ହେଡଲାଇନସ୍:

ଲୋକଙ୍କ ନିକଟତର ହେବାକୁ ସିଆରପିଏଫର ଅଭିନବ ଅଭିଯାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 ଝାରବନ୍ଧ(ଜଗଦଲପୁର)/ ହେମସାଗର ସାହୁ-ପଦ୍ମପୁର ଉପଖଣ୍ଡ   ଜଗଦଲପୁର ସିଆରପିଏଫ ୧୮୯ ବଟାଲିୟନର ପକ୍ଷରୁ ଏକ ଉଚ୍ଚକୋଟୀର  ଜନସମ୍ପର୍କ ଶିବିର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଶୁଭ ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଜଗଦଲପୁର ସିଆରପିଏଫ ୧୮୯ ବଟାଲିୟନ ର ମେନ କମାଣ୍ଡେଣ୍ଟ ଶ୍ରୀଯୁକ୍ତ ଯୋଗେନ୍ଦ୍ର ସିଂ ମୌର୍ଯ୍ୟ  ଏବଂ ତାଙ୍କ ସହିତ ଜଗଦଲପୁର ଆସିସଟେଣ୍ଟ କମାଣ୍ଡେଣ୍ଟ ଅଜୟ କୁମାର ସିଂ, ଡେପୁଟି କମାଣ୍ଡେଣ୍ଟ ଶ୍ରୀ ସୁରେଶ,ଜଗଦଲପୁର ଆଇ.ଆଇ.ସି ଶ୍ରୀମତୀ ଲଳିତା ଲାକ୍ରା, ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଉପେନ୍ଦ୍ର ପଟେଲ, ପୁଟୁକା ଗ୍ରାମ ର ଗଉନ୍ତିଆ ଏବଂ ଆମ ଅଞ୍ଚଳର ଯୁବ ନେତା ଶ୍ରୀଯୁକ୍ତ ଗୋପବନ୍ଧୁ ସାହୁ, ଜଗଦଲପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ନୋମିନି ଶ୍ରୀଯୁକ୍ତ ଅକ୍ଷୟ କୁମାର ବାଗ,ଏବଂ ଚରଡ଼ାପାଲି ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଗିରିଶ ନାୟକ ଏବଂ ଆଖ ପାଖ ଅଞ୍ଚଳର ଆସିଥିବା   ବୃଦ୍ଧ, ବୃଦ୍ଧା,ଶିଶୁ ଗଣ,ଏବଂ ଜନତା ସମସ୍ତେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ସାଧାରଣ ଜନତାକୁ ସିଆରପିଏଫ ୧୮୯ ବଟାଲିୟନର ନିକଟତର କରାଇବା ତାଙ୍କ ମଧ୍ୟରେ ରହିଥିବା ଛବି ତଥା ଧାରଣାର ପରିବର୍ତ୍ତନ, ଏହି କାର୍ଯ୍ୟକ୍ରମ ଦ୍ଵାରା ସିଆରପିଏଫ ର ପ୍ରଶାସନ,ସାଧାରଣ ଜନତାଙ୍କ ନିକଟରେ ହେଉଛି ଏବଂ ଲୋକେ ମଧ୍ୟ ସିଆରପିଏଫ ନିକଟରେ ହେବା ସହିତ ବହୁସମୟରେ ତାଙ୍କ ତରଫରୁ ସହଯୋଗ ମଧ୍ୟ କରୁଛନ୍ତି । ଏହି ଅଭିନବ ଉଦ୍ୟମ ପାଇଁ ନିହାତି ଭାବେ ବିଭାଗକୁ ସାଧୁବାଦ ଜଣାଇବାକୁ ହେବା। ଏହି କାର୍ଯ୍ୟକ୍ରମ ଦ୍ଵାରା ସାଧାରଣ ଜନତାଙ୍କ ସିଆରପିଏଫ ପ୍ରତି ବିଶ୍ଵାସ ଜନ୍ମାଉଛି  । ସିଆରପିଏଫ ବିଭାଗ ମଧ୍ୟ ପରୋକ୍ଷ ଭାବରେ ଜଣାଇ ଦେଇଅଛୁ ଯେ ସେମାନେ ସାଧାରଣ ଜନତାଙ୍କ ପାଇଁ ହିଁ ନିୟୋଜିତ ହୋଇଯାଇଛି। ଏବଂ ଲୋକଙ୍କ ସୁରକ୍ଷା ଦେବା ତଥା ଆଇନ ଶୃଙ୍ଖଳା ବଜାୟ ରଖିବା ତାଙ୍କର କର୍ତ୍ତବ୍ୟ ।ଏହି  କାର୍ଯ୍ୟକ୍ରମ ସିଆରପିଏଫ ବିଭାଗଙ୍କ ପାଇଁ  ଏକ ବଡ଼ ଉପଲବ୍ଧି ଏବଂ ସଫଳତା ଅଟେ । ଉକ୍ତ କାର୍ଯ୍ୟକ୍ରମ ରେ ବୃଦ୍ଧ, ବୃଦ୍ଧା ଲୋକମାନଙ୍କୁ କମଳ,ଷ୍ଟିଲର ସାମଗ୍ରୀ କଢେଇ, ଗଞ୍ଜ,ଚଟୁ,ଅନ୍ଧକାର କୁ ଦୁର କରିବା ପାଇଁ ସୋଲାର ଲାଇଟା ଓ ଶିଶୁଗଣ ଏବଂ ଖେଳାଳୀ ମାନଙ୍କୁ କ୍ରିକେଟ ବଳ, ବ୍ୟାଟ, ହ୍ୟାଣ୍ଡ ଗ୍ଲୋବ,ବ୍ୟାଗ, ଟ୍ରାକସୁଟ,ପ୍ୟାଡ, ଭଲି ବଲ,ଫୂଟବଲ ଇତ୍ୟାଦି ସାମଗ୍ରୀ ପ୍ରାୟ ୬୦୦ ସହ ଲୋକଙ୍କୁ ମାଗଣାରେ ପ୍ରଦାନ କରାଯାଇଛି,ସ୍ୱାସ୍ଥ୍ୟ ଚିକିତ୍ସା ମଧ୍ୟ ମାଗଣାରେ କରା ଯାଇଥିଲ ଏବଂ  ସମସ୍ତଙ୍କ ପାଈଁ ଜଳଖିଆ ର ମଧ୍ୟ ବ୍ୟବସ୍ଥା ମଧ୍ୟ କରାଯାଇଥିଲା ।ଉକ୍ତ କାର୍ଯ୍ୟକ୍ରମଟି ଜଗଦଲପୁର ଗ୍ରାମ ପଞ୍ଚାୟତ ର ଲୋକମାନଙ୍କ ପାଇଁ ଚହଲ ସୃଷ୍ଟି କରିଛି । ଶେଷ ପର୍ଯ୍ୟାୟରେ ଜଗଦଲପୁର ସିଆରପିଏଫ ୧୮୯ ର ମେନ କମାଣ୍ଡାଣ୍ଟ  ଅତିଥି ଏବଂ ଜନସାଧାରଣ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault