ହେଡଲାଇନସ୍:

ରାୟଗଡ଼ାର ପ୍ରସିଦ୍ଧ ଠାକୁରାଣୀ ମା ମଝିଘରିଆଣି ହୁଣ୍ଡି ଗଣତି ଚାଲିଛି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାୟଗଡ଼ାରୁ ସରୋଜ କୁମାର ସାହୁ, ଚଳିତ ବର୍ଷ ପ୍ରଥମ ଥର ପାଇଁ ମା ମଝିଘରିଆଣି ମନ୍ଦିର ହୁଣ୍ଡି ଖୋଲା ଯାଇଛି । ଗତ ତା. ୨୯/୦୮/୨୦୧୮ ରିଖ ଦିନ ହୁଣ୍ଡି ଖୋଲା ଯାଇଥିଲା ଯେଉଁ ଥିରେ ଟ. ୬୧ ଲକ୍ଷ ୦୯ ହଜାର 829 ଙ୍କା ମିଳି ଥିବା ବେଳେ ୮୫. ୧ ଗ୍ରାମ ସୁନା ଓ ୨ କିଲୋ ୧୭୦ ଗ୍ରାମ ରୂପା ମିଳିଥିଲା । ସେମିତି ଏହି ବର୍ଷ କଡ଼ା ସୁରକ୍ଷା ମଧ୍ୟରେ ହୁଣ୍ଡି ଖୋଲା ଯାଇଛି । ଚଳିତ ଥର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଟଙ୍କା ଗଣିବା ଦାୟିତ୍ୱ ନେଇଥିବା ବେଳେ ଭେଁକେଟେଶ୍ବର ମନ୍ଦିର କମିଟି, ସତ୍ୟସାଇ ସେବା ସମିତି, ରାୟଗଡ଼ା କଲେଜର ଛାତ୍ରଛାତ୍ରୀ ପ୍ରମୁଖ ଟଙ୍କା ଗଣିବାରେ ସହଯୋଗ କରୁଛନ୍ତି । ବର୍ତ୍ତମାନ ସୁଧା ୨ ଗୋଟି ବିଦେଶୀ ଟଙ୍କା ଓ କିଛି ପୁରୁଣା ପାଞ୍ଚଶହ ଟଙ୍କା ହୁଣ୍ଡିରୁ ବାହାରିଥିବା ସୂଚନା ମିଳିଛି । ମନ୍ଦିର ଟ୍ରଷ୍ଟି କହିଛନ୍ତି ଯେ, ଗତଥର ଅପେକ୍ଷା ବର୍ତ୍ତମାନ ହୁଣ୍ଡିରୁ ଅଧିକା ଟଙ୍କା ବାହାରିବ ବୋଲି ଆଶା ପ୍ରକଟ କରିଛନ୍ତି ।

 

0
0
0
s2sdefault