ହେଡଲାଇନସ୍:

ନ୍ୟୁକଲିୟନ କୋଟା ଅନୁଷ୍ଠାନର ଆଚିଭର୍ସ ସମ୍ବର୍ଦ୍ଧନା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଆଜି ୨୯/୩/୨୦୨୬ ଗୁଣପୁରର ଅଗ୍ରଣୀ ଅନୁଷ୍ଠାନ Nucleon Kota,ଗୁଣପୁର ଆନୁକୂଲ୍ୟରେ NTSE Achievers Felicitation Ceremony 2026 ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଫଳତା ଅର୍ଜନ କରିଥିବା 19 ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହି ସମାରୋହରେ ମୁଖ୍ୟ ଅତିଥି ରୂପେ ଶ୍ରୀ ଶଶୀଭୂଷଣ ମହାନ୍ତି ଉପସ୍ଥିତ ରହି ଶିକ୍ଷାର୍ଥୀ ନିଜ ଅଦମ୍ୟ ପ୍ରଚେଷ୍ଠା ଓ ସାଧନା ବଳରେ ଆଜି ସମସ୍ତ କ୍ଷେତ୍ରରେ ନିଜ ପରିଦର୍ଶିତା ପ୍ରତିପାଦନ କରିପାରିଛନ୍ତି ବୋଲି ମତ ପ୍ରକାଶ କରିଛନ୍ତି। ସମ୍ମାନିତ ଅତିଥି ଋପେ ଶ୍ରୀ ଅନନ୍ତ ନାରାୟଣ ତ୍ରିପାଠୀ ଉପସ୍ଥିତ ରହି ଶୃଙ୍ଖଳା ଓ ଧୈର୍ଯ୍ୟହିଁ ବିଫଳତାକୁ ପଛରେ ପକାଇଥାଏ ବୋଲି ମତ ରଖିଥିଲେ। ମୁଖ୍ୟ ବକ୍ତା ରୂପେ ଡ଼ଃ ଜ୍ୟୋତିର୍ମୟ ମିଶ୍ର ଅଭ୍ୟାସ,ଅଧ୍ୟାବସାୟ ଓ ଦୃଢ଼ ଇଛାଶକ୍ତି ହିଁ ସଫଳତାର ଚାବିକାଠି ବୋଲି ନିଜ ଅଭିଭାଷଣରେ ମତ ରଖିଥିଲେ ଏବଂ ଅନୁଷ୍ଠାନର ସମସ୍ତ ଶିକ୍ଷକ ଓ କର୍ମକତାଙ୍କୁ ଭୁୟସୀ ପ୍ରସଂଶା କଟିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ରୂପେ ଶିକ୍ଷା ଅଧ୍ୟାପକ ଡ଼ଃ ପ୍ରଶାନ୍ତ ହୋତା ପିଲାଙ୍କ ସଫଳତାରେ ଅନୁଷ୍ଠାନର ଉଦ୍ୟମ ଓ ଅଭିଭାବକଙ୍କ ସମନ୍ୱୟ ରହିବା ଜରୁରୀ ବୋଲି ମତ ପୋଷଣ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଶ୍ରୀ ଭେଦପ୍ରକାଶ ମିଶ୍ର ଅନୁଷ୍ଠାନକୁ ଆଗକୁ ବଢ଼ିବାରେ ଗୁଣପୁର ଜନ ସାଧାରଣଙ୍କୁ ଧନ୍ୟବାଦ ଦେଇଥିଲେ। ପ୍ରଥମ ଥର ପାଇଁ ଏହି ଅନୁଷ୍ଠାନ Nucleon Kota ଗୁଣପୁରରେ ST, SC ଓ EWS ଛାତ୍ରମାନଙ୍କ ପାଇଁ ମାଗଣା NEET/JEE କୋଚିଂ ଆରମ୍ଭ କରାଯାଇଥିବାର ସୂଚନା ଦେଇଛନ୍ତି। ଅନୁଷ୍ଠାନର ଅନ୍ୟାନ୍ୟ ଅଧ୍ୟାପକ ଶ୍ରୀ ସୁଧୀର ତିୱରୀ, ଶ୍ରୀ ଆଶିଷ ମିଶ୍ର, ଶ୍ରୀ ଅମିତ ଶର୍ମା, ଶ୍ରୀ ବିକ୍ରାନ୍ତ ୟାଦବ,ଶୁଶ୍ରୀ Ved ନିକିତା, ଶୁଶ୍ରୀ
ପୂଜା, ଶୁଶ୍ରୀ ଝିଲି ଲିମା ଏବଂ ସିପୁନ ଖାଡ଼ାଙ୍ଗା ଉପସ୍ଥିତ ରହି ଉକ୍ତ କାର୍ଯ୍ୟ କ୍ରମ ରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ କୁ ଆହ୍ଵାନି ତୁଳ, ଆୟୁଷ ଦାସ ସଂଯୋଜନା କରିଥିଲେ। ପରିଶେଷରେ ଶ୍ରୀ ସୁଧୀର ତିବରୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault