(ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି):ସ୍ଥାନୀୟ ଇନ ଡୋର୍ ଷ୍ଟାଡିୟମ ଠାରେ ଉତ୍କଳ କରାଟେ ସ୍କୁଲ, ରାୟଗଡା (ଗୁଣପୁର) ଶାଖାର ବେଲ୍ଟ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ରାଜ୍ୟ (ଓଡିଶା) ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ହାନସି ହରପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ କୋଚ ମହେଶ ଚନ୍ଦ୍ର ବରାଳ ପରିକ୍ଷକ ଭାବେ ଯୋଗ ଦେଇ ମୋଟ ୩୪ଜଣଙ୍କ ବେଲ୍ଟ୍ ପରୀକ୍ଷା କରିଥିଲେ । ୨୭ଜଣଙ୍କୁ ହଳଦିଆ, ୦୩ଜଣଙ୍କୁ ମାଟିଆ, ୦୨ଜଣଙ୍କୁ ସବୁଜ ଓ ୦୨ଜଣଙ୍କୁ ନୀଳ ବେଲ୍ଟ ପ୍ରଦାନ କରିଥିଲେ । କରାଟେ ଆତ୍ମରକ୍ଷାର କୌଶଳ ଓ ଏହା ଆକ୍ରମଣ କରିବା ଓ ଅନ୍ୟଙ୍କୁ କ୍ଷତି ପହଞ୍ଚାଇବା ଭଳି କ୍ରୀଡା ନୁହେଁ । ଆଜିକା ଦିନରେ ପିଲାଠୁଁ ବଡ ସମସ୍ତେ ମୋବାଇଲ ପଛରେ ପଡିଛନ୍ତି, କିନ୍ତୁ କ୍ରୀଡା ପ୍ରତି ଅଳ୍ପ କେତେଜଣ ହିଁ ଧ୍ୟାନ ଦେଉଛନ୍ତି । କରାଟେ ଆଜି ଅଲିମ୍ପିକ୍ସରେ ସାମିଲ ହୋଇ ସାରିଛି ଯଦ୍ୱାରାକି ଜାତୀୟ ଆନ୍ତର୍ଜାତୀୟ କ୍ରାଡାରେ ଅଂଶ ଗ୍ରହଣ କରିଥିବା ଓ କୃତିତ୍ୱ ହାସଲ କରିଥିବା ସମସ୍ତଙ୍କୁ କ୍ରୀଡା କୋଟା ମିଳିବ ବୋଲି ଶ୍ରୀ ବରାଳ ପ୍ରକାଶ କରିଥିଲେ । ଗୁଣପୁର ଭଳି ଉପାନ୍ତ ଅଞ୍ଚଳରେ କରାଟେ ଭଳି ଏକ କ୍ରାଡାକୁ ବଞ୍ଚାଇ ସମସ୍ତଙ୍କୁ କ୍ରାଡା ପ୍ରତି ଆକୃଷ୍ଟ କରାଇପାରୁଥିବାରୁ ଗୁଣପୁର ଉତ୍କଳ କରାଟେ ସ୍କୁଲର ପ୍ରଶିକ୍ଷକ ଲବ ବାଉରିଙ୍କୁ ସାଧୁବାଦ ଅର୍ପଣ କରିଥିଲେ । ଆଜିର ଏହି ବେଲ୍ଟ ପରୀକ୍ଷା କାର୍ଯ୍ୟକ୍ରମକୁ ପ୍ରଶିକ୍ଷକ ଲବଙ୍କ ସହ ଦେବେନ୍ଦ୍ର ଦୋରା, ରାଜେଶ ପୃଷ୍ଠି, ଶ୍ରୀକାନ୍ତ ମହାପାତ୍ର, ଡି ରାଜା ପ୍ରମୁଖ ପରିଚାଳନା କରିଥିଲେ ।
ରାଜ୍ୟ
କରାଟେକାଙ୍କ ବେଲ୍ଟ ପରୀକ୍ଷା ଅନୁଷ୍ଠିତ
- Hits: 9








