ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ରାମନଗର ହାଇଟେକ୍ ପ୍ଲାଜା ପରିସର ରେ ଏକ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।
ମୂଖ୍ୟତ ଗଜପତି ଜିଲ୍ଲାରେ ବୟସ୍କ ହୁଦ୍ ରୋଗୀ ଙ୍କ ସଂଖ୍ୟା ଅଧିକା ଥିବା ଓ ପଇସା ଅସୁବିଧା ରୁ ଚିକିତ୍ସା ନକରି ସ୍ବାସ୍ଥ୍ୟ ବିଗିଡିବା ଦେଖି ବିଧାୟକ ରୂପେଶ ପାଣିଗ୍ରାହୀ ଙ୍କ ଅନୁରୋଧ ରେ ହାଇଟେକ୍ ମେଡ଼ିକାଲ୍ ପ୍ରତିଷ୍ଠାତା ତଥା ହାଇଟେକ୍ ଗ୍ରୁପ ଅଧକ୍ଷ ଡ: ତିରୁପତି ପାଣିଗ୍ରାହୀ ଙ୍କ ପ୍ରଚେଷ୍ଟା ରେ ଆଜି ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।
ଗଜପତି ଜିଲ୍ଲା ଆଖପାଖ ଅଞ୍ଚରୁ ଶତାଧିକ ରୋଗୀ ଆଜି ଆସି ନିଜ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଓଡ଼ିଶା ର ଜଣେ ଜଣାଶୁଣା ଅଭିଜ୍ଞ ହୃଦରୋଗୀ ବିଶେଷଜ୍ଞ ଡ: ସ୍ୱେତଙ୍କ ଦାସ ଆଜି ପାରଳା ରେ ପହଞ୍ଚି ସମସ୍ତ ରୋଗୀ ଙ୍କୁ ଚିକିତ୍ସା କରିଥିଲେ। ଏହିଭଳି ମାଗଣା ସ୍ବାସ୍ଥ୍ୟ ଶିବିର କରିଥିବାରୁ ଆସିଥିବା ସମସ୍ତ ରୋଗୀ ଡ.ତିରୁପତି ପାଣିଗ୍ରାହୀ ଓ ବିଧାୟକ ରୁପେଶ ପାଣିଗ୍ରାହୀ ଙ୍କୁ ଧନ୍ୟବାଦ୍ ଜଣାଇଲେ।
ରାଜ୍ୟ
ହାଇଟେକ ମେଡ଼ିକାଲ କଲେଜ ତରଫ ରୁ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
- Hits: 13








