ହେଡଲାଇନସ୍:

ମହିଷା ପଦା ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ବାସୁଦେବପୁର - ବାସୁଦେବପୁର ପୌର ପରିଷଦ ଅନ୍ତର୍ଗତ ସ୍ଥାନୀୟ ବାର ନମ୍ୱର ୱାର୍ଡ ରେ ଥିବା ମହିଷା ପଦା ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ,  ବିଶିଷ୍ଠ ଅତିଥି ଭାବେ ତହସିଲଦାର ପ୍ରିୟବ୍ରତ ଦାସ, ମୁଖ୍ୟ ବକ୍ତା ଭାବେ  ଶିକ୍ଷାବିତ୍ କୃପାସିନ୍ଧୁ ମହାନ୍ତି, ଯୋଗ ଦେଇଥିଲେ। ଆୟୋଜିତ ସଭା କାର୍ଯ୍ୟ କ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ରଞ୍ଜିତା ଖମାରୀ ସଭାପତିତ୍ବ କରିଥିଲେ।

ଏହି ଅବସର ରେ ପୂର୍ବତନ ପ୍ରଧାନ ଶିକ୍ଷକ ବୃନ୍ଦାବନ ବେହେରା ଙ୍କୁ ଉତ୍ତରୀୟ,ମାନ ପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ବିଭିନ୍ନ ପ୍ରତିଯୋଗିତା ଓ ଅନ୍ୟାନ୍ୟ କ୍ଷେତ୍ରର କୃତ କାର୍ଯ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଛି।ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଖଗେଶ୍ବର ସାହୁ ଉପସ୍ଥିତ ରହି ଥିଲେ। ଶିକ୍ଷକ ଲକ୍ଷ୍ମୀଧର ବେହେରା ମଞ୍ଚ ସଂଯୋଜନା କରିଥିଲେ। ଶେଷ ରେ ସାଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷକ, ଶିକ୍ଷୟିତ୍ରୀ ଅଭିଭାବକ,ଅଭିଭାବିକା ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି।

0
0
0
s2sdefault