ରତିଯୋଗୀ ପରୀକ୍ଷା କେନ୍ଦ୍ର ଖୋଲିବା ପାଇଁ ମଧ୍ୟ ଚର୍ଚ୍ଚା କରାଯିବ । 

 

 

 

 

0
0
0
s2sdefault