ବେଲଗୁଣ୍ଠା ୨୯/୦୩-(ଶିବରାମ ଚୌଧୁରୀ )-,ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରକାଶ ପାତ୍ରଙ୍କ ସୁକନ୍ୟା ସୁଲୋଚନା ପାତ୍ର ଓଡିଶା ହାଇ କୋର୍ଟ ବାର ଆସୋସିଏସନର ସହ ସମ୍ପାଦକ ପଦରେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇ ବେଲଗୁଣ୍ଠା ବ୍ଲକ୍ ପାଇଁ ଗୌରବ ଆଣିଦେଇଛନ୍ତି I ପାଲକଷଣ୍ଢା ଭଳି ଏକ ପଲ୍ଲୀ ଗାଁରୁ କଟକ ହାଇ କୋର୍ଟ ବାର ଆସୋସିଏସନର ଏହି ପ୍ରତିଷ୍ଠିତ ପଦବୀରେ ପହଞ୍ଚିବା ନିଶ୍ଚିତ ଭାବେ ଏକ ଗୌରବମୟ ବିଷୟ।“ପଙ୍କରୁ ପଦ୍ମ ଫୁଟିବା” ଭଳି ସେ ନିଜ ପରିଶ୍ରମ ଓ ସଙ୍କଳ୍ପରେ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ସୁଲୋଚନା ନିଜର ଅଦମ୍ୟ ପରିଶ୍ରମ, ନିରନ୍ତର ପ୍ରୟାସ ଓ ଶୃଙ୍ଖଳାବଦ୍ଧ ଜୀବନ ହିଁ ଏହି ସଫଳତାର ମୂଳ ଆଧାର ବୋଲି ପ୍ରକାଶ କରିଛନ୍ତି I ସେ ନିଜର ଏହି ସଫଳତାକୁ ନିଜ ଗ୍ରାମବାସୀଙ୍କୁ ଉତ୍ସର୍ଗ କରିବା ସହିତ ପ୍ରତ୍ୟେକ ସମୟରେ ପ୍ରକୃତ ନ୍ୟାୟରୁ ବଞ୍ଚିତ ହେଉଥିବା ସମାଜର ନିମ୍ନ ଶ୍ରେଣୀର ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିବେ ବୋଲି ସୁଲୋଚନା ପ୍ରକାଶ କରିଛନ୍ତି I ସୁଲୋଚନାଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I
ରାଜ୍ୟ
ହାଇକୋର୍ଟ ବାର୍ ଆସୋସିଏସନ୍ ସହ ସମ୍ପାଦକ ଭାବେ ନିର୍ବାଚିତ ହେଲେ ପାଲକଷଣ୍ଢା ଝିଅ ସୁଲୋଚନା
- Hits: 7








